ଏକଦା ଜୀବନ ହାରିବାକୁ ଚେଷ୍ଟା କରିଥିଲେ ଶାମି , କିନ୍ତୁ ବୁଝାଇ ଥିଲେ ରୋହିତ ଶର୍ମା

ଭାରତର କ୍ରିକେଟ ଇତିହାସରେ ଏକ ପ୍ରସିଦ୍ଧ ନାମ ମହମ୍ମଦ ଶାମି । ଯାହାଙ୍କ ସାହାଯ୍ୟରେ ଭାରତ ଆଜି ବିଶ୍ଵକପରେ ପ୍ରବେଶ କରିଛି । ଆଉ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଖାଇବା ପାଇଁ ପ୍ରସ୍ତୁତ ହୋଇ ଯାଇଛି । ତେବେ ଏହାର ହିରୋ ସାଜିଥିବା ମହମ୍ମଦ ଶାମୀଙ୍କ ଜୀବନ ବିଷୟରେ ଆପଣ କେହି ଜାଣିଛନ୍ତି କି । ଯିଏକି ଏତେ କଷ୍ଟ କରି ଆଉ ଏତେ ସଂଘର୍ଷ କରି ଏହି ଭାରତୀୟ କ୍ରିକେଟରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଉଛନ୍ତି । ଏମିତି ଏକ ସମୟ ଥିଲା ଯେତେବେଳେ ଶାମୀ ପୁରାପୁରି ନିରାଶ ହୋଇ ଯାଇଥିଲେ।

ଆଉ ସେ ଜୀବନ ହରାଇ ଦେବେ ବୋଲି ଭାବି ନେଇଥିଲେ । ତେବେ ତାଙ୍କର ଏହି ଭାବନା ପଛର କାରଣ ଥିଲେ ତାଙ୍କ ସ୍ତ୍ରୀ । ହସିନାଙ୍କୁ ପ୍ରେମ ବିବାହ କରିବା ସାମିଙ୍କୁ ମହଙ୍ଗା ପଡ଼ିଥିଲା । ଆଉ ସେ ଡିପ୍ରେଶନକୁ ଚାଲି ଯାଇଥିଲା । କେବଳ ଏତିକି ନୁହେଁ ସେ ଖେଳ ମଧ୍ୟ ଛାଡି ଦେଇଥିଲେ । ତେବେ ନିଜ ଜୀବନର ସବୁ ଦୁଃ-ଖ ସେ ଗୋଟି ଗୋଟି କରି କ୍ୟାପଟେନ ରୋହିତ ଶର୍ମାଙ୍କୁ କହିଥିଲେ । ଆଜି ଯେଉଁ କ୍ୟାପଟେନ ୭ଟି ୱିକେଟ ନେବା ପରେ ସାମିଙ୍କୁ ଛାତିରେ ଲଗାଇ ଦେଇଥିଲେ , ସେଦିନ ସେହି କ୍ୟାପଟେନ ସାମିଙ୍କ ସବୁ ଦୁଃ-ଖ ଶୁଣିଥିଲେ ।

ଆଉ ସେ ହେଉଛନ୍ତି କ୍ୟାପଟେନ ରୋହିତ ଶର୍ମା । ସେଦିନ ଭିଡିଓ କଲରେ କଥା ହେଉଥିଲେ ସାମି ଏବଂ ରୋହିତ । ଏହା ମଧ୍ୟରେ ସାମୀଙ୍କ ଜୀବନ ବିଷୟରେ ପଚାରି ଦେଇଥିଲେ । ଆଉ ନିଜ ଦୁଃଖ ରୋହିତଙ୍କୁ କହିଥିଲେ ଶାମି । କିପରି ସେ ତିନି ତିନି ଥର ଚେଷ୍ଟା କରିଛନ୍ତି ନିଜ ଜୀବନ ହାରିବା ପାଇଁ । ତେବେ ଏହାରି ମଧ୍ୟରେ ବିଶ୍ଵକପରେ ପ୍ରବେଶ କରିଛି ଭାରତୀୟ ଦଳ , ଯାହାର ହିରୋ ସାଜିଛନ୍ତି ଶାମି । ୩୯୭ ରନ ର ଟାର୍ଗେଟ ଦେଇଥିଲା ଭାରତୀୟ ଦଳ ।

କିନ୍ତୁ ଶାମିଙ୍କ ବୋଲିଂରେ ଘାଇଲା ହୋଇ ମାତ୍ର ୩୨୭ ରନରେ ଅଲଆଉଟ ହୋଇ ଯାଇଥିଲା ନ୍ୟୁଜିଲାଣ୍ଡ । ଆଉ ଯାହା ପରେ ପୁରା ଷ୍ଟାଡିୟମରେ ଶାମିଙ୍କ ନାମରେ କମ୍ପି ଉଠିଥିଲା । ତେବେ ଶାମିଙ୍କ ବ୍ୟକ୍ତିଗତ ଜୀବନ ବହୁତ ଖରାପ ଥିଲା । ୨୦୧୪ ମସିହାରେ ସେ ହସିନ ଜହାନଙ୍କୁ ବିବାହ କରିଥିଲେ । କିନ୍ତୁ ୨୦୧୮ ମସିହାରେ ଘରୋଇ ହିଂ-ସା ମାମ-ଲାରେ ଶାମିଙ୍କ ନାମରେ ଅଭି-ଯୋଗ ଆଣିଥିଲେ ହସିନ । ଆଉ ଏହି ସମୟ ମଧ୍ୟରେ ଡିପ୍ରେଶନରେ ରହି ଜୀବନ ହାରିବାକୁ ଚାହୁଁଥିଲେ ଶାମି ।

Leave a Reply

Your email address will not be published. Required fields are marked *