ଭାଙ୍ଗିପଡ଼ିଥିଲେ ୨ ଟି ପରିବାରଙ୍କ ଲୁହକୁ ଦେଖି, ବଡ଼ ହୃଦୟ ଦେଖାଇଲେ ମୁଖ୍ୟମନ୍ତ୍ରୀ…ଦେଇ ଦେଲେ ଏତିକି…।

ବଡ଼ ହୃଦୟ ଦେଖାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦୁଇ ଓଡ଼ିଆଙ୍କ ମଲା ଶରୀର ଏବଂ ପରିବାରର କୋହଭରା କାନ୍ଦର ଦୃଶ୍ୟକୁ ଦେଖି ମୁଖ୍ୟମନ୍ତ୍ରୀ ମଧ୍ୟ ଭାଙ୍ଗି ପଡିଲେ। ଏ ଦୃଶ୍ୟକୁ ଦେଖି ବଡ଼ ହୃଦୟ ଦେଖାଇଲେ। ପରିବାରକୁ ସମବେଦନା ଜଣାଇବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ହଁ ବନ୍ଧୁଗଣ ଭୁବନେଶ୍ୱରରେ ପହଁଚିଲା କୋଏଥରେ ଭୟଭୀତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୨ ଓଡ଼ିଆଙ୍କ ପାଥିବ ଶରୀର। ମହମ୍ମଦ ଜୁହର ଏବଂ ସନ୍ତୋଷ ଗଉଡ଼ଙ୍କ ମଲା ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚି ଜନ୍ମ ମାଟିକୁ ପଠା ଯାଇଛି।

ମୃତ ଶରୀର ବିମାନ ବନ୍ଦରରେ ପହଁଚିବା ପରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡାଙ୍କ ସହ ଆସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଶିକା ସାଂସଦ ଅନିତା ସୁଭଦର୍ଶିନୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମେତ ପ୍ରଶାସନିକ ଅଧିକାରୀ ପହଁଚି ଅଶ୍ଳୀଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଏ ଦୃଶ୍ୟକୁ ଦେଖି ମୃତକଙ୍କ ପରିବାର ଲୋକେ ଭାଙ୍ଗିପଡିଛନ୍ତି। ଦୁଇ ମୃତକଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏଥିନିମନ୍ତେ ଅର୍ଥ ମଞ୍ଜୁର ହୋଇଥିବା ନେଇ ଦୁଇ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ଏବଂ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି।

ତେବେ ମୃତକଙ୍କ ମହମ୍ମଦ ଜୁହରଙ୍କ ଘର କଟକ ତିଗିରିଆ ଥାନା କୋରଳାପଲ୍ଲୀ ଗାଁରେ ହୋଇଥିବା ବେଳେ ସନ୍ତୋଷ ଗଉଡ଼ଙ୍କ ଘର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ପୁର ବ୍ଲକ ଅନ୍ତର୍ଗତ ରଣଛାଣି ଗାଁରେ। ମହମ୍ମଦ କୋଏଥରେ ୨୦୧୭ ମସିହାରୁ ଲାବ୍ରଟେରୀ ଟେକ୍ନିସିଆନ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ପତ୍ନୀ ଏବେ ୭ ମାସର ଗର୍ଭବତୀ ଥିବା ବେଳେ ଖୁବଶୀଘ୍ର ଘରକୁ ଫେରି ଆସିବାକୁ ଫୋନରେ କଥା ଦେଇଥିଲେ ସ୍ତ୍ରୀକୁ। କିନ୍ତୁ ଏବେ ଗାଁକୁ ଆସିଛନ୍ତି ସତ କିନ୍ତୁ ଜୀବିତ ଅବସ୍ଥାରେ ନୁହେଁ ଗାଁକୁ ଫେରିଛି ସ୍ୱାମୀର ମୃତ ଦେହ। ଏ ଦୃଶ୍ୟକୁ ଦେଖି ସ୍ତ୍ରୀ ତାର କୋହକୁ କେମିତି ବା ସମ୍ଭାଳିବ। ବାପା ହେବା ପୂର୍ବରୁ ସବୁଦିନ ପାଇଁ ଆଖି ବୁଜିଦେଲେ ଜୁହର। ଛୁଆଟି ଦୁନିଆକୁ ଆସିବା ପୂର୍ବରୁ ବାପାକୁ ହରାଇ ବସିଲା। ଏଭଳି ଦୁଃଖରେ ପରିବାର ଲୋକେ ପୁରା ଭାଙ୍ଗି ପଡିଛନ୍ତି।

ସେହିପରି ସନ୍ତୋଷ ଗଉଡ଼ ୨ ବର୍ଷ ତଳେ କୋଏଥକୁ ଯାଇଥିଲେ। ମାର୍ଚ୍ଚ ମାସରେ ତ ଘରକୁ ଆସିଥିଲେ। ଉଭୟଙ୍କ ଅକାଳ ବିୟୋଗରେ ଭାଙ୍ଗି ପଡିଛି ଦୁଇ ଦୁଇଟି ପରିବାର। ଆଖି ଆଗରେ ପୁଅ ଚାଲିଯିବା ଘଟଣାକୁ ବୁଢା ବାପା ମା ବିଶ୍ୱାସ କରି ପାରୁନାହାନ୍ତି। ଆଖିରୁ ବହି ପଡୁଛି ଧାର ଧାର ହୋଇ ଅମାନିଆ ଲୁହ। ଖୁସିରେ ଘରୁ ବାହାରକୁ ଯାଇଥିବା ପୁଅ ଯେ ଆଉ ଫେରିବ ନାହିଁ ତାହା କେହି ବିଶ୍ୱାସ କରି ପାରୁନାହାନ୍ତି। ଏ କଥା ଭାବିଲା ବେଳକୁ ତାଙ୍କ ଛାତି ଫାଟି ଯାଉଛି।ହଁ ଆଜ୍ଞା ଗତ ବୁଧବାର ଦିନ କୋଏଥରେ ଏକ ୬ ମହଲା ରେ ବିଲଣ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୪୫ ଜଣ ଭାରତୀୟଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା। ଏଥି ମଧ୍ୟରୁ ୨ ଓଡ଼ିଆ ପୁଅଙ୍କର ମୃତ୍ୟୁ ହୋଇଥିଲା।

Leave a Reply

Your email address will not be published. Required fields are marked *