ପୁଅ ବୋହୁଙ୍କ ପାଇଁ ମୁଁ ଯୁଦ୍ଧକୁ ବାହାରିଲି

ଆମେ ଯଦି ପୁରା ଗୋଟେ ଗାଁକୁ ଯିବା ତେବେ ଶାଶୂ ବୋହୂଙ୍କୁ ଦେଖନ୍ତି। କିନ୍ତୁ ଶାଶୂ ବୋହୂଙ୍କର ବୋଣ୍ଡିଂ ଦେଖିଲେ ସବୁ ଝିଅଙ୍କର ଇଚ୍ଛା ଥାଏ ମୋ ଶାଶୂ ଟିକେ ମିକ୍ସିଂ ଥାଉ, ମୋ ସହ ଟିକେ ଭଲ ସେ କଥା ହଉ। ଗାଳି ନ ଦିଅନ୍ତୁ, ଚା’ ଟିକେ ନ କଲେ ଗାଳି ଦିଅନ୍ତୁ। ଗାଳି ନ ଦିଅନ୍ତୁ ଆଉ ମୋତେ ଟିକେ ଭଲ ପାଆନ୍ତୁ । କିନ୍ତୁ ଆଜିକାଲି ଶାଶୂ ବୋହୂଙ୍କ କଥା ମୁଁ ଜାଣିନି। କିନ୍ତୁ ଆଜି ମୋ ପାଖରେ ଗୋଟେ ଏମିତି ଶାଶୂ ବୋହୂ ଯୋଡ଼ି ଦେଖିବେ ଆପଣ ଯିଏକି ଇନଷ୍ଟାଗ୍ରାମରେ ବହୁତ୍ ଭାଇରାଲ୍ ।

ଆଉ ଆପଣ ତାଙ୍କୁ କେବେ ରିଆଲିଟିରେ ଦେଖି ନାହାଁନ୍ତି ବୋଧେ। ମୁଁ ତ ବହୁତ୍ ଦିନର କଷ୍ଟ ପରେ ତାଙ୍କୁ ଦେଖିଲି। ମୋ ପାଖରେ ଅଛନ୍ତି ଦିପାଞ୍ଜଳୀ ଭାଉଜ ଏବଂ ଅକ୍ଷୀ ମାଉସୀ। ହଁ ଆଜିର ବେଷ୍ଟ୍ ଆଟ୍ରାକ୍ସନ୍ ପାର୍ଟ ହେଉଛନ୍ତି ଅକ୍ଷୀ ମାଉସୀ। ଆପଣ ଦେଖି ପାରୁଥିବେ ସେ କେବେ ବିନା ପାନରେ ବସନ୍ତିନି। ଆଜି ସେ ପାନ ଖାଇକି ବସିଛନ୍ତି। ମୋ ମାଆ ସବୁବେଳେ କହେ ମୋତେ ଯେମିତି ଭାବିବୁ, ମାଆ ଲୋ ତୁ ସେ ଘରକୁ ଗଲେ ତୋ ଶାଶୂଙ୍କୁ ସେଇ ଭଳିଆ ଭାବିବୁ। ଯଦିବି କିଛି ତୋ ମନରେ ଦୁଃଖ ଆସେ ମନ ଦୁଃଖ କରିବୁ ନିହାତି କିନ୍ତୁ ତାପରେ ସେଇଟା ତୁ ଭୁଲିଯିବୁ।

ଏତିକି ମୋ ମାଆ ମୋତେ ସବୁବେଳେ ଶିଖାଏ। କଉଁ କଥା ମନରେ ରଖିବୁନି। କାରଣ ତାଙ୍କ ପୁଅକୁ ସେ ଛୋଟ ଠାରୁ ଏତେ ବଡ଼ କରିଛନ୍ତି, ତା ମାନେ ନୁହେଁ ଯେ ତୁ ଏବେ ଯାଇକି ତୁ କହିବୁ କି ଏକଥାରୁ ସେକଥା , ସେକଥାକୁ ଏକଥା ସେମିତି ନୁହେଁ। ଯେଉଁଟା ମନ ଦୁଃଖ ହବ ଆରମ୍ ସେ ସମୟ ସହିତ ସେଇଟା ଠିକ୍ ହେଇଯିବ। ତୁ କେବେ ତୃତୀୟ ହେଇକି କହିବୁନି। ମୋର ପୁଅକୁ ମୁଁ ବହୁତ୍ ଠାକୁର ପୂଜା କରିକି ଡେରିରେ ଜନ୍ମ କରି ପାଇଛି। ମୋର ଦୁଇଟି ପୁଅ। ସେ ଦୁଇଟି ପୁଅଙ୍କୁ ମୁଁ ସୂର୍ଯ୍ୟଙ୍କୁ ପୂଜା କରି ପାଇଛି। ଆଉ ବୋହୂ ସାଙ୍ଗରେ ଆଉ କଣ ଏଇତ ଅଢ଼େଇ ଦିନର ଜୀବନ।

ଆଜି ଅଛି କାଲିକି ନଥିବ। ମାଆ,ପୁଅ, ବୋହୂ ଆମେ ତିନି ଜଣ ମିଶି ଆମେ ଏ ଯୁଦ୍ଧକୁ ବାହାରିଛୁ । ଆଗେ ମୋ ପୁଅ, ତାପରେ ମୋ ବୋହୂ ଏ ଯୁଦ୍ଧକୁ ବାହାରିଥିଲେ। ତାପରେ ମୁଁ ଟିକେ ଚାହିଁଲି ବାପା ମୋତେ ଟିକେ ନବୁ କି। ମୋ ପୁଅ କହିଲା ମାଆ ତୁ ସତରେ ଯିବୁ। ତାପରେ ମୁଁ କହିଲି ହଁ, ସେବେଠୁ ମୁଁ ଆସିଲି। ତାପରେ ମୋ ବୋହୂ ଗୋଟେ କାନ୍ଧ ଦେଖାଇଲା,ମୋ ପୁଅ ଗୋଟେ କାନ୍ଧ ଦେଖାଇଲା । ତାପରେ ତାଙ୍କ କାନ୍ଧରେ ଗୋଡ଼ ଥୋଇଲି ଆଉ ଠିଆ ହେଲି । ତାପରେ ମୋ ପୁଅ କହିଲା ମାଆ ଦେଖେ ଆମେ ତୋତେ କେତେ ରଙ୍ଗୀନ ଦୁନିଆଁକୁ ନେଇ ଆସିଛୁ।

ଦେଖେ ଆମର ଏ ଓଡ଼ିଶା ବାସୀ କେତେ ସୁନ୍ଦର। ଆମ ଓଡ଼ିଶା କେତେ ସୁନ୍ଦର। ସେମାନେ ତୋତେ କେତେ ସୁନ୍ଦର ଭଲ ପାଇବା ଦେବେ, ସ୍ନେହ, ଶ୍ରଦ୍ଧା ଦେବେ। ସେହି ଓଡ଼ିଶାବାସୀଙ୍କ ପାଇଁ ମୁଁ ଆଜି ଏଇ ଜାଗା ଉପରେ ଠିଆ ହୋଇଛି। ତାଙ୍କ ପାଇଁ ମୁଁ ଗର୍ବିତ ଆଜି। ଜଗନ୍ନାଥଙ୍କର ବହୁତ୍ କୃପା। ସେଇ ଜଗନ୍ନାଥଙ୍କର କୃପା ବଳରେ ଆଉ ଓଡ଼ିଶାବାସୀଙ୍କର ସ୍ନେହ, ଶ୍ରଦ୍ଧା ଯୋଗୁଁ ମୁଁ ଆଜି ଏ ଜାଗା ଉପରେ ଠିଆ ହୋଇଛି।

Leave a Reply

Your email address will not be published. Required fields are marked *