ଗୋଟିଏ ପଟେ ରାମ ମନ୍ଦିର ପ୍ରତିଷ୍ଠା ସହିତ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସହିତ ପାଞ୍ଚ ଶହ ବର୍ଷ ହେବ ଥିବା ଲୋକଙ୍କ ସ୍ୱପ୍ନ ମଧ୍ୟ ପୂରଣ ହୋଇଛି । ଗୋଟିଏ ପଟେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେଉଛି ଏବଂ ଅନ୍ୟ ପଟେ ମନ୍ଦିରବାହାରେ ରାହୁଲ ଗାନ୍ଧୀ ବସିଛନ୍ତି । ରାହୁଲ ଗାନ୍ଧୀଙ୍କୁ ମନ୍ଦିର ଭିତରକୁ ବାରଣ କରାଯାଉଛି । ଏଭଳି ଘଟଣା ଘଟିବା ପରେ ରାହୁଲ କହିଛନ୍ତି ଯେ ତାଙ୍କର କଣ ଭୁଲ ରହିଛି ଯେ ତାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ସୁଯୋଗ ମିଳୁନି । ଆଜ୍ଞା ହଁ ! ଆଜି ରାହୁଲ ଗାନ୍ଧୀଙ୍କୁ ମନ୍ଦିର ଭିତରକୁ ପ୍ରବେଶ ବାରଣ କରାଯାଇଛି । ନିଜେ ରାହୁଲ ଗାନ୍ଧୀ ଏଭଳି ଏକ ଅଭିଯୋଗ ଆଣିଛନ୍ତି ।
କଂଗ୍ରେସ ତରଫରୁ ପୋଷ୍ଟ ହୋଇଥିବା ଏକ ଭିଡ଼ିଓରେ ଏଭଳି ଏକ ଘଟଣା ବିଷୟରେ ଜାଣିବାକୁ ମିଳିଛି । ଉକ୍ତ ଭିଡ଼ିଓରେ ରାହୁଲ ଅଭିଯୋଗ ଆଣିଛନ୍ତି ଯେ ତାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଗଲା ନାହିଁ । ତାଙ୍କୁ ଅଟକାଇବା ପରେ ରାହୁଲ ଏଭଳି କିଛି ଅଭିଯୋଗ ଆଣିଛନ୍ତି ।
ସୂଚନା ଅନୁଯାୟୀ ଏଭଳି ଏକ ଘଟଣା ଆସାମର ପଟଦ୍ରବସୋତ୍ର ମନ୍ଦିରରେ ଘଟି ଯାଇଛି । ଆସାମର ସାଧୁ ତଥା ପଣ୍ଡିତ ଶ୍ରୀମନ୍ତ ଶଙ୍କର ଦେବଙ୍କ ଜନ୍ମସ୍ଥାନକୁ ରାହୁଲ ଗାନ୍ଧୀଙ୍କୁ ଦର୍ଶନ କରିବାକୁ ଯାଇଥିଲେ । କିନ୍ତୁ ସେଠାରେ ତାଙ୍କୁ ମନ୍ଦିର ଭିତରକୁ ଯିବାକୁ ଅନୁମତି ମିଳି ନଥିଲା । ଯେଉଁ କାରଣରୁ ରାହୁଲ ଅସନ୍ତୁଷ୍ଟ ହୋଇଥିଲେ ।
ରାହୁଲଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକକୁ ନେଇ ରାହୁଲ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ମନ୍ଦିର ପରିଦର୍ଶନ କରିବାକୁ ଯାଉଥିବା ବେଳେ ତାଙ୍କୁ କାହିଁକି ଅନୁମତି ମିଳିଲା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ତାଙ୍କର କଣ ଭୁଲ ଅନଂ କଣ ଦୋଷ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଗୋଟିଏ ଭିଡ଼ିଓ ମଧ୍ୟ ତାଙ୍କର ସୋସିଆଲ ମିଡ଼ିଆ ସାଇଟ X ରେ ପୋଷ୍ଟ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ କୌଣସି ଅସୁବିଧା ସୃଷ୍ଟି କରିବାକୁ ଚାହୁଁ ନାହାଁନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ନରେନ୍ଦ୍ର ମୋଦି ଠିକ କରନ୍ତୁ ଯେ ରାହୁଲ ଗାନ୍ଧୀ ମନ୍ଦିରରେ ପ୍ରବେଶ କରିବେ କି ନାହିଁ ?