ଏଣିକି ଗାଡ଼ି ଚାଳକଙ୍କ ପକେଟ୍ କୁ ଛାଟ, ଗାଡ଼ିରେ ତେଲ ପକାଇଲେ ଦେବେ ଜିଏସଟି। ଏହି ଦିନଠୁ ଲାଗୁ ହେବ ନୂଆ ନିୟମ।

ନୂଆ ସରକାର ଗଠନ ପରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହାର୍ଦିକ ସିଂ ପୁରୀ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏଥର ଦ୍ରବ୍ୟ ଏବଂ ସେବା ଟିକସ ଜିଏସଟି ଅଧିନରେ ପେଟ୍ରୋଲ ଡିଜେଲ ଏବଂ ପ୍ରାକୃତିକ ଗ୍ୟାସ ଭଳି ଉତ୍ପାଦ ଗୁଡ଼ିକୁ ଆଣିବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାରର ଉଦ୍ୟମ କରିବେ।

ଏହା ଦ୍ଵାରା ସାଧାରଣ ଲୋକଙ୍କୁ ବହୁତ ଆରାମ ମିଳିବ, ଜିଏସଟି ପରିସରକୁ ପେଟ୍ରୋଲ ଏବଂ ଡିଜେଲ୍ ପରି ଇନ୍ଧନ ଆଣିବା ପାଇଁ ଏହି ପ୍ରୟାସ ନୂଆ ନୁହେଁ ଜିଏସଟି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଏବଂ ଜିଏସଟି ପରିଷଦ ର ପରବର୍ତ୍ତୀ ଗଠନ ହେବା ପରଠାରୁ ଏହା ପାଇଁ ପ୍ରୟାସ କରା ଯାଉଛି। ଜିଏସଟି ପରିଷଦ ର ପ୍ରାୟ ପ୍ରତ୍ୟେକ ବୈଠକରେ ଏହି ପ୍ରସଙ୍ଗ ଆଗତ କରାଯାଇଛି, ହେଲେ ପେଟ୍ରୋଲ ଏବଂ ଡିଜେଲ୍ ଉପରେ ଭାଟ୍ ରାଜ୍ୟ ସରକାରଙ୍କ ପାଇଁ ଏକ ପ୍ରମୁଖ ଉତ୍ସ ହୋଇଥିବାରୁ ଏପର୍ଯ୍ୟନ୍ତ ରାଜ୍ୟ ଗୁଡ଼ିକ ମଧ୍ୟରେ ସହମତି ହୋଇ ପାରି ନାହିଁ।

ଏମିତି ପରିସ୍ଥିତି ରେ ଜିଏସଟି ଅଧିନରେ ଆସୁଥିବା ଯୋଗୁଁ ପେଟ୍ରୋଲ ଏବଂ ଡିଜେଲ୍ କ୍ଷେତ୍ରରେ ରାଜ୍ୟ ସରକାର ମାନେ ନିଜ ରାଜ୍ୟର ରାଜସ୍ବ କ୍ଷତି ର ସମ୍ମୁଖୀନ ହେବାକୁ ଚାହୁଁ ନାହାଁନ୍ତି। ତଥାପି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତବର୍ଷ ନଭେମ୍ବର ରେ କହିଥିଲେ ଯେ ଗ୍ରାହକ ମାନେ ଜିଏସଟି ଅଧିନକୁ ପେଟ୍ରୋଲ ଏବଂ ଡିଜେଲ୍ ଆଣି ଅଧିକ ଲାଭବାନ ହେବେ। ଏଥିସହିତ ଦେଶରେ ଏଥିପାଇଁ ବିଭିନ୍ନ ମୂଲ୍ୟ ଦେବାକୁ ପଡ଼ିବ ନାହିଁ।

ଜିଏସଟି ଅଧିନରେ ପେଟ୍ରୋଲ ଏବଂ ଡିଜେଲ୍ କୁ ଆଣିବା ସହିତ ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି ଯେ ସରକାର ୨୦୩୦ ସୁଦ୍ଧା ପେଟ୍ରୋଲ ରେ ୨୦ ପ୍ରତିଶତ ଇଥାନାଲ୍ ମିଶ୍ରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି‌ କିନ୍ତୁ ବର୍ତ୍ତମାନ ଏହା ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *