ଏତେ କଷ୍ଟ କରି ଜନ୍ମ କଲା ପରେବି ଶୁଣି ପାରିଲେନି ବୋଉ ଡାକ । ଏମିତି କିଛି କହିଲେ ଗାୟିକା ଉର୍ବଶୀ ।

ଗାୟିକା ଉର୍ବଶୀ ଅର୍ଥାତ ଯାତ୍ରା ଗାୟିକା ଉର୍ବଶୀଙ୍କୁ ଯେତେବେଳେ ନିଜର ପିଲା ମାନଙ୍କ ବିଷୟରେ ପଚରା ଯାଇଥିଲା , ସେତେବେଳେ ସେ ମନ ଦୁଃଖରେ କାନ୍ଦି ପକାଇଥିଲେ । ଆଉ ଯାହା କହିଥିଲେ ତାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । କହିରଖିବୁ ଯେ ଉର୍ବଶୀ ବାଳା ହେଉଛନ୍ତି ଜଣେ ଲୋକପ୍ରିୟ ଓଡ଼ିଆ ଯାତ୍ରା ଗାୟକ । ଯାହାକୁ ପ୍ରାୟ ସମସ୍ତେ ଜାଣିଛନ୍ତି । କିନ୍ତୁ ସେ କେବେବି ନିଜ ଖୁସି ପାଇଁ ଏହି ଲାଇନରେ ଆସି ନଥିଲେ । କାରଣ ସେ କେବେବି ନିଜର ଜନ୍ମ କଲା ପିଲାଙ୍କ ଠାରୁ ଦୂରେଇ ରହିବାକୁ ଚାହୁଁ ନଥିଲେ । ସେ ନିଜ ପରିବାରକୁ ଖୁସିରେ ରଖିବାକୁ ଚାହୁଁଥିଲେ ।

କିନ୍ତୁ ପରିସ୍ଥିତି ଏମିତି ଥିଲା ଯେ ନିଜ ପରିବାର କହିଲେ ନିଜର ବାପା ମା ସ୍ୱାମୀ ଏବଂ ପିଲାଙ୍କ ପାଇଁ ସେ କାମ କରିବାକୁ ଯାଉଥିଲେ । ଗୀତ ଗାଇବା ତାଙ୍କର ଏକ ପେଷା ହୋଇଗଲା । କିନ୍ତୁ ନିଜ ପିଲାଙ୍କୁ ଆଉ ସେ ନିଜର କରି ରଖି ପାରି ନଥିଲେ । ଯେଉଁ ଅନୁଭୂତିକୁ ସେ ସମସ୍ତଙ୍କ ଆଗରେ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ ଯେତେବେଳେ ତାଙ୍କର ଦୁଇ ପୁଅ ଏବଂ ଗୋଟିଏ ଝିଅ ସାନ ଥିଲେ ସେତେବେଳେ ହିଁ ସେ ସେମାନଙ୍କୁ ନିଜ ବାପା ମାଙ୍କ ପାଖରେ ଛାଡ଼ି ଦେଇ ଯାଇଥିଲେ । ଯେଉଁ କାରଣରୁ ସେମାନେ ନିଜ ଆଈଙ୍କୁ ହିଁ ବୋଉ ବୋଲି ଡାକିବା ଆରମ୍ଭ କରିଥିଲେ । ଆଉ ଯେତେବେଳେ ଉର୍ବଶୀ ଆସନ୍ତି ତାଙ୍କୁ ଶଶୀ ଦେଇ ଏବଂ ବାପାଙ୍କୁ ଭାଇ ବୋଲି ଡାକିବା ଆରମ୍ଭ କରିଦେଲେ ।

ଯାହାକୁ ଶୁଣିବା ପରେ ଉର୍ବଶୀ ଖୁବ ମନ ଦୁଃଖ କରି କହିଥିଲେ ଯେ ଏତେ କଷ୍ଟରେ ଜନ୍ମ କରିଥିବା ମା’କୁ ଯଦି ପିଲାମାନେ ବୋଉ ନଡାକନ୍ତି ତେବେ ତାଙ୍କୁ କିପରି ଲାଗିବ । ଯାହାକୁ ନେଇ ତାଙ୍କ ମା’ ତାଙ୍କୁ ବୁଝାଇ ଥିଲେ ଯେ ଯେହେତୁ ସେମାନେ ପିଲାବେଳୁ ତାଙ୍କ ପାଖରେ ରହି ଆସିଛନ୍ତି ମା’ କଣ ଜାଣି ନାହାଁନ୍ତି ତେଣୁ ସେମାନେ ଏମିତି କହିଲେ ରାଗିବା ଉଚିତ ନୁହେଁ ।

ଆଉ ଯଦି ଆମେ ଏବେକାର କଥା କହିବୁ ତେବେ ତାଙ୍କ ଆଈଙ୍କ ମୃତ୍ୟୁ ପରେ ଝିଅ ମଧୁ ମମି ଏବଂ ପୁଅ ଦୁଇ ଜଣ ବୋଉ ଡାକୁଥିବା ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଜୀବନରେ ଏତେ ଦୁଃଖ ଥାଇବି ତାହା କେହିବି ଜାଣି ନାହାଁନ୍ତି । କାରଣ ସେ ନିଜ ଦୁଃଖକୁ କାହାକୁ କହିବାକୁ ଚାହାଁନ୍ତି ନାହିଁ ।

Leave a Reply

Your email address will not be published. Required fields are marked *