ଗାଧୋଇବା ପାଇଁ ପୋଖରୀକୁ ଆସିଥିଲେ ଗାଁ ଲୋକେ । ଆଉ ତାପରେ ଯାହା ଦେଖିଲେ ……..

ସବୁ ଗାଁରେ ଏକ ଗାଁ ପୋଖରୀ ନିହାତି ଥିବ । କିନ୍ତୁ ପୋଖରୀରେ ଯେଉଁଠି ଲୋକେ ନିଜର ନିତିଦିନିଆ କାମ କରିବାକୁ ବ୍ୟବହାର କରନ୍ତି ସେଠାରେ ଯଦି ଲୋକେ ମୃତ ଦେହ ଭାସୁଥିବାର ଦେଖନ୍ତି ତେବେ ଭୟଭୀତ ତ ନିଶ୍ଚୟ ହେବେ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କାରଣ ଏଭଳି ଘଟଣା ଅସମ୍ଭବ ନୁହେଁ ।

ଆଜିକା ସମୟରେ ଅନେକ ସ୍ଥାନରେ ଏଭଳି ଘଟଣା ଦେଖାଯାଇଛି । ଆଉ ବର୍ତ୍ତମାନ ଏକ ସ୍କୁଲ ପଛରେ ଥିବା ଗାଁ ପୋଖରୀରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ଯାହା ଦେଖି ଗାଁ ଲୋକେ ଭୟଭୀତ ହୋଇ ଯାଇଛନ୍ତି । ଗାଁର କିଛି ଲୋକମାନେ ଯେତେବେଳେ ପୋଖରୀକୁ ଗାଧୋଇବାକୁ ଆସିଥିଲେ ସେତେବେଳେ ଗାଁ ଲୋକ ମାନେ ପୋଖରୀ ଭିତରେ କିଛି ଏଭଳି ଦେଖିଥିଲେ ।

ଯାହା ପରେ ସେମାନେ ପୋଲିସକୁ ଖବର ଦେଇଥିଲେ । ଆଉ ଯିଏ ଯେଉଁଠି ଥିଲେ ଗାଁ ଲୋକେ ସମସ୍ତେ ପୋଖରୀ ଚାରିପଟେ ଘେରିଗଲେ । ଗାଁର କିଛି ଲୋକ ଯେତେବେଳେ ପୋଖରୀକୁ ଗାଧୋଇବାକୁ ଆସିଥିଲେ , ସେତେବେଳେ ସେମାନେ ପୋଖରୀରେ ଏକ ମୃତ ଦେହ ପଡ଼ି ଥିବାର ଦେଖିବାକୁ ପାଇଥିଲେ ।

ଆଉ ତାପରେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଶବକୁ ଉଦ୍ଧାର କରିବା ସହିତ ଶବ ବ୍ୟବଚ୍ଛେଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି । ଏହି ଘଟଣା ବିଷୟରେ ଗାଁ ଲୋକେ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ସବୁଠି ଏହି ଘଟଣା ବିଷୟରେ ଚର୍ଚ୍ଚା ଜୋର ଧରିଛି ଯେ ଏଭଳି ଭାବରେ ହତ୍ୟା କରି କିଏ ପୋଖରୀ ଭିତରେ ପକାଇ ଦେଇଛି ? ସୂଚନା ଅନୁଯାୟୀ ଏଭଳି ଏକ ଘଟଣା କଟକ ଜିଲ୍ଲା ସାଲେପୁର ଥାନା ଅରବିନ୍ଦ ସ୍କୁଲ ପଛପଟ ଥିବା ଏକ ପୋଖରୀରେ ଘଟିଛି । ତେବେ ଜଣେ ଅଜଣା ବ୍ୟକ୍ତିର ମୃତଦେହ ଗାଁ ପୋଖରୀକୁ କେମିତି ଆସିଲା ବୋଲି କେହି କିଛିବି ବୁଝି ପାରି ନାହାଁନ୍ତି । ଏନେଇ ସାଲେପୁର ଥାନା ପୋଲିସ ଏହି ଘଟଣାକୁ ନେଇ ବିଭିନ୍ନ ଦିଗକୁ ତଦନ୍ତ କରୁଥିବା ଜଣା ପଡ଼ିଛି । ଏହି ମୃତ ବ୍ୟକ୍ତି ଜଣକ କିଏ , ତାହା ବହୁତ ଶୀଘ୍ର ଜଣା ପଡ଼ିବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *