ଚାଷୀ ମାନଙ୍କ ପାଇଁ ଶୁଭ ଖବର, ଶୀଘ୍ର ଆସିବ ମୌସୁମୀ, ବିହନ ପ୍ରସ୍ତୁତ ରଖିବାକୁ ନିର୍ଦେଶ ଦିଆଯାଇଛି।

ଚାଷୀ ମାନଙ୍କ ପାଇଁ ଶୁଭ ଖବର ସହିତ ଆସିଛି ଖୁସିର ଖବର। ଜଲଦି ଆସିବ ମୌସୁମୀ ସମସ୍ତେ ପ୍ରସ୍ତୁତ ରୁହ। ବିହନ ପ୍ରସ୍ତୁତ ରଖିବାକୁ ନିର୍ଦେଶ ଦିଆଯାଇଛି।ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା। ଘଡଘଡି ସହ ପ୍ରବଳ ବର୍ଷାରେ ପାଗ ପୁରା ଥଣ୍ଡା ରହୁଛି। ଆଉ ଏହାରି ଭିତରେ ରହିଛି କୃଷକ ମାନଙ୍କ ପାଇଁ ଖୁସି ଖବର। ଏବେ ରାଜ୍ୟରେ ସମୟ ପୂର୍ବରୁ ଆସିପାରେ ମୌସୁମୀ ବର୍ଷା। ଓଡିଶା ଏବେ ମୌସୁମୀ ବର୍ଷାରେ ବହୁତ ଜଲଦି ବୁଡିଯିବ। ଯାହା ଚାଷ କାର୍ଯ୍ୟ ପାଇଁ ବହୁତ ଶୁଭଙ୍କର ଖବର। ଆଉ ସେଥିପାଇଁ ବିହନକୁ ପ୍ରସ୍ତୁତ ରଖିବା ପାଇଁ କୁହାଯାଇଛି।

ହଁ ଆଜ୍ଞା ୨୧ ତାରିଖ ବେଳକୁ ବୋର୍ଡ ବ୍ଲେୟାର ନିକଟ ଓ ଦକ୍ଷିଣ ସଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣି ବଳୟ ସୃଷ୍ଟି ହେବାକୁ ଯାଉଛି। ଯାହା ଫଳରେ ଉତ୍ତର ଆଣ୍ଡାମନରେ ମୌସୁମୀ ଛୁଇଁବା ନେଇ ଅନୁମାନ କରାଯାଉଛି। ପରେ ଘୁର୍ଣ୍ଣି ବଳୟ ଅଧିକ ଘନୀଭୂତ ହେବା ଦ୍ୱାରା ଥାଇଲାଣ୍ଡ ମିଆଁମାର ବାଙ୍ଗଳାଦେଶ ଉତ୍ତର ପୂର୍ବ ଭାରତ ପଶ୍ଚିମବଙ୍ଗ ଝାଡ଼ଖଣ୍ଡ ଓ ବିହାରରେ ପ୍ରବଳ ବର୍ଷା ହୋଇପାରେ।

ତେବେ ଓଡ଼ିଶାର ଏହାର କି ପ୍ରଭାବ ରହିବ ତାହା ୧୯ ତାରିଖ ପରେ ଜଣାପଡିବ ବୋଲି ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ ଆକଳନ କରିଛନ୍ତି ଯେ ୧୭ ବେଳକୁ ତତ୍କାଳ ତାମିଲନାଡୁ କେରଳ ଉପରେ ଏକ ଘୁର୍ଣ୍ଣି ବଳୟ ସୃଷ୍ଟି ହୋଇପାରେ ଫଳରେ କେରଳ ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୬ ତାରିଖ ପରେ ଭୁବନେଶ୍ୱର ସମେତ ବାଲେଶ୍ଵର ବାରିପଦା ଢେଙ୍କାନାଳ କେନ୍ଦୁଝର ଚାନ୍ଦବାଲିର ତାପମାତ୍ରା ପୁଣିଥରେ ୪୦ ଡିଗ୍ରୀରୁ ଅଧିକ ରହିପାରେ ବୋଲି ସମ୍ଭାବନା ରହିଛି।

ତେବେ ସ୍ୱାଭାବିକ ସମୟ ପୂର୍ବରୁ ମୌସୁମୀ ବର୍ଷା ଆସିବାକୁ ଥିବାରୁ କୃଷକମାନେ ଚାଷ ପାଇଁ ବିହନ ପାଖରେ ରଖିବାକୁ ପରାମର୍ଶ ଦେଇଛନ୍ତି।ଅନ୍ୟପଟେ କାଳବୈଶାଖୀ ପ୍ରଭାବରୁ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ରବିବାର ସକାଳ ୮ ଘଟିକା ସୁଧା ବାଙ୍କିରେ ସର୍ବାଧିକ ୧୦୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କଟକରେ ୮୯. ୨ ଭୁବନେଶ୍ୱରରେ ୭୬.୮ ଜଗତସିଂହପୁର ୭୪. ୧ ଓ ପାରାଦୀପରେ ୫୧.୮ ପୁରୀରେ ୩୭. ୮ ନୟାଗଡରେ ୩୬ ବାଲେଶ୍ଵରରେ ୩୫ ଚାନ୍ଦବାଲିରେ ୩୨ ଢେଙ୍କାନାଳରେ ୨୮ ଟି ଖୋର୍ଦ୍ଧାରେ ୨୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Leave a Reply

Your email address will not be published. Required fields are marked *