ମିଶନ ଶକ୍ତିକୁ ନେଇ ବଡ଼ ଅପଡେଟ୍‌, ମହିଳାଙ୍କ ପାଇଁ ଏମିତି ନିଷ୍ପତ୍ତି ନେବେ କି ନୂଆ ମୁଖ୍ୟମନ୍ତ୍ରୀ?

ବନ୍ଦ ହୋଇଯିବ କି ମିଶନ ଶକ୍ତି। ଏମିତି ନିଷ୍ପତ୍ତି ନେବେ କି ନୂଆ ମୁଖ୍ୟମନ୍ତ୍ରୀ? ମିଶନ ଶକ୍ତିକୁ ନେଇ ଆସିବ ବଡ଼ ଅବଡେଟ। ରାଜ୍ୟରେ ବନ୍ଦ ହୋଇଯିବ କି ଏହି ଲାଭଦାୟକ ଯୋଜନା? ଏମିତି କିଛି ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ। ଏଭଳି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ।

ରାଜ୍ୟରେ ବିଜେପି ସରକାର ଆସିବା ପରେ ବିଭିନ୍ନ ଲାଭଦାୟକ ଯୋଜନା ଲାଗୁ ନେବା ଚର୍ଚ୍ଚା ଲାଗି ରହିଛି । ଏହି କ୍ରମରେ ପୂର୍ବ ସରକାରଙ୍କ ସମୟରୁ ଚାଲିଆସିଥିବା କିଛି ଯୋଜନା ଓ ପଦକ୍ଷେପ ଉପରେ ପୂର୍ଣ୍ଣଚ୍ଛେଦ ପଡିପାରେ ଏଭଳି କିଛି ଚର୍ଚ୍ଚା ଜୋର ଧରିଛି। ତେବେ ନିକଟରେ 5T ଓ ମୋ ସରକାରକୁ ହଟାଇଦିଆଯାଇଥିବା ଚର୍ଚ୍ଚା ବେସ ଅଧିକ ବଢିଛି। ଏହାପରେ ଏବେ ନଜରକୁ ଆସିଛି ମିଶନ ଶକ୍ତି। ତେବେ ମିଶନ ଶକ୍ତିକୁ ନେଇ ମଧ୍ୟ ବଡ଼ ଖବର ଆସିଛି।

ରାଜ୍ୟରେ ମିଶନ ଶକ୍ତି ଯୋଜନାକୁ ନେଇ ଚର୍ଚ୍ଚା। ଏହି ଯୋଜନା ଜାରି ରହିବ କିନ୍ତୁ ନା ବଦଳିବ ବୋଲି ଆଲୋଚନା ହେଉଛି। ନୂଆ ସରକାର ମହିଳାଙ୍କ ପାଇଁ ଉଲ୍ଲେଖନୀୟ ପରିବର୍ତ୍ତନ କରିବା ନେଇ ପ୍ରସ୍ତୁତ ହେଉଛନ୍ତି। କାରଣ ନିର୍ବାଚନୀ ଇସ୍ତାହାରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଥିଲା ବିଜେପି। ରାଜ୍ୟରେ ସରକାର ଆସିଲେ ଲାଗୁ କରିବା ନେଇ ପ୍ରତିଶ୍ରୁତି ବି ଦେଇଥିଲା। ଆଉ ସରକାର ଆସିବାର ପ୍ରଥମ ଦିନରୁ ହିଁ କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି ନେଇଥିଲେ।

ଓଡ଼ିଶାର ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଲାଗୁ କରିବାକୁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାକୁ ଯାଉଛି ବିଜେପି ସରକାର। ପ୍ରଥମ କ୍ୟାବିନେଟ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଥିବା ବେଳେ ୧୦୦ ଦିନ ଭିତରେ ହିଁ ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ମହିଳାମାନଙ୍କ ଶସକ୍ତିକରଣ ପାଇଁ ଆସନ୍ତା ୧୦୦ ଦିନ ଭିତରେ ସୁଭଦ୍ରା ଯୋଜନା ଲାଗୁ କରାଯିବ। ଏହା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ପ୍ରଦାନ କରାଯିବ। ଏ ନେଇ ସମ୍ପୂର୍ଣ୍ଣ ଗାଇଡଲାଇନ ପ୍ରସ୍ତୁତ କରିବାକୁ ମହିଳା ଓ ଶିଶୁ ବିକାଶ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ଏପଟେ ମିଶନ ଶକ୍ତି ଯୋଜନାରେ କିଛି ପଏଣ୍ଟରେ ପରିବର୍ତ୍ତନ କରାଯିବ ବୋଲି ଚିନ୍ତା କରୁଛନ୍ତି ସରକାର। ଏହି ଯୋଜନାକୁ ସମ୍ପୂର୍ଣ୍ଣ ବନ୍ଦ ନକରାଗଲେ ମଧ୍ଯ ରାଜ୍ୟରେ ମହିଳାମାନଙ୍କ ବିକାଶ ପାଇଁ କିଛି ନୂଆ ନିୟମ ଆସିପାରେ। ମିଶନ ଶକ୍ତି ବିଜେଡ଼ି ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ଯୋଜନା ଯେଉଁଥିରୁ ଲକ୍ଷ ଲକ୍ଷ ମହିଳାମାନେ ଉପକୃତ ହେଉଥିଲେ। ମିଶନ ଶକ୍ତି ମହିଳାମାନଙ୍କୁ ପାରିଶ୍ରମିକ ଭାବେ ସ୍ବଳ୍ପ ଅର୍ଥ ପ୍ରଦାନ କରାଯାଉଥିଲା।

ମିଶନ ଶକ୍ତିର ମହିଳାମାନଙ୍କୁ ପେନସନ୍ ଭତ୍ତା ଲାଗୁ କରିବାକୁ ବିଜେଡି ସରକାର ଘୋଷଣା କରିଥିଲା।ନୂଆ ସରକାର ଗଠନ ହେଲେ ମିଶନ ଶକ୍ତି ପାଇଁ ନିୟୋଜିତ କର୍ମଚାରୀ ବା କର୍ମୀଙ୍କ ସ୍ଥିତି କଣ ରହିବ ତାହା ଏବେ ସନ୍ଦେହ ଘେରରେ ରହିଛି। ଅନ୍ୟପଟେ ବିଜେପିର ଲକ୍ଷପତି ଦିଦି ସୃଷ୍ଟି କରିବାର ପ୍ରତିଶ୍ରୁତିକୁ ନେଇ ପ୍ରତି ମହିଳାଙ୍କୁ ୫୦ହଜାର ଟଙ୍କାର ଭାଉଚର ପ୍ରଦାନ କରାଯିବ ବୋଲି ଜଣାପଡିଛି। ତେବେ ମିଶନ ଶକ୍ତିକୁ ଆହୁରି ସୁଦୃଢ କରାଯିବ ନା ବିକଳ୍ପ ଉପାୟ ଅବଲମ୍ବନ କରାଯିବ ତାହାକୁ ନେଇ ଅଲୋଚନା ହେଇଛି।

Leave a Reply

Your email address will not be published. Required fields are marked *