କାନ୍ଦି କାନ୍ଦି ତଳେ ଗଡି ଯାଉଛି ସ୍ତ୍ରୀ…ସ୍ତ୍ରୀ ମଥାରୁ ଲିଭିଗଲା ସିନ୍ଦୂର। ଏକ ମାସର ପୁଅ ହୋଇଗଲା ବାପା ଛେଉଣ୍ଡ।

କାନ୍ଦ ବୋବାଳିରେ ଫାଟି ପଡୁଛି ପୁରା ଘର। କାନ୍ଥରୁ ଲିଭି ନାହିଁ ବାହାଘରର ଚିତା।।କିନ୍ତୁ ସବୁଦିନ ପାଇଁ ଲିଭିଗଲା ସ୍ତ୍ରୀ ମଥାରୁ ସିନ୍ଦୂର। ଏଇ ଏବେ ଏବେ ତ ବାହାଘରକୁ ବର୍ଷେ ପୁରିଥିଲା। ବେସ ହସ ଖୁସିରେ ସୁନାର ସଂସାର ଗଢି ତୋଳିଥିଲେ। ପ୍ରଥମ ବିବାହ ବାର୍ଷିକ ସ୍ୱାମୀ ସ୍ତ୍ରୀ ଦୁହେଁ ବେସ ଧୁମଧାମରେ ପାଳନ କରିଥିଲେ। ଆଉ ତାହାରି ଭିତରେ ତାଙ୍କର ୧ ମାସର ଏକ କୁନି ପୁଅଟିଏ ମଧ୍ୟ ହୋଇଛି। ଆଉ ଏବେ ଏଇ ସ୍ତ୍ରୀ ମଥାରୁ ଲିଭିଗଲା ସିନ୍ଦୂର। ୧ ମାସର ପୁଅକୁ ଛାଡି ଆରପାରିକୁ ଚାଲିଗଲା। ସ୍ୱାମୀର ଏଭଳି ମୃତ୍ୟୁକୁ ସହି ପାରୁନି ସ୍ତ୍ରୀ। ମୁହଁ ପୋତି ସ୍ତ୍ରୀଟି କାନ୍ଦି ଚାଲିଛି।

ଆଉ ମନେ ମନେ ଭଗବାନଙ୍କୁ ଗାଳି ମଧ୍ୟ କରୁଛି ହେ ଭଗବାନ ଏ କ’ଣ କରିଦେଲ ମୋ ଭାଗ୍ୟରେ ଏତେ ଦୁଃଖ ଲେଖିଥିଲ। ଆଜି ମୋ ଜୀବନକୁ ଛାରଖାର କରିଦେଲ। ମୋ ମଥାରୁ ସିନ୍ଦୂର ଲିଭେଇ ଦେଲ ହାତରୁ ସଙ୍ଖା ଚୁଡ଼ି ଭାଙ୍ଗିଦେଲ। ଆଉ ଏପଟେ ମା ବି ପୁଅର ଏଭଳି ମୃତ୍ୟୁକୁ ସହି ପାରୁନାହାନ୍ତି।

ଆଜ୍ଞା ହଁ ବନ୍ଧୁଗଣ ଟିକେ ଦେଖନ୍ତୁ ଏ ମା ଜଣଙ୍କୁ କେମିତି କାନ୍ଦି କାନ୍ଦି ଗଡି ଯାଉଛି। ପୁଅର ମୃତ ଦେହକୁ ଦେଖି ସହି ପାରୁନି ଏ ମା ଜଣକ। ବାପା ମାଙ୍କର ଗୋଟିଏ ବୋଲି ପୁଅ ଥିଲା ମହେଶ୍ୱର। କେତେ ଗେଲ୍ହା ସ୍ନେହରେ ଏତେ ବଡ଼ ହୋଇଥିଲା। ଆଉ ବର୍ଷେ ହେବ କେତେ ଖୁସିରେ ପୁଅର ବିବାହ କରିଥିଲେ। ଚଳିତ ବର୍ଷେ ମେ ମାର୍ଚ୍ଚ ୧୨ ତାରିଖକୁ ବାହାଘରକୁ ବର୍ଷେ ପୁରିଥିଲା। କିନ୍ତୁ ଏବେ ସବୁକିଛି ଓଲଟ ପାଲଟ ହୋଇଗଲା ଏଇ ବିଦ୍ୟୁତ ତାର ଯୋଗୁ।

କେତେ ହସ ଖୁସି ହୋଇ ସବୁଦିନ ଭଳି ଆଜି ବି ଡିଉଟି କରିବା ପାଇଁ ଗାଧୋଇବାକୁ ବାହାରିଥିଲେ ମହେଶ୍ୱର। କିନ୍ତୁ ସେ କଣ ଜାଣିଥିଲେ ଗାଧୋଇବା ଟା ତାଙ୍କ ପାଇଁ ଶେଷ ଗାଧୋଇବା ହୋଇଯିବ ବୋଲି। ମଟର ସୁଇଜ ମାରୁ ମାରୁ ଚାଲିଗଲା ଜୀବନ। ଆଉ ପୁଅର ଏଭଳି ମୃତ୍ୟୁକୁ ବାପା ମା ସହି ପାରୁନାହାନ୍ତି। ପୁରା ସ୍ତବ୍ଧ ହୋଇଯାଇଛନ୍ତି। ପାଟିରୁ ଦୁଇ ପଦ କଥା ବି ବାହାରୁ ନାହିଁ। ଖାଲି ରାହା ଛାଡି କାନ୍ଦୁଛନ୍ତି ବାପା। ଭେଣ୍ଡିଆ ପୁଅର ଏଭଳି ମୃତ୍ୟୁ ଏ ବାପା ମାଙ୍କ ପାଇଁ କେତେ ଯେ କଷ୍ଟ ତାହା କେବଳ ସେହି ବାପା ମା ହିଁ ଜାଣିଥିବେ।

କାନ୍ଥରୁ ଲିଭି ନାହିଁ ବିବାହର ତାରିଖ ମହେଶ୍ୱରଙ୍କ ସହିତ ଶୁଭଶ୍ରୀ। କିନ୍ତୁ ଏ ଦୁନିଆରେ ଆଉ ନାହାଁନ୍ତି ମହେଶ୍ୱର।ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବକତୁଣ୍ଡ ଗାଁରେ।ସୂଚନା ମୁତାବକ ମହେଶ୍ୱର ଚଣ୍ଡିପଦା ଅଞ୍ଚଳରେ ଥିବା ଏକ କମ୍ପାନୀରେ କାମ କରନ୍ତି। ସେ ପ୍ରତିଦିନ ଘରୁ କାରଖାନାକୁ ଯିବା ଆସିବା କରନ୍ତି। ଆଜିବି ସକାଳେ ଡ୍ୟୁଟି ପାଇଁ ଗାଧୋଇବା ପାଇଁ ଯାଇଥିଲେ। କିନ୍ତୁ ହଠାତ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ ଆଉ ଯାହା ଫଳରେ ମହେଶ୍ୱରଙ୍କୁ ଶକ୍ତ ଆଘାତ ଲାଗିଥିଲା

ଆଉ ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ବନ୍ତଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ ହେଲେ ସେଠାରେ ତାଙ୍କର ଅବସ୍ଥା ସଙ୍କଟାପୂର୍ଣ୍ଣ ହେବାରୁ ତାଙ୍କୁ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଡାକ୍ତର ସେଠାରେ ମହେଶ୍ୱରଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ତେବେ ମୃତକ ହେଲେ ପୋକତୁଲା ଗାଁର ରବି ସାହୁଙ୍କ ୨୯ ବର୍ଷର ପୁଅ ମହେଶ୍ୱର ସାହୁ। ମହେଶ୍ୱରଙ୍କର ଅକାଳ ବିୟୋଗରେ କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ।

ମହେଶ୍ୱର ଏତେ ଭଲ ପିଲା ଥିଲେ ଯେ କେହି ଅସୁବିଧାରେ ଥିଲେ ତାଙ୍କୁ ସାହାର୍ଯ୍ୟ କରିବାକୁ ଆଗେଇ ଆସନ୍ତି। ସେ ଜଣେ ଶାନ୍ତ ଏବଂ ଭଲ ପିଲା ଥିଲେ। ଆଉ ତାଙ୍କର ଏଭଳି ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଠାରୁ ଆରମ୍ଭ କରି ଗାଁ ସାହି ପଡିସା ପର୍ଯ୍ୟନ୍ତ। ସମସ୍ତେ ତାଙ୍କ ପାଇଁ କାନ୍ଦୁଛନ୍ତି।

Leave a Reply

Your email address will not be published. Required fields are marked *