” ରାଣୀ ପଣ୍ଡାଙ୍କୁ ମୁଁ ଖରାପ କହିବିନି କି ଘୃଣା କରିବିନି । ” ମିଡ଼ିଆ ସାମ୍ନାରେ ରାଣୀ ପଣ୍ଡାଙ୍କୁ ଭଉଣୀ ବୋଲି ସମ୍ବୋଧନ କରି ଏମିତି କହିଲେ ବ୍ୟକ୍ତି ।

ଗତ କିଛିଦିନ ତଳେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ କିଛି ବିବାଦ ସୃଷ୍ଟି ହୋଇଥିଲା । ତାଙ୍କୁ କେହି ଜଣେ ସୋସିଆଲ ମିଡ଼ିଆରେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ପରେ ରାଣୀ ପଣ୍ଡା ମଧ୍ୟ ନିଜର ମୁହଁ ଖୋଲିଥିଲେ ଏବଂ ସୋଧିଥିଲେ । ତେବେ ଏହାକୁ ନେଇ କେବଳ କିଛିଲୋକ ରାଣୀ ପଣ୍ଡାଙ୍କ ଉପରେ ବିରକ୍ତ ପ୍ରକାଶ କରିଥିଲେ । ଯାହାକୁ ନେଇ ରାଣୀ କିଛିବି ମତ ରଖି ନଥିଲେ । ଆପଣ ମାନେ ବି ଦେଖିଥିବେ ଯେ ରାଣୀ ପଣ୍ଡାଙ୍କୁ ନେଇ ବର୍ତ୍ତମାନ ସମୟରେ ହେଉ କିମ୍ବା ପୂର୍ବରୁ ହେଉ ଯେତେ ସବୁ ବିବାଦ ସୃଷ୍ଟି ହୋଇଥିଲା ସେଥିରେ ରାଣୀଙ୍କୁ କିଛିବି ଫରକ ପଡ଼ି ନଥିଲା ।

ସେ ସବୁବେଳେ ଯେମିତି ରହନ୍ତି ସେମିତି ରହିଥିଲେ ଏବଂ ନିଜର ଯେଉଁ ସାହାଯ୍ୟ କରିବାର ଗୁଣ ଅଛି ତାହାକୁ ବଜାୟ ରଖିଥିଲେ । କହିରଖିବୁ ଯେ ରାଣୀ ପଣ୍ଡାଙ୍କୁ ଯଦି ଆମେ ଜଣେ ସମାଜ ସେବୀ କହିବୁ ତେବେ ମଧ୍ୟ କୌଣସି ଭୁଲ ହେବ ନାହିଁ । କାରଣ ସେ ଜଣେ ଏମିତି ଅଭିନେତ୍ରୀ ଅଟନ୍ତି ଯିଏକି ନିଜର ଇନକମର ୫୦ ପ୍ରତିଶତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବ୍ୟବହାର କରନ୍ତି ।

ପରର ଦୁଃଖରେ ଦୁଃଖୀ ହୁଅନ୍ତି ଏବଂ ପରର ସୁଖରେ ସୁଖୀ ହୁଅନ୍ତି । ଏଭଳି ଜଣେ ବ୍ୟକ୍ତିତ୍ୱକୁ କିଏ ବା କାହିଁକି ଘୃଣା କରିବ ? ଏପଟେ ତାଙ୍କର ଅଭିନୟ ମଧ୍ୟ ଜବରଦସ୍ତ । ଯେତେବେଳେ ରାଣୀ ପଣ୍ଡାଙ୍କ ଅପେରା ପଡ଼େ ସେଠାରେ ଲୋକଙ୍କର ବେଶ ଭିଡ଼ ଦେଖିବାକୁ ମିଳିଥାଏ ।

ଆଉ ବର୍ତ୍ତମାନ ଜଣେ ବ୍ୟକ୍ତି କହିଛନ୍ତି ଯେ ରାଣୀ ପଣ୍ଡା ତାଙ୍କର ଭଉଣୀ ଏବଂ ସେ ତାଙ୍କୁ କେବେବି ଘୃଣା କରିବେ ନାହିଁ । ସେ ମିଡ଼ିଆ ସାମ୍ନାରେ କହିଛନ୍ତି ଯେ , ଯେହେତୁ ଖଣ୍ଡଗିରିକୁ ରାଣୀ ଆସୁଛନ୍ତି ଏବଂ ତାଙ୍କର ଅପେରା ରାଣୀ ପଣ୍ଡାକୁ ଖଣ୍ଡଗିରି ମନା ପଡ଼ିଛି ତେଣୁ ସେ ଦେଖିବା ପାଇଁ ଆସିଛନ୍ତି ।

ରାଣୀ ପଣ୍ଡାଙ୍କୁ ସେ ଭଉଣୀ ବୋଲି ସମ୍ବୋଧନ କରି କହିଛନ୍ତି ଯେ ” ଯଦି ରାଣୀ ପଣ୍ଡା ମୋ ଭଉଣୀ ଏବଂ ସେ ଜଣେ ସମାଜସେବୀ ଏବଂ ସେ ସବୁବେଳେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ସବୁବେଳେ ଲୋକଙ୍କ ଦୁଃଖ ସୁଖରେ ଛିଡ଼ା ହୋଇଛନ୍ତି ତେବେ ତାଙ୍କୁ ସେ ଘୃଣା କରିବେ କାହିଁକି । ” ଯିଏବି ଘୃଣା କରୁ ନା କାହିଁକି ସେ କିନ୍ତୁ ରାଣୀ ପଣ୍ଡାଙ୍କୁ ଘୃଣା କରିବେ ନାହିଁ ଏବଂ ସବୁବେଳେ ତାଙ୍କ ସପକ୍ଷରେ ରହିବେ । ସେ କେବେବି ରାଣୀ ପଣ୍ଡାଙ୍କୁ ଖରାପ ମଧ୍ୟ କହିବେନି

Leave a Reply

Your email address will not be published. Required fields are marked *