ଅଭିନେତା ଅରିନ୍ଦମ ରାୟଙ୍କ ଅଭିନୀତ “ରାମ୍” ଚଳଚିତ୍ର ପଶ୍ଚିମ ଓଡ଼ିଶାରେ ବ୍ଯାନ ହେବା ପରେ ମନୋଜ ମିଶ୍ରଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା । ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । ସେ ବାସ୍ତବ ଜୀବନରେ କେମିତି ଆଉ କଣ କରନ୍ତି , ତାହା ବିଷୟରେ ଜଣକ ପରେ ଜଣେ ଅଭିନେତ୍ରୀ କିମ୍ବା ଅନ୍ୟ ମାନେ ମୁଁହ ଖୋଲିବାରେ ଲାଗିଛନ୍ତି । ଆଉ ଶେଷରେ ଏହାକୁ ନେଇ ତାଙ୍କ ସ୍ତ୍ରୀ ମାନା ମିଶ୍ର ମଧ୍ୟ ମୁଁହ ଖୋଲି ଦେଇଛନ୍ତି । ଆଉ ଯାହା ବିଷୟରେ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।
ସୂଚନା ଅନୁସାରେ , ମାନା ମିଶ୍ର କହିଛନ୍ତି କି , ୨୦୧୬ ମସିହାରୁ ସେମାନେ ଅଲଗା ରହୁଛନ୍ତି । କାହିଁକି ନା ଆପଣ ଭାବୁଥିବେ ଆମର ଛାଡପତ୍ର ହୋଇଯାଇଛି । କିନ୍ତୁ ଏହା ଆଦୌ ହୋଇ ନାହିଁ । ଆମର ଆଦୌ ଛାଡପତ୍ର ହୋଇନାହିଁ । ତଥାପି ଆମେ ଅଲଗା ରହୁଛୁ । ସେ ମୋ ସହିତ ରହିବାକୁ ପସନ୍ଦ କରନ୍ତି ନାହିଁ କି ମୋ ସହିତ ସେ ଫୋଟ ଉଠାଇବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ । ସେ ମୋତେ ଆଦୌ ପସନ୍ଦ କରନ୍ତି ନାହିଁ। ବୋଧ ହୁଏ ସ୍ତ୍ରୀ ଭାବରେ ଗ୍ରହଣ କରିବାକୁ ସେ ରାଜି ନୁହଁନ୍ତି ।
ଆହୁରି ମଧ୍ୟ ସେ କହିଛନ୍ତି କି , ଯେତେବେଳେ ସେମାନେ ମୁମ୍ବାଇରେ ଏକ ଫ୍ଲାଟରେ ରହୁଥିଲେ ସେତେବେଳେ ରାତି ୧ଟା ସମୟରେ ଜଣେ ଝିଅ ଆସି ତାଙ୍କ କବାଟ ବାଡେଇ ଥିଲା । ଆଉ ଯାହା ପରେ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କେବଳ ଏତିକି ନୁହେଁ , ଅନେକ ଝିଅ ମଧ୍ୟ ତାଙ୍କୁ ରାତିରେ ଫୋନ୍ କରିଥାନ୍ତି । ଯାହା ତାଙ୍କୁ ଆଦୌ ଭଲ ଲାଗେ ନାହିଁ । ଏତେ ରାତିରେ କାହାର କଣ କଥା । ତେବେ ମନୋଜ ମିଶ୍ରଙ୍କ ଏପରି କିଛି ଗୁଣ ଅଛି , ଯାହାକୁ ସେ ଆଦୌ ପସନ୍ଦ କରନ୍ତି ନାହିଁ ।
ଅନ୍ୟପକ୍ଷରେ ସେ କହିଛନ୍ତି କି , ଜଣେ ଝିଅ କାଷ୍ଟିଂ କାଉଚ ଅଭିଯୋଗ ଆଣିଛନ୍ତି ମନୋଜ ମିଶ୍ରଙ୍କ ନାମରେ । ଆଉ ତାହା ସତ କି ମିଛ ବୋଲି ପଚାରିବାରୁ ସେ କହିଛନ୍ତି କି , ଏହା ନିଶ୍ଚିତ ଭାବରେ ସତ ହୋଇଥିବ । କାହିଁକି ନା ଜଣେ ଝିଅ କେବେ ବି କାହା ନାମରେ ଏମିତି ମିଛ କହିବ ନାହିଁ । ଯିଏ ଅଙ୍ଗେ ନିଭାଇଥାଏ ସେ ହିଁ ସବୁକିଛି ଜାଣିଥାଏ । ସତ ମିଛ ମଧ୍ୟରେ ଫରକ୍ ତାକୁ ଜଣାଥାଏ । ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ , ପ୍ରଯୋଜକ ଭାଇ କାନ୍ଦିବାରୁ ସେ ମଧ୍ୟ କାନ୍ଦି ପକାଇଲେ । କାହିଁକି ନା ଗୋଟିଏ ଫିଲ୍ମ ତିଆରି କରିବା ବହୁତ କଷ୍ଟକର ।