ବହୁତ ହୃଦୟ ବିଦା-ରକ ଥିଲା ସେଦିନର ବସ୍ ଦୁର୍ଘ-ଟଣା । ଯେଉଁଠି ରାସ୍ତା ଉପରେ ସମସ୍ତଙ୍କ ଆଗରେ ବସ୍ ହୁ ହୁ ହୋଇ ଜଳି ଉଠିଥିଲା । କିନ୍ତୁ କେହି କିଛି କରି ପାରୁ ନଥିଲେ । ସମସ୍ତେ ବାସ୍ ସ୍ତବ୍ଧ ହୋଇ ଯାଇଥିଲେ । ଯିଏ ଯୁଆଡେ ପାରୁଥିଲା ଧାଇଁ ବୁଲୁଥିଲା ଆଉ ସେପଟେ ବସ୍ ର ମୁଖ୍ୟ କବାଟ ଲକ୍ ହୋଇ ଯାଇଥିଲା । ଲୋକେ ଝରକା ପଟେ ବାହାରକୁ ଡେଇଁ ଦେଉଥିଲେ । କିଏ କିଛି ଜାଣି ପାରୁ ନଥିଲେ ଖାଲି ବିକଳ ହୋଇ ଚି-ତ୍କାର କରୁଥିଲେ । ତେବେ ଆମେ ସେଦିନର ବସ୍ ରେ ନି-ଆଁ ଲାଗିବା କଥା କହୁଛୁ ।
ଖଡ଼ଗପୁର ରୁ କେନ୍ଦ୍ରାପଡ଼ା ଫେରୁଥିବା ସେଦିନ ବସ୍ ରେ ନି-ଆଁ ଲାଗି ଯାଇଥିଲେ । ସେଥିରେ ଅନେକ ଲୋକ ଥିଲେ କିନ୍ତୁ ଯିଏ ଯେମିତି ପାରିଲା ବାହାରକୁ ବାହାରି ଗଲା । କିନ୍ତୁ ଭିତରେ ରହିଗଲେ ପୁଷ୍ପାଞ୍ଜଳି ଆଉ ସେ ଆଖି ଆଗରେ ଜ-ଳି ଗଲେ । ତେବେ ଦୀପାବଳୀ ମନାଇବା ପାଇଁ ଘରକୁ ଖୁସିରେ ନିଜ ସ୍ଵାମୀ , ପୁଅ ସହିତ ଫେରୁଥିଲେ ପୁଷ୍ପାଞ୍ଜଳି । କିନ୍ତୁ ବିଧିର ବିଧାନ କିଛି ଏପରି ଥିଲା । ହଠାତ୍ ବସରେ ନି-ଆଁ ଲାଗି ଯାଇଥିଲା ଆଉ ନିଜ ପୁଅକୁ ବାହାରକୁ ଫୋ-ପାଡି ଦେଇଥିଲେ ପୁଷ୍ପାଞ୍ଜଳିଙ୍କ ସ୍ଵାମୀ ।
ଆଉ ସ୍ତ୍ରୀ ତାଙ୍କୁ କହିଥିଲେ ଯାଅ ତୁମେ ବାହାରକୁ ଯାଇ ପୁଅକୁ ଦେଖ ମୁଁ ଯାଉଛି । ବାସ୍ ଏତିକି କଥା ଶେଷ କଥା ଥିଲା କାହିଁକି ନା ପୁଷ୍ପାଞ୍ଜଳି ଆଉ ବାହାରି ପାରି ନଥିଲେ ଏବଂ ଜ-ଳି ଯାଇଥିଲେ । ତେବେ ସେହି ଘଟ-ଣାକୁ ଆଜିକୁ ୭ ଦିନ ବିତି ଗଲାଣି କିନ୍ତୁ ଘରେ ପହଞ୍ଚି ପାରି ନାହିଁ ପୁଷ୍ପାଞ୍ଜଳିଙ୍କ ମୃ-ତଦେ-ହ । ସ୍ଵାମୀ କହୁଛନ୍ତି ୧୦ ଦିନ ହୋଇଗଲେ ଶ-ବକୁ ଆଉ ଗାଆଁରେ ପୁରାଇବାକୁ ଦେବେ ନାହିଁ ଗାଆଁ ଲୋକ କାହିଁକି ନା ଏହା ବିଧିରେ ଅଛି । ତେଣୁ ଶ-ବକୁ ଟିକିଏ ଜଲଦି ଦେଇ ଦିଅନ୍ତୁ ।
ଅନ୍ୟ ପକ୍ଷରେ ଗାଆଁରେ ଥିବା ତାଙ୍କ କୁନି ଝିଅ ମଧ୍ୟ ମୁଣ୍ଡ ବାଡେଇ କା-ନ୍ଦୁଛି , କହୁଛି ମୋ ମାଆକୁ ଟିକିଏ ମୋତେ ଦେଖିବାକୁ ଦିଅ । ମୁଁ ତାକୁ ଟିକିଏ ମନ ଭରି ଦେଖିବି । ମୋ ସାନ ଭାଇ ସେଦିନ ଠାରୁ ପୁରା ଚୁପ୍ ହୋଇ ଯାଇଛି , କାହିଁକି ନା ତା ଆଖି ଆଗରେ ଏତେ ବଡ ଅଘ-ଟଣ ଘଟିଗଲା । ସେ ଅସୁସ୍ଥ ରହୁଛି । ତେଣୁ କରି ମୋ ମାଆର ଶ-ବକୁ ଟିକିଏ ଆଖି ଭରି ଦେଖିବି ମୁଁ । ଆଉ କେବେ ମୋ ପାଖକୁ ମୋ ମାଆ ଆସିବ ନାହିଁ ବୋଲି ଝିଅଟି କହିବାରେ ଲାଗିଛି । ଅନ୍ୟ ପକ୍ଷରେ ପରିବାର ଲୋକ ବୋହୂକୁ ବାହୁନି ବାହୁନି କାନ୍ଦି-ବାରେ ଲାଗିଛନ୍ତି ।