ମହିଳାଙ୍କ ଅଣ୍ଟା ତଳୁ ବାହାରୁଛି ପୁଳା ପୁଳା ଟଙ୍କା । ଦୃଶ୍ୟ ଦେଖିଲେ ଆପଣଙ୍କ ହୋସବି ଉଡ଼ିଯିବ ।

ଜଣେ ଶାଢ଼ୀ ପିନ୍ଧିଥିବା ମହିଳା ଜଣକର କାରନାମା ଦେଖିଲେ ଆପଣବି ମୁଣ୍ଡରେ ହାତ ଦେବେ । ମହିଳାଙ୍କ ଅଣ୍ଟା ତଳେ ଏତେ ମାତ୍ରାରେ ବ୍ରାଉନ ସୁଗର ଯେ ତାହା ଦେଖିଲେ ଆପଣଙ୍କ ହୋସବି ଉଡ଼ିଯିବ । ଯେତେ ହାତ ମାରିଲେ ସେତେ ବାହାରୁଛି । ଆଉ ଏପଟେ ପୋଲିସ ଗାଡ଼ି ଭିତରେ ବସି ମହିଳା ଜଣକ ଯେଉଁ ଅଭିନୟ କରୁଛି ତାହା ଦେଖିଲେ ଆପଣ ଆହୁରି ଆଶ୍ଚର୍ଯ୍ୟ ହୋଇଯିବେ । ଏତେ ଦିନ ଧରି ଶାଢ଼ୀ ତଳେ ବ୍ରାଉନ ସୁଗାର ବେପାର କରୁଥିବା ଏହି ମହିଳାଙ୍କ ବିଷୟରେ ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ । ଏଭଳି କାମ ପ୍ରାୟତଃ ପୁରୁଷ ମାନେ କରୁଥିବାର ଆପଣ ମାନେ ଦେଖିଥିବେ । କିନ୍ତୁ ଏହି ମହିଳା ଜଣକ ଶାଢ଼ୀ ଭିତରେ ଏଭଳି ଭାବରେ ବ୍ରାଉନ ସୁଗାର ରଖିଛନ୍ତି ଯେ ତାହା ଦେଖିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ ।

କହିରଖିବୁ ଯେ ଏହି ଶାଢ଼ୀ ପିନ୍ଧା ମହିଳା ଜଣକ ବ୍ରାଉନ ସୁଗାର ବେପାର କରୁଥିଲେ । ତାହା ଦୁନେ ଅଧେ ନୁହଁ ବରଂ ବର୍ଷ ବର୍ଷ ଧରି ସେହି ବେପାର କରି ଆସୁଥିଲେ । ଆଉ ଆଜି ପୋଲିସ ହାତରେ ଧରା ପଡ଼ି ଯାଇଛନ୍ତି । ଆଉ ତାପରେ ପୋଲିସ ଗାଡ଼ି ଭିତରେ ପେଟରେ ହାତ ଦେଇ ମହିଳା ଜଣଙ୍କୁ ଅଭିନୟ କରୁଥିବାର ଦେଖିବାକୁ ମିଳିଛି ।

ତେବେ ଏଭଳି ଏକ ଘଟଣା ଆଜି ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଆଦର୍ଶ ଥାନା ପୋଲିସ ଦ୍ୱାରା ବେଆଇନ ବ୍ରାଉନ ସୁଗାର କାରବାର ମାମଲାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ତେବେ ଗିରଫ ମହିଳା ଜଣକ ହେଲେ ଆରଡ଼ା ବଜାରର ୫୭ ବର୍ଷୀୟ ସହେଲା ବ୍ୟୁ ବୋଲି ପୋଲିସ ସୂଚନା ଦେଇଛି ।

ଆଦର୍ଶ ଥାନା ଆଇଆଇସିକୁ ଖବର ମିଳିବା ପରେ ସେମାନେ ସୋହେଲାଙ୍କୁ ଧରିଥିଲେ । ସୋହେଲାଙ୍କ ପାଖରୁ ୧୧୦ ଗ୍ରାମ ବ୍ରାଉନ ସୁଗାର ଯାହାର ବଜାର ମୂଲ୍ୟ ୧୧ ଲକ୍ଷ ଟଙ୍କା ଏବଂ ପାଖାପାଖି ୨୪ ଶହ ଟଙ୍କା ମଧ୍ୟ ଜବତ ହୋଇଛି । ଆଉ ଏହା ପରେ ମହିଳା ଜଣକ ପୋଲିସ ଗାଡ଼ିରେ ବସି ଅଣ୍ଟା ତଳେ ହାତ ଦେଇ ଏଭଳି ଅଭିନୟ କରୁଛନ୍ତି ଯେ ତାଙ୍କୁ ଦେଖିଲେ ଲାଗିବ ଯେମିତି ସେ ସତରେ ଅସୁସ୍ଥ । ପୂର୍ବରୁ ସୋହେଲା ନାମରେ ବାଲେଶ୍ୱର ସହଦେବଖୁଣ୍ଟା ଥାନାରେ ଦୁଇଟି ମାମଲା ରହିଥିବା ବେଳେ ଦୀର୍ଘ ଦିନରୁ ସେ ନିଶା କାରବାରରେ ସମ୍ପୃକ୍ତ ଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *