ସ୍ତ୍ରୀ ଆଖିରୁ ଶୁଖୁ ନାହିଁ ଲୁହ , ବାପା ମାଆ ବାରମ୍ବାର ଅଚେତ୍ ହୋଇ ଯାଉଛନ୍ତି । ପୁରା ଗାଆଁ ଲୋକ ଭାଙ୍ଗି ପଡ଼ୁଛନ୍ତି । କାହା ପେଟକୁ ଦୁଇ ମୁଠା ଦାନା ଯାଉ ନାହିଁ । ସମସ୍ତେ କା-ନ୍ଦି କା-ନ୍ଦି ଗଡ଼ି ଯାଉଛନ୍ତି । ସ୍ତ୍ରୀ ବାରମ୍ବାର ମୁଣ୍ଡ ବାଡେଇ କାନ୍ଦୁଛି । କାହିଁକି ନା ଆଉ ତା ମଥାରେ ନାହିଁ ଲାଲି ସିନ୍ଦୂର କି ହାତରେ ନାହିଁ ଶଙ୍ଖା । ଆଉ ଏପରି ପରିସ୍ଥିତି ଦେଖି କିଏ ବା ନିଜକୁ ଅଟକି ପାରିବ । ବାହାଘରକୁ ବର୍ଷେ ମଧ୍ୟ ପୁରିନାହିଁ କିନ୍ତୁ ଶେଷ ହୋଇଗଲା ସବୁକିଛି । ସ୍ତ୍ରୀ ନିଜ ସ୍ବାମୀଙ୍କୁ ଭଲ ଭାବରେ ଚିହ୍ନିବା ଆଗରୁ ସଲିଳ ସମାଧି ନେଇଗଲେ ସ୍ଵାମୀ ।
ତେବେ ହଁ ଆଜ୍ଞା ଏତେ ବଡ ଦୁଃ-ଖ ଦେଖି କିଏ ବା ନିଜକୁ ଅଟକି ପାରିବ ନା କିଏ ଦୁଇ ମୁଠା ଦାନା ନେଇ ପାରିବ । ଏତେ ବଡ ଭେଣ୍ଡିଆ ପୁଅର ଏମିତି ଜୀବନ ଚାଲିଯିବ ବୋଲି କିଏ ସ୍ୱପ୍ନରେ ମଧ୍ୟ ଭାବି ନଥିଲେ । କିନ୍ତୁ କୁହାଯାଏ ନା ଜୀବନ ହିଁ ଏମିତି । ଯାହା ଭାବି ନଥିବ , ତାହା ହିଁ ମିଳିବ । ଆଉ ତାହା ହେଲା ଏହି ଯବାନଙ୍କ ସହିତ । ତେବେ ଆମେ କହୁଛୁ ସିକ୍କିମ ବନ୍ୟା ପାଣିରେ ଭାସି ଯାଇ ସହିଦ ହୋଇ ଯାଇଥିବା ସରୋଜଙ୍କ ବିଷୟରେ । ଘର ଲୋକଙ୍କୁ କଥା ଦେଇଥିଲେ ସେ ଫେରିବେ ।
କହିଥିଲେ କୁମାର ପୂର୍ଣ୍ଣିମାରେ ଘରକୁ ଯିବି ଆଉ ଏଠାରୁ ସିକ୍କିମ ଶାଢ଼ୀ ନେଇ କରିଯିବି । କିନ୍ତୁ ଦେଇଥିବା କଥା ସେହି କଥାରେ ରହିଗଲା । କାହିଁକି ନା ଏବେ ସିନା ଘରକୁ ଫେରିବେ ସରୋଜ । ହେଲେ ଜୀବିତ ନୁହେଁ , ଆସିବ ତାଙ୍କ ମୃ-ତ ଦେହ । ଶନିବାର ଦିନ ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବ ତାଙ୍କ ମୃ-ତ ଦେହ । ଆଉ ଗାଆଁରେ ତାଙ୍କର କରାଯିବ ଅନ୍ତି-ମ ସଂସ୍କାର ।ଯାହା ଭାବି ଭାବି ଅଚେତ୍ ହେଉଛନ୍ତି ସ୍ତ୍ରୀ । କହୁଛନ୍ତି କେମିତି ଦେଖିବି ମୋ ସ୍ବାମୀଙ୍କୁ । ସେଦିନ ମୋ ସହିତ କଥା ହୋଇଥିଲେ ।
ଆଉ କହିଥିଲେ ତୁ ବ୍ୟସ୍ତ ନ ହୋଇ ଖାଇ ପିଇ ଶୋଇଯା। ମୁଁ କୁମାର ପୂର୍ଣ୍ଣିମାରେ ଯିବି ଆଉ ଆମେ ବହୁତ ଜାଗା ବୁଲିବାକୁ ଯିବା । ତୁ ଯାହା କହିବୁ , ମୁଁ ତାହା ଆଣି ଦେବି । କିନ୍ତୁ ସବୁ କଥା ସେହି କଥାରେ ରହିଗଲା । ସ୍ତ୍ରୀ ନିଜର ବାହାଘର ଫୋଟକୁ ଦେଖି ସେହି କଥା ସବୁ ମନେ ପକାଉଛି । ଆଉ କହୁଛୁ ମୋ ସ୍ବାମୀଙ୍କୁ କିଏ ନେଇଗଲା । ମୋ ସ୍ବାମୀ ଆଉ ମୋ ପାଖକୁ ଆସିବେ ନାହିଁ । ପରିବାର ଲୋକ ବୋହୂର ଏପରି ଅବସ୍ଥା ଦେଖି ନିଜକୁ ସମ୍ଭାଳି ପାରୁ ନାହାଁନ୍ତି । ବୋହୂକୁ କେମିତି ବୁଝାଇବେ ଆଉ ସେ ବୁଝିବା ଅବସ୍ଥାରେ ମଧ୍ୟ ନାହିଁ ।