ସ୍ଵାମୀ ସ୍ତ୍ରୀ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ । ଦୁହେଁ ଦୁହିଁଙ୍କୁ ଗୋଟିଏ ବେଳା ନ ଦେଖିଲେ ରହି ପାରୁ ନଥିଲେ । ଆଉ ବିଧିର ବିଧାନ ଏପରି କିଛି ହେଲା ଯେ , ଆଗ ପଛ ହୋଇ ଆରପାରିକୁ ଚାଲିଗଲେ ସ୍ଵାମୀ ସ୍ତ୍ରୀ । ଏପରି ଏକ ଘଟ-ଣାକୁ ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା । ଏହି ଘଟ-ଣା ବର୍ତ୍ତମାନ ଚହଳ ପକାଇ ଦେଇଛି । ସତରେ କଣ ଜଣେ ସ୍ତ୍ରୀ ନିଜ ସ୍ଵାମୀ ପାଇଁ ଏମିତି କରି ଦେଇପାରେ । ତେବେ ଏହାର ଉତ୍ତର ହେଉଛି ହଁ । ଯିଏ ଯାହାକୁ ପ୍ରକୃତରେ ବହୁତ ଭଲ ପାଏ , ତା ବିନା ରହି ପାରେ ନାହିଁ ।
ଏଇ ଯେମିତି ଗୋକୁଳ ଚନ୍ଦ୍ରଙ୍କ ବିନା ରହି ପାରି ନଥିଲେ ଆନନ୍ଦିତା । ଆଉ ସେପଟେ ନିଜ ସ୍ୱାମୀର ଜୁ-ଇ ଜ-ଳିବା ସରୁ ସରୁ ଏପଟେ ଘରେ ନିଜ ଜୀବନ ହାରି ଦେଇଥିଲେ ଆନନ୍ଦିତା । ତେବେ ଏପରି ଏକ ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି , ଖୋର୍ଦ୍ଧା ଜିଲ୍ଲା ବାଙ୍କୋଇ ନିକଟସ୍ଥ ବେଡାଗାଡିଆ ଗାଆଁରେ । ରାତିରେ ନିଜ ଦୋକାନ ବନ୍ଦ କରି ଝିଅକୁ ଧରି ଘରକୁ ଫେରୁଥିଲେ ଗୋକୁଳ ଚନ୍ଦ୍ର କିନ୍ତୁ ପଛ ପଟୁ ଏକ ଅଜଣା ଗାଡ଼ି ଆସି ତାଙ୍କୁ ଧ-କ୍କା ଦେଇଥିଲା ଆଉ ଯେଉଁଥିରେ ଗୋକୁଳ ଚନ୍ଦ୍ରଙ୍କ ଜୀବନ ଚାଲି ଯାଇଥିଲା ।
ଆଉ ଜଣେ ଭଲ ମଣିଷଙ୍କ ଜୀବନ ଚାଲିଯିବା କଥା ଶୁଣି କେହି ବି ସହି ପାରି ନଥିଲେ । ସମସ୍ତଙ୍କ ଆଖିରୁ ଆସି ଯାଇଥିଲା ଲୁ-ହ । ଆଉ ଗାଆଁ ଲୋକଙ୍କ ଗୋକୁଳ ଚନ୍ଦ୍ର ଅମର ରହେ ଧ୍ଵନୀରେ ପୁରା ଅଞ୍ଚଳ କମ୍ପି ଉଠିଥିଲା । ଆଉ ଶେଷରେ ଗାଆଁ ମଶା-ଣିରେ ଶ-ବ ସ-ତ୍କାର କରା ଯାଇଥିଲା । ତେବେ ଏପଟେ ନିଜ ସ୍ଵାମୀଙ୍କ ଆରପାରିକୁ ଚାଲିଯିବା ସହି ପାରି ନଥିଲେ ସ୍ତ୍ରୀ । ଆଉ ଡିପ୍ରେଶନକୁ ପଳାଇ ଯାଇଥିଲେ । ପରିବାର ଲୋକ ଭ-ୟଭୀ-ତ ହୋଇ ଯାଇଥିଲେ ଆଉ ତାଙ୍କୁ ଜଗି ରହୁଥିଲେ ।
ଏପରିକି ପରିବାର ଲୋକ ଭାବିଥିଲେ କି , ତାଙ୍କୁ ହସ୍ପିଟାଲ ନେଇ ଯାଇ ଚିକିତ୍ସା କରାଇବେ । କିନ୍ତୁ କିଛି ବି ହୋଇ ପାରି ନଥିଲା । କାହିଁକି ନା ସେପଟେ ସ୍ଵାମୀଙ୍କ କ୍ରିୟା କର୍ମ ସାରି ରାତିରେ ଘରେ ସମସ୍ତଙ୍କ ଆଖି ଲାଗି ଯିବା ସମୟରେ ନିଜ ଜୀବନ ହାରି ଦେଇଥିଲେ ଆନନ୍ଦିତା । ଆଉ ଏକଥା ଦେଖି ପରିବାର ଲୋକ ପୁରାପୁରି ଭା-ଙ୍ଗି ପଡିଛନ୍ତି । ପରିବାର ଉପରେ ଦୁଃ-ଖର ପାହାଡ ଭାଙ୍ଗି ଯାଇଛି । ବର୍ତ୍ତମାନ ସେମାନଙ୍କ ଛୋଟ ଛୋଟ ପିଲାକୁ କିଏ ସମ୍ଭାଳିବ ।