ସତ ହେଉଛି ମାଳିକା..ଶ୍ରୀକ୍ଷେତ୍ର ପୁରୀକୁ ମାଡି ଆସିଲାଣି ବିପଦ! ଏହା ପ୍ରଳୟର ଆରମ୍ଭ ନାଁ ପ୍ରଳୟର ସଙ୍କେତ।

ହେ ମହାବାହୁ ରକ୍ଷା କର। ଶ୍ରୀକ୍ଷେତ୍ର ପୁରୀକୁ ମାଡି ଆସିଲାଣି ବିପଦ। ସତ ହେଲାଣି ମାଳିକା। ନୀତି ଦିନ ନୂଆ ନୂଆ ଘଟଣା। ପ୍ରଳୟର ଆରମ୍ଭ ନାଁ ପ୍ରଳୟର ସଙ୍କେତ। ମାଳିକା କହେ ନଦେଖିଲା କଥା ଦେଖିବୁ ନ ଶୁଣିଲା କଥା ଶୁଣିବୁ। ଆଉ ଏବେ ସେୟା ହିଁ ଘଟୁଛି।

ଶ୍ରୀକ୍ଷେତ୍ର ପୁରୀରୁ ମିଳୁଛି ମହା ପ୍ରଳୟର ଗୋଟିଏ ପରେ ଗୋଟିଏ ସଙ୍କେତ। ଶ୍ରୀମନ୍ଦିର ଉପରେ ଚିଲ ଉଡିଲେ। କଳ୍ପବଟ ବୃକ୍ଷରୁ ଡାଳ ଭାଙ୍ଗିଲା। ଶ୍ରୀମନ୍ଦିରରୁ ପଥର ଖସିଲା। ଶ୍ରମନ୍ଦିର ଆକାଶର ରଙ୍ଗ ରକ୍ତ ଚନ୍ଦନର ରୂପ ନେଲା। ବାଇଶି ପାହାଚରେ ମାରିଲା ଢେଉ। ଶ୍ରୀମନ୍ଦିର ଭିତରେ ପଡିଲା ରକ୍ତ ଛିଟା। ଆହୁରି ଲୋକେ କହିଲେଣି ଏବେ କୁଆଡେ ଶ୍ରୀମନ୍ଦିରର ବାନା କୁଆଡେ ବିପରୀତ ଦିଗରେ ଉଡୁନି।

ଏସବୁ ବାଦ ବର୍ତ୍ତମାନର ଘଟଣା ସଭିଙ୍କୁ କକୁଆ ଭୟରେ ଥରାଉଛି। ଆଜ୍ଞା ହଁ ବନ୍ଧୁଗଣ ଗତ କିଛି ଦିନ ତଳେ ପୁରୀରେ ମହାପ୍ରଭୁଙ୍କ ଭଉଁରୀ ଯାତ୍ରା ସମୟରେ ବାଣ ବିସ୍ପୋରଣ ଘଟିଥିଲା। ଯେଉଁଥିରେ ଅକାଳରେ ବର୍ତ୍ତମାନ ଯାଏଁ ୧୩ ଜଣକ ଜୀବନ ଚାଲିଗଲାଣି। ଏହା ପରେ ପରେ ଗୁଣ୍ଡିଚା ମନ୍ଦିରରେ ନିଆଁ ଲାଗିଲା। ମଝିରେ ରଥଯାତ୍ରା ସମୟରେ ମହାପ୍ରଭୁ ମନ୍ଦିରରୁ ବାହାରିଲେନି। ଏଭଳି ଅନେକ ସଙ୍କେତ ଦେଇ ସାରିଲେଣି ମହାବାହୁ।

ମାଳିକାର ଗୋଟି ଗୋଟି ବଚନ ସତ ହେବାକୁ ବସିଛି। ଅଦିନରେ କଦମ୍ବ ଫୁଲ ଫୁଟୁଛି। ନିମ୍ବପତ୍ର ମିଠା ଲାଗୁଛି।।ଚୋରୀ,ତସ୍କରୀ ସବୁ ବଢି ଗଲାଣି। କେହି କାହାର ହେଉନାହାନ୍ତି। ପୁରୀ ଶ୍ରୀକ୍ଷେତ୍ର ଭଳି ଜାଗାରେ ଦୁଷ୍କର୍ମ ହେଉଛି। ଏସବୁ ପ୍ରଳୟର ଆଗମନ ନୁହେଁ ତ ଆଉ କ’ଣ।

ତେବେ କ’ଣ ମହାପ୍ରଭୁ ରାଗି ଗଲେଣି କି??କଳିଯୁଗ ଶେଷ ହେବାର ସମୟ ଆସିଗଲାଣି କି? ବାରମ୍ବାର କାହିଁକି ପୁରୀ ମୁଣ୍ଡ ଉପରେ ଭାସୁଛି ବିପଦର କଳାବାଦଲ? ଆଉ କେତେ ସଙ୍କେତ ଦେବେ ମହାବାହୁ। ନାଁ ସତକୁ ସତ ଖୁବ କମ ସମୟରେ ବାଇଶି ପାହାଚରେ ଖେଳିବ ମିନ ଆଉ ବିଶ୍ୱ ଦେଖିବ ଧ୍ଵଂସର ବିଭୀଷିକା। ଭାବିଲେ ଦେହ ଶୀତେଇ ଯାଉଛି।

Leave a Reply

Your email address will not be published. Required fields are marked *