ମେଣ୍ଟ ଚର୍ଚ୍ଚାକୁ ନେଇ ମୁହଁ ଖୋଲି କି ନବୀନ? ପାଣ୍ଡିଆନ ପଚାରିଲେ, ଉତ୍ତରରେ ନବୀନ ଏମିତି କହିଲେ।

ପାଣ୍ଡିଆନ ପଚାରିଲେ ନବୀନ ଉତ୍ତର ଦେଲେ। ଏହି ପ୍ରଶ୍ନ ଆଉ ଉତ୍ତର କ’ଣ ଦେଉଛି ଇଙ୍ଗିତ। ମେଣ୍ଟ ଚର୍ଚ୍ଚାକୁ ନେଇ ମୁହଁ ଖୋଲିଲେ କି ନବୀନ?ବନ୍ଧୁଗଣ ଏବେ ରାଜ୍ୟ ରାଜନିତୀରେ ସବୁଠାରୁ ବଡ଼ ଚର୍ଚ୍ଚା ହେଉଛି ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ପ୍ରସଙ୍ଗ। ଶାସକ ବିଜେଡି ଓ ବିରୋଧୀ ବିଜେପି ମଧ୍ୟରେ ଆଗାମୀ ସାଧାରଣ ନିର୍ବାଚନ ହେବା ପୂର୍ବରୁ ମେଣ୍ଟ ହେବାକୁ ଯାଉଛି ବୋଲି ଚର୍ଚ୍ଚା ଗତ କିଛି ଦିନ ଧରି ରାଜ୍ୟ ରାଜନୀତିକୁ ବେସ ସରଗରମ କରି ରଖିଛି। ଯଦିଓ ଏହାରି ଭିତରେ ବିଜେପି ମେଣ୍ଟ ଚର୍ଚ୍ଚାକୁ ନେଇ ଖଣ୍ଡନ କରାଯାଇଛି ଏବଂ କୁହାଯାଇଛି ଯେ ମେଣ୍ଟ ନେଇ ତାଙ୍କ ଦଳରେ କୌଣସି ବି ଆଲୋଚନା ହୋଇନାହିଁ। ଏବଂ ବିଜେପି ଏକାକୀ ଲଢ଼ିବ।

ତେବେ ବିଜେଡି ପକ୍ଷରୁ ସେଭଳି କୌଣସି ନିର୍ଦ୍ଧିଷ୍ଟ ବୟାନ ସାମ୍ନାକୁ ଆସିନାହିଁ। କିନ୍ତୁ ଏବେ ଗୋଟେ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଭିକେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଚାରୁଛନ୍ତି ଯେ ସବୁଠାରୁ ଖରାପ ଜିନିଷ କଣ?ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମାନ୍ୟ ସ୍ମିତ ହସ୍ୟ ଦେଇ ଏହାର ଉତ୍ତର ଦେଉଛନ୍ତି କି ଗୁଜବ ଏବଂ ମିଛ କଥା।ଆଉ ପାଣ୍ଡିଆନ ମଧ୍ୟ ନବୀନଙ୍କ ଉତ୍ତରରେ ସହମତି ପ୍ରକାଶ କରି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ତେବେ ବନ୍ଧିଗଣ ଏହି ୧୩ ସେକେଣ୍ଡର ଭିଡିଓକୁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଛନ୍ତି ଭିକେ ପାଣ୍ଡିଆନ। ହେଲେ ସବୁଠାରୁ ବଡ଼ କଥା ହେଉଛି କି ଏଇ ଭିଡ଼ିଓଟି ସେତିକିବେଳେ ସାମ୍ନାକୁ ଆସିଛି ଯେତେବେଳେ ବିଜେଡ ଓ ବିଜେପି ମେଣ୍ଟ ଚର୍ଚ୍ଚା ରାଜ୍ୟ ରାଜନିତୀର ପ୍ରମୁଖ ପ୍ରସଙ୍ଗ ପାଲଟିଛି। ତେଣୁ ଏହି ଭିଡ଼ିଓକୁ ନେଇ ଏ କଥାବି ଆଲୋଚନା ହେଉଛି କି ମେଣ୍ଟକୁ ନେଇ ମୁହଁ ଖୋଲିଲେ କି ନବୀନ? କାରଣ ନବୀନ କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି ବିଜେଡି ସୁପ୍ରିମ ବା ବିଜୁ ଜନତା ଦଳର ସଭାପତି ମଧ୍ୟ।

ତେଣୁ ତାଙ୍କର ଏହି ଉତ୍ତର କେଉଁ ଦିଗକୁ ଇଙ୍ଗିତ କରୁଛି ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିବା ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ପରୋକ୍ଷରେ ଆଉ ଏଭଳି କଥା କହିନାହାନ୍ତି ତ କାରଣ ଏହା ପୂର୍ବରୁ ବିଜେପି ରାଜ୍ୟ ସଭାପତି ମଧ୍ୟ ମେଣ୍ଟ କୁ ନେଇ ସମାନ କଥା କହି ସାରିଛନ୍ତି। ତେବେ ନବୀନ ଏବଂ ପାଣ୍ଡିଆନଙ୍କ ବାର୍ତାଳାପ ପରୋକ୍ଷରେ ଜଣାଇ ଦେଉଛି କି ବୋଧେ ବିଜେଡି ମଧ୍ୟ ମେଣ୍ଟ ନେଇ ଚାଲିଥିବା କଥାକୁ ଖଣ୍ଡନ କରି ଏହା ଏକ ଗୁଜବ ବୋଲି ବାର୍ତା ଦେବାକୁ ଚାହୁଁଛି।

Leave a Reply

Your email address will not be published. Required fields are marked *