ରାମ ମନ୍ଦିରକୁ ଏଣ୍ଟ୍ରି କରୁଥିଲେ ସାବଧାନ । ଏହି ସବୁ ଦିନିଷ ନେଇକି ଯାଉଥିଲେ ଭୋଗିବେ ସିଧା ଜେଲ ଦଣ୍ଡ ।

ନିୟମ ଅଛି ଯଦି ଭିଆଇପିଙ୍କୁ ବି ମାନିବାକୁ ପଡିବ । କାରଣ ଅଧିକ ସୁରକ୍ଷାରେ ରହିଛି ରାମ ମନ୍ଦିର । ହଁ ଦର୍ଶକ ବନ୍ଧୁ ଆଖିରେ ନାଚୁଛି ଏବେ ଅଯୋଧ୍ୟା । ପାଖେଇ ଆସୁଛି ଅଯଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ସମୟ । ଉତ୍ସବରେ ଯୋଗଦେବେକୁ ଜାନୁଆରୀ ୨୨ ରେ ଅଯୋଧ୍ୟାରେ ଭିଆଇପିଙ୍କ ଭିଡ଼ ଲାଗିବା ପ୍ରାୟ ନିଶ୍ଚିତ ଅଟେ । ସେଥି ପାଇଁ ପୁରା ଅଯଧ୍ୟାକୁ ପୁରା ୧୦୦୦୦ କ୍ୟାମେରା କୋମଣ୍ଡ ଜଗିରହିଛନ୍ତି । ସେପଟେ ମନ୍ଦିର ସୁରକ୍ଷା ପାଇଁ କଡା ନଜର ରଖାଯାଇଛି । ଏଥି ପାଇଁ ରାମ ଜନ୍ମଭୂମି ତ୍ରିର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କିଛି ନିୟମ ପ୍ରଣୟନ ମଧ୍ୟ କରାଯାଇଛି । ଆଉ ଯେଉଁ ନିୟମ ସାଧାରଣ ଲୋକଙ୍କ ସମେତ ଭିଆଇପିଙ୍କ ପାଇଁ ସମାନ ରହିବ ।

ଯଦି ଏହି ନିୟମକୁ ସେମାନେ ନମାନ୍ତି ତେବେ ଦୋଷୀ ମାନା ଯାଇ ଜେଲ ଯିବାକୁ ହେବ । ନଚେତ ମୋଟା ଅଙ୍କରେ ଫାଇନ ଗଣିବାକୁ ହେବ । ଯେବେ ଅସନ୍ତୁ ଜାଣିବା କଣ କଣ ନିୟମ ରହିଛି । ପ୍ରାଣ ପ୍ରତିଷ୍ଠା ସମୟରେ ତେବେ କୌଣସି ବ୍ୟକ୍ତି ସାଙ୍ଗରେ ମୋବାଇଲ , ପର୍ସ , ବ୍ୟାଗ ନେଇପାରିବେନି ।

ଏମିତିକି ସାଙ୍ଗରେ ଇୟର ଫୋନ କିମ୍ବା ରିମୋଟ ସଂଯୁକ୍ତ ଚାବି ବି ସାଙ୍ଗରେ ନେଇ ମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ । ଆଉ ଏହି ନିୟମ ସମସ୍ତଙ୍କ ପାଇଁ ସମାନ । ଏହି ଉତ୍ସବରେ ୭୦୦୦ ରୁ ଅଧିକ ଅତିଥି ଆସିବାକୁ ଥିବା ଅନୁମାନ କରାଯାଇଛି । ଆଉ ସେତେବେଳେ ବିଭିନ୍ନ ସ୍ଥାନରେ ସାଧୁସନ୍ଥ ନିଜଶିଷ୍ୟ ମାନଙ୍କସହ ରାମ ମନ୍ଦିର ଉଦ୍ଘାଟନ ପାଇଁ ଅନୁମତି ଦିଆଯାଇଛି ।

କିନ୍ତୁ ସମସ୍ତଙ୍କୁ ମୁଖ୍ୟ ପରିସରେ ବାହାରେ ରହିବାକୁ ପଡିବ । ମନ୍ଦିର ପରିସରକୁ ସନ୍ଥମାନେ ନିଜର ଆଶାବାଡ଼ି ନେଇପାରିବେନି । ଏମିତିକି ସେମାନେ ସେମାନଙ୍କ ଛତା , ସିଂହାସନ କିମ୍ବା ପାଦୁକା ନେବାକୁ ଅନୁମତି ଦିଆଯାଇନାହିଁ । ଯାହା ତଥ୍ୟ ମିଳିଛି ଯେଉଁ ମାନଙ୍କୁ ରାମମନ୍ଦିର ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ଦିଆଯାଇଛି , କେବଳ ସେହି ମାନଙ୍କୁ ଅନୁମତି ଦିଆଯାଇଛି ।

ସେମାନକୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ । ତେବେ ଜାନୁୟାରୀ ୨୨ ରେ ଅଯୋଧ୍ୟାରେ ଏକ ବିରାଟ ସମାଗମ ହେବ । ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳିତ ହେବ । ତେଣୁ ଲୋକଙ୍କୁ କୁହାଯାଇଛି ଯେ ଯେଉଁମାନଙ୍କୁ ରାମ ମନ୍ଦିର ପକ୍ଷରୁ ନିମନ୍ତ୍ରଣ ପତ୍ର ଦିଆଯାଇଛି ସେମାନେ ଆସିବା ଉଚିତ ।

Leave a Reply

Your email address will not be published. Required fields are marked *