ନିର୍ବାଚନ ସମୟରେ ନବୀନଙ୍କ ଶାରୀରିକ ଅସୁସ୍ଥତାର ବହୁତ ଚର୍ଚ୍ଚା ହେଉଥିଲା, ସବୁ କଳ୍ପନାର ଅନ୍ତ ଘଟାଇଲେ ନବୀନ।

ଫିଟ ବୋଲି ଜଣେଇ ଦେଲେ ନବୀନ। ନିଜେ ମଞ୍ଚକୁ ଉଠିଲେ ଅଧଘଣ୍ଟା ରହିଲେ। ସମସ୍ତେ ଭାବିଲେ ଇଏ ସେହି ନବୀନ ପଟ୍ଟନାୟକ ତ। ଟ୍ରାଫିକରେ ଫସି ବି ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ଯୋଗ ଦେଇଥିଲେ। ମଞ୍ଚ ଉପରେ ପୁରା ଫୋକସରେ ଥିଲେ ନବୀନ।

ଆଜ୍ଞା ହଁ ବନ୍ଧୁଗଣ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗତ ବୁଧବାର ଭାରତୀୟ ଜନତା ପାର୍ଟିର ଶପଥ ସମାରୋହରେ ଅବଶ୍ୟ ଲକ୍ଷ ଲକ୍ଷ ଓଡ଼ିଆ ଦେଖିଥିବେ। ଯେତେବେଳେ ସେ ମଞ୍ଚ ଉପରକୁ ଉଠିଥିଲେ ସମସ୍ତେ ତାଙ୍କୁ ଚାହିଁ ରହିଥିଲେ। ନବୀନଙ୍କୁ ଦେଖି ସମସ୍ତେ ଉଠି ପଡ଼ିଥିଲେ। ଆଉ ତାଙ୍କୁ ସମ୍ମାନ ଜଣାଇଥିଲେ। ଆଉ ତାଙ୍କ ମୁହଁରେ ଥିଲା ସବୁଦିନ ପରି ସେହି ହସ ହସ ମୁହଁ ସମସ୍ତେ ଭାବୁଥିଲେ ଇଏ ସେହି ନବୀନ ପଟ୍ଟନାୟକ ତ ଯିଏ ବାହାରକୁ ବାହାରୁ ନଥିଲେ ତାଙ୍କ ସାଙ୍ଗରେ ସବୁବେଳେ ରହୁଥିଲେ ଭି.କେ ପାଣ୍ଡିଆନ। ଛାଇ ଭଳି ସବୁବେଳେ ତାଙ୍କ ପାଖରେ ରହୁଥିଲେ। ପାଣ୍ଡିଆନ ମାଇକ୍ରୋ ଫୋନ ଧରିଲେ କିଛି କହିବା ଅବସ୍ଥାରେ ରହୁ ନଥିଲେ ନବୀନ।

ଇଏ ସେହି ନବୀନ ତ ଯାହାକୁ ନେଇ ସାରା ରାଜ୍ୟବାସୀ ପାଣ୍ଡିଆନଙ୍କ ପାଇଁ ଅସୁସ୍ଥ ବୋଲି ଧରି ନେଇଥିଲେ। ହେଲେ ଆଶ୍ଚର୍ଯ୍ୟ ଏବଂ ଖୁସି ବି ଲାଗୁଥିଲା ଶପଥ ସମାରୋହରେ ମଞ୍ଚ ଉପରେ ନବୀନଙ୍କୁ ଦେଖି। ସେ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ଫିଟ ବୋଲି ଜଣାପଡୁଥିଲେ। ତାଙ୍କ ପଛରେ କେହି ଛିଡା ହୋଇନଥିଲେ ବି ନବୀନ ଚାଲି ପାରୁଥିଲେ। ଯିଏ ସଭାରେ ବେସି ସମୟ ରହୁନଥିଲେ ସେ ସେଦିନ ଅଧଘଣ୍ଟା କାଳ ରହିଥିଲେ। ଉଠାଵସା କରିବା ଲାଗି କାହାର ସାହାରା ନେଇନଥିଲେ। ସାମାନ୍ୟ କ୍ଷଣିକ ପାଇଁ ସୂଚନା ମଧ୍ୟ ମିଳିନଥିଲା ଯେ ସେ ଅସୁସ୍ଥ ବୋଲି। ତେବେ ସରକାର ଯିବା ପରେ ନବୀନଙ୍କ ଏତେ ସୁନ୍ଦର ରୂପାନ୍ତରଣ କେମିତି ହେଲା ବୋଲି ଏବେ ଜନତା ପଚାରୁଛନ୍ତି।

ତେବେ ସମସ୍ତଙ୍କ ସହିତ ନବୀନ ଛିଡା ହୋଇ ଦେଶର ଏବଂ ରାଜ୍ୟର ସଙ୍ଗୀତକୁ ସମ୍ମାନ ଜଣାଇଥିଲେ। ସ୍ମିତ ହାସ୍ୟ ଦେଇ ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ। ଆଉ ନବୀନଙ୍କୁ ଏମିତି ଫିଟ ଦେଖି ରାଜ୍ୟବାସୀ ଖୁସି ହୋଇଯାଇଥିଲେ।

Leave a Reply

Your email address will not be published. Required fields are marked *