ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ରାଜ୍ୟର ଗଭର୍ଣ୍ଣର,କିଏ ପାଆନ୍ତି କେତେ ଟଙ୍କା ଦରମା, ନାଁ ଏମାନେ ସବୁ ମାଗଣାରେ ଦେଶ ପାଇଁ କାର୍ଯ୍ୟ କରନ୍ତି। ଯିଏ ଚାକିରୀ କରେ ସିଏ ଦରମା ପାଏ। ହେଲେ ଏମାନେ ହେଉଛନ୍ତି ଦେଶର ସର୍ବବୃହତ ଆସନରେ ବସିଥିବା ବ୍ୟକ୍ତିମାନେ। ଯେଉଁମାନେ ଦେଶ ରାଜ୍ୟକୁ ଚଳାଉଛନ୍ତି। ଦେଶ ଏହି ମାନଙ୍କ ଇସାରାରେ ଚାଲେ। କେବେ ଭାବିଛନ୍ତି କି ଯେଉଁମାନେ ଏତେ ସବୁ ଚଳାଉଛନ୍ତି ସେମାନଙ୍କର ଦରମା କେତେ ଥିବ? ମାସକୁ ସେମାନେ କେତେ ଦରମା ନେଉଥିବେ।
ତେବେ ଆପଣ ମାନେ ଭାବୁଥିବେ କି ଯିଏ ଦେଶକୁ ଚଲାଉଛନ୍ତି ସେମାନେ କ’ଣ ଦରମା ପାଆନ୍ତି। ଏହି ପ୍ରଶ୍ନର ଉତ୍ତର ହେଉଛି ହଁ। ଦେଶକୁ ଚଳାଉଥିବା ବଡ଼ ବଡ଼ ଆସନରେ ବସିଥିବା ବ୍ୟକ୍ତି ବିଶେଷ ମାନେ କେତେ ଦରମା ପାଆନ୍ତି। କାରଣ ସେମାନେ ସମସ୍ତେ ଦେଶ ଓ ରାଜ୍ୟକୁ ଚଳାଇବାର ଚାକିରୀ କରିଥାନ୍ତି। ସେ ରାଷ୍ଟ୍ରପତି ହୁଅନ୍ତୁ କି ପ୍ରଧାନମନ୍ତ୍ରୀ ସମସ୍ତଙ୍କର ମାସିକ ଦରମା ରହିଛି।
ତେବେ ଏବେ ଆସନ୍ତୁ ଜାଣିବା କାହାର କେତେ ଦରମା।ଆମ ଦେଶର ସର୍ବବୃହତ ଆସନରେ ବସିଥାନ୍ତି ମହାମହିମ। ଦେଶର ପ୍ରଥମ ନାଗରିକ ହେଉଛନ୍ତି ସେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କର ରହିଛି ମାସିକ ବେତନ। ମାସକୁ ତାଙ୍କର ବେତନ ହେଉଛି ୫ ଲକ୍ଷ ଟଙ୍କା। ଏହା ବ୍ୟତୀତ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ରାଷ୍ଟ୍ରପତିଙ୍କୁ ମିଳିଥାଏ। ଯେମିତିକି ରହିବା ପାଇଁ ଘର ପରିବହନ ପାଇଁ ଖର୍ଚ୍ଚ ସବୁ ଭାରତ ସରକାର ତୁଲାଇଥାନ୍ତି।
ଏବେ ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ ମଧ୍ୟ ୫ ଲକ୍ଷ ଟଙ୍କା ଦରମା ପାଉଥିବେ। ସେହିପରି ଉପରାଷ୍ଟ୍ରପତି ମଧ୍ୟ ମାସିକ ଦରମା ପାଆନ୍ତି। ଉପରାଷ୍ଟ୍ରପତିଙ୍କ କାମ କେବଳ ରାଷ୍ଟ୍ରପତି ନଥିବା ବେଳେ ହୋଇଥାଏ। ଆଉ ଯଦି ଦରମା କଥା କହିବା ତେବେ ରାଷ୍ଟ୍ରପତିଙ୍କ ଠାରୁ ମାତ୍ର ୧ଲକ୍ଷ ଟଙ୍କା କମ ପାଇଥାନ୍ତି ଅର୍ଥାତ ୪ ଲକ୍ଷ ଟଙ୍କା।
ଏହା ପରେ ଆସନ୍ତୁ ଜାଣିବା ରାଜ୍ୟର ରାଜ୍ୟପାଳଙ୍କ ଦରମା କଥା ବିଷୟରେ। ପ୍ରତିଟି ରାଜ୍ୟରେ ଥିବା ଗଭର୍ଣ୍ଣରଙ୍କ ଦରମା ପ୍ରାୟ ସମାନ ଥାଏ। ରାଜ୍ୟପାଳଙ୍କର ମାସିକ ଦରମା ହେଉଛି ୩ ଲକ୍ଷ ୫୦ ହଜାର ଟଙ୍କା। ଦରମାକୁ ଛାଡିଦେଲେ ରହିବା ପାଇଁ ଘର ମଧ୍ୟ ମିଳିଥାଏ। ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିଥାଏ। ଯଦି ପ୍ରଧାନମନ୍ତ୍ରୀ ଏବଂ ରାଜ୍ୟପାଳଙ୍କର ଦରମା ତୁଳନା କରିବା ତେବେ ରାଜ୍ୟପାଳଙ୍କ ଦରମା ପ୍ରଧାନମନ୍ତ୍ରୀଙ୍କ ଦରମା ଠାରୁ ଅଧିକ ହୋଇଥାଏ। ଦେଶରେ ପ୍ରଧାନମନ୍ତ୍ରୀ ମାସିକ ଦରମା ପାଇଥାନ୍ତି ୨ ଲକ୍ଷ ୮୦ ହଜାର ଟଙ୍କା। ଯାହା ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦରମା ରହିଥିବ।
ତେବେ ମୋଦୀଙ୍କ ଦରମା ରାଜ୍ୟପାଳଙ୍କ ଠାରୁ କମ। କିନ୍ତୁ ଦେଶରେ ପ୍ରଧାନମନ୍ତ୍ରୀଙ୍କ ଭୂମିକା ସବୁଠାରୁ ଅଧିକ। ପୁରା ଦେଶର ଭାର ପ୍ରଧାନମନ୍ତ୍ରୀଙ୍କ ଉପରେ ରହିଥାଏ। ପୁରା ଦେଶକୁ ଚଳାଇଥାନ୍ତି ପ୍ରଧାନମନ୍ତ୍ରୀ।ସେହିପରି UPSCଙ୍କ ଦରମା ରହିଥାଏ ୨ଲକ୍ଷ ୫୦ ହଜାର ଟଙ୍କା। ଦରମାକୁ ଛାଡିଦେଲେ ଭାରତ ସରକାରଙ୍କ ଠାରୁ ଅନ୍ୟନ୍ୟ ସୁବିଧାମାନ ମିଳିଥାଏ।ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ଦରମା ମଧ୍ୟ ୨ ଲକ୍ଷ ୫୦ ହଜାର ଟଙ୍କା ରହିଥାଏ।