ଶ୍ରୀ ଜଗନ୍ନାଥ ମନ୍ଦିରରେ ପୋଷାକକୁ ନେଇ ମୁହଁ ଖୋଲିଲେ ଗଜପତି , କହିଲେ ଧନୀ ଘର ଝିଅ ….

ସାରା ଓଡ଼ିଶା ତଥା ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର । ଯେଉଁଠାକୁ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ଧାଇଁ ଆସିଥାନ୍ତି କେବଳ ଜଗାର ଟିକିଏ ଦର୍ଶନ କରିବା ପାଇଁ । ଆଉ ସେହି ଜଗା ଆଗରେ ନିଜର ମନର କଥା କହି ଧାର ଧାର ଲୁହ ଗଡ଼ାଇ ଥାନ୍ତି । ତେବେ ଏହି ଜଗନ୍ନାଥ ମନ୍ଦିରରେ ଅନେକ ପ୍ରକାରର ଅଶା-ଳୀନ ପୋଷାକ ପିନ୍ଧୁଥିବାର ଯୁବତୀ ମାନଙ୍କୁ ପରିଲକ୍ଷିତ କରାଯାଉଛି । ଯେଉଁ ମାନେ ଭଗବାନଙ୍କ ନିକଟକୁ ଚିରା ଫଟା , ଚିପା ତଥା ଛୋଟ ଛୋଟ ପୋଷାକ ପିନ୍ଧି କରି ଯାଉଛନ୍ତି ।

ତେବେ ଏପରି ପୋଷାକ ଉପରେ ବର୍ତ୍ତମାନ ସମୟରେ କଟ-କଣା ଲଗା ଯାଇଥିବା କଥା ଆପଣ ମାନେ ଜାଣି ସାରିଥିବେ । ଜାନୁଆରୀ ମାସ ପହିଲାରୁ ଏହା ଉପରେ ସଂପୂର୍ଣ୍ଣ ଭାବରେ କଟକଣା ଲଗାଯିବ । ଏବେ ଲୋକ ମାନଙ୍କୁ ସଚେତନ କରାଯାଉଛି ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଅନ୍ୟ ପକ୍ଷରେ ଏ ବାବଦରେ ମୁଁହ ଖୋଲିଛନ୍ତି ବହୁ ଚର୍ଚ୍ଚିତ ୟୁଟ୍ୟୁବର ମିଷ୍ଟର ଗଜପତି । ତାଙ୍କ କହିବା ଅନୁସାରେ , ଆମ ସଂସ୍କୃତି ଆଉ ପରମ୍ପରାକୁ ଆଉ କେହି ମାନିବାକୁ ନାରାଜ । ସମସ୍ତେ ନିଜକୁ ଛୋଟ ଛୋଟ ପୋଷାକରେ ଦେଖିବାକୁ ଭଲ ପାଉଛନ୍ତି ।

ସେହି ଛାତି ଠାରୁ ପେଟ ପର୍ଯ୍ୟନ୍ତ ଦେଖା ଯାଉଥିବା ପୋଷାକ ପିନ୍ଧିବାକୁ ସେମାନେ ଭଲ ପାଉଛନ୍ତି । ତେବେ ବିଶେଷ କରି ଦେଖିବାକୁ ଗଲେ ବଡ ଘରର ଝିଅ ମାନେ ଏହି କାଣ୍ଡ କରୁଛନ୍ତି । କଦାପି ଗୋଟିଏ ଗରିବ ଘରର ଝିଅ ଏମିତି କାମ କରିପାରିବ ନାହିଁ । ନିଜ ବାପା ଭାଇଙ୍କ ସହିତ ସେ ବୁଲିବାକୁ ଗଲେ ନିଶ୍ଚିତ ଭାବରେ ଶାଳୀନତା ବଜାୟ ରଖିବ ସେ । ଅନ୍ୟ ପକ୍ଷରେ ପାଶ୍ଚାତ୍ୟ ସଂସ୍କୃତି ପାଖରୁ ଆମ ଓଡ଼ିଶା ଅଧିକ ଅନୁପ୍ରାଣିତ ହେଉଛି । ଆମ ଓଡ଼ିଶା ରେ ଯାହା ହେଲେ ଟିକିଏ ଶାଳୀ-ନତା ଥିଲା ।

କିନ୍ତୁ ଯେତେବେଳେ ସେହି ବଙ୍ଗୀୟ ମାନେ ଏଠାରେ ପଶିଗଲେ ଆଉ ତାଙ୍କର ପୋଷାକରେ ଶାଳୀ-ନତା ରହିଲା ନାହିଁ । ତାହାକୁ ଦେଖି ହିଁ ଆମ ଝି ମାନେ ସେମିତି ପିନ୍ଧିବା ଆରମ୍ଭ କରିଦେଲେ । ତେବେ ବର୍ତ୍ତମାନ ପ୍ରଶାସନ ଏହା ଉପରେ ବିଚାର କରି ନିଶ୍ଚିତ ଭାବରେ ଏକ ଭଲ ପଦକ୍ଷେପ ନେଇଛନ୍ତି । ଆହୁରି ଯଦି ମନ୍ଦିର ଆଗରେ ଭିଡିଓ ବନାଇବା ଆଉ ନାଚିବା ବନ୍ଦ କରି ଦେଇଥାନ୍ତେ , ତାହାଲେ ଆହୁରି ଭଲ ହୋଇଥାନ୍ତା ବୋଲି ସେ କହିଛନ୍ତି । ନିଶ୍ଚିତ ଭାବରେ ଏହା ଏକ ବଡ଼ ଜିନିଷ , ଆଉ ଏହାକୁ ମାନିବା ଆବଶ୍ୟକ ନଚେତ୍ ଦ-ଣ୍ଡବିଧା-ନର ବ୍ୟବସ୍ଥା ରହିବା ଉଚିତ୍ ।

Leave a Reply

Your email address will not be published. Required fields are marked *