ଶ୍ରୀରାମଙ୍କ ପାଦ ସ୍ପର୍ଶ କରୁ କରୁ ଟଳି ପଡ଼ିଲେ ହନୁମାନ । ନେଇ ପାରିଲେନି ଆଶୀର୍ବାଦ ।

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଷ୍ଟେଜରେ ରାମ ଲୀଳା ଚାଲିଥିଲା । ସେହି ସମୟରେ ହିଁ ହନୁମାନ ରାମଙ୍କ ପାଦ ସ୍ପର୍ଶ କରିବାକୁ ନଇଁ ଥିଲେ କିନ୍ତୁ ଟଳି ପଡ଼ିଥିଲେ ଏବଂ ଆଉ ଆଶୀର୍ବାଦ ନେଇ ପାରି ନଥିଲେ । ଏମିତିବି କଣ ମୃତ୍ୟୁ ଆସେ ??? କାରଣ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସମସ୍ତେ ଖୁସିରେ ରାମଲୀଳା ପରିବେଷଣ କରୁଥିଲେ ।

ଶ୍ରୀରାମଙ୍କ ପାଦ ସ୍ପର୍ଶ କରିବାକୁ ହନୁମାନ ନଇଁ ଥିବା ସମୟରେ ହିଁ ସେ ଟଳି ପଡ଼ିଥିଲେ ଏବଂ ଷ୍ଟେଜ ଉପରେ ହିଁ ତାଙ୍କର ପ୍ରାଣ ବାୟୁ ଉଡ଼ି ଯାଇଥିଲା । ଆପଣ ମାନେ ବି ଜାଣିଥିବେ ଯେ ଗତକାଲି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ବେଶ ଉତ୍ସାହର ସହିତ ଆୟୋଜିତ ହୋଇଥିଲା ।

ପୁରା ଦେଶ ହିଁ ରାମମୟ ହୋଇ ଉଠିଥିଲା । ଦେଶର କୋଣ ଅନୁକୋଣରେ ରାମ ଧ୍ୱନୀ ଶୁଣିବାକୁ ମିଳୁଥିଲା । ଏହି ପରିପ୍ରେକ୍ଷୀରେ ଗତକାଲି ରାମ ଲୀଳା କାର୍ଯ୍ୟକ୍ରମ ମଞ୍ଚସ୍ଥ ହେଉଥିଲା । କେହିବି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ ଯେ ଷ୍ଟେଜ ଉପରେ ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ହୃଦୟ ବିଦାରକ ଘଟଣା ଘଟିଯିବ ବୋଲି । ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ରାମଲୀଳା ନାଟକ ସମୟରେ ସେହି ଷ୍ଟେଜ୍ ଉପରେ ହିଁ ଶ୍ରୀ ହନୁମାନ ଟଳି ପଡ଼ିଲେ

ମୃତ କଳାକାରଙ୍କ ନାମ ହେଉଛି ହରିଷ ମେହେତା । ସେ ଗତ ୨୫ ବର୍ଷ ହେବ ହନୁମାନ ଚରିତ୍ରରେ ରାମଲୀଳା କରି ଆସୁଥିଲେ । କିନ୍ତୁ ଏଥର ରାମଲୀଳା କରିବା ତାଙ୍କର ଶେଷ ଦିନ ହୋଇଗଲା । ଷ୍ଟେଜ ଉପରେ ଛୋଟ ଛୋଟ ପିଲା ଏବଂ ଅନ୍ୟ କଳାକାର ସମସ୍ତେ ଖୁବ ଖୁସିରେ ଅଭିନୟ କରୁଥିଲେ କିନ୍ତୁ ଅଳ୍ପ ସମୟ ମଧ୍ୟରେ ହିଁ ସବୁକିଛି ଓଲଟ ପାଲଟ ହୋଇଗଲା ।

ଗତକାଲି ଭିବାନୀରେ ହରିଷ ମେହତା ହନୁମାନ ଚରିତ୍ରରେ ଅଭିନୟ କରୁଥିଲେ ଏବଂ ସେତେବେଳେ ଲୋକଙ୍କର ପ୍ରବଳ ଭିଡ଼ ରହିଥିଲା । ଅଭିନୟ କରିବା ସମୟରେ ହରିଷ ଯେତେବେଳେ ଆଶୀର୍ବାଦ ନେବାକୁ ନଇଁ ପଡ଼ିଥିଲେ ସେତେବେଳେ ହିଁ ସେ ଆଉ ଉଠି ପାରି ନଥିଲେ । ସବୁଠି କରତାଳି ବାଜୁଥିଲା । କିନ୍ତୁ ହରିଷ ଆଉ ନଉଠିବାରୁ ଲୋକେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ

ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ଏହି ଦୃଶ୍ୟକୁ ଦେଖି ଦର୍ଶକ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏଭଳି ଏକ ହୃଦୟ ବିଦାରକ ଘଟଣା ହରିୟାଣାର ଭିବାନୀରେ ଘଟି ଯାଇଛି । ହରିଷ ମେହତା ବିଦ୍ୟୁତ ବିଭାଗର ଅବସର ପ୍ରାପ୍ତ ଯନ୍ତ୍ରୀ ଏବଂ ସେ ହନୁମାନ ଚାଳିଶାରେ ଗତ ୨୫ ବର୍ଷ ହେବ ଭିନ୍ନ ଭିନ୍ନ ସ୍ଥାନରେ ଅଭିନୟ କରି ଆସୁଥିଲେ । ତାଙ୍କର ଏଭଳି ମୃତ୍ୟୁକୁ କଳାକାର ମାନେ ସହଜରେ ଗ୍ରହଣ କରି ପାରି ନାହାଁନ୍ତି ।

Leave a Reply

Your email address will not be published. Required fields are marked *