ସତ କହିଲେ ମହିଳା । ଆଣିଲେ ଡାକ୍ତରଙ୍କ ନାଁରେ ସଙ୍ଗିନ ଅଭିଯୋଗ । କହିଲେ ” ମୋ ଛାତି ଏବଂ ଅଣ୍ଟାକୁ ଭିଡ଼ି ଧରିବାରୁ ମୁଁ ………..

ଗୋଟିଏ ଝିଅକୁ ହରାଇଥିବା ମା’ ଜଣକ ଆଜି ନିଜର ଦୁଃଖକୁ ନିଜ ଭିତରେ ଲୁଚାଇ ରଖିନି । ନିଜ ଝିଅର ମୃତ୍ୟୁର କାରଣକୁ ସଠିକ ଭାବରେ ତଦନ୍ତ କରିବା ପାଇଁ ଏବଂ ଭୁଲ ରିପୋର୍ଟ ଦେଇଥିବା ଡାକ୍ତରକୁ ମଧ୍ୟ ଉଚିତ କାରଣ ପଚାରିବାକୁ ମା’ ଜଣକ ଯଥା ସମ୍ଭବ ଚେଷ୍ଟା କରିଛି । ସେ କହିଛନ୍ତି ଯେ ତାଙ୍କ ଝିଅର ଶରୀରରେ ଅନେକ ଚିହ୍ନ ଥିଲା ।

ତେଣୁ ଏହା କୌଣସି ପ୍ରକାରରେ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ଅଟେ । ଆଉ ନିଜ ଝିଅର ମୃତ୍ୟୁ ପରେ କିନ୍ତୁ ଡାକ୍ତର ଏଣୁତେଣୁ ରିପୋର୍ଟରେ ଲେଖିଦେଲେ । ଯାହାକୁ ଜଣେ ମା’ ଆଦୋୖ ସହି ପାରି ନାହାଁନ୍ତି । ସୂଚନା ଅନୁଯାୟୀ ଗଜପତି ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କେନ୍ଦ୍ରରେ ଡାକ୍ତରଙ୍କୁ ମାଡ଼ ଘଟଣା ତ ଆପଣଙ୍କର ନିଶ୍ଚୟ ମନେ ଥିବ ।

ଆଉ ସେହି ଘଟଣାରେ ନିଜ ଝିଅକୁ ହରାଇ ଥିବା ମା’ ଜଣେ ନିଜ ଝିଅର ପୋଷ୍ଟମର୍ଟମ ରିପୋର୍ଟ ବନାଇ ଥିବା ଡାକ୍ତରକୁ ଚପଲରେ ବାଡ଼େଇବା ସହିତ ପୋଲିସରେ ଅଭିଯୋଗ ମଧ୍ୟ କରିଛନ୍ତି । ମହିଳା ଜଣକ ସାଧାରଣ ରୋଗୀଙ୍କ ଭଳି ଲାଇନରେ ଛିଡ଼ା ହୋଇ ଡାକ୍ତରଙ୍କ ପାଖକୁ ଯାଇଥିଲେ ଏବଂ ଡାକ୍ତରଙ୍କୁ ନିଜ ଝିଅର ଏଭଳି ଭୁଲ ପୋଷ୍ଟମର୍ଟମ ରିପୋର୍ଟ ବନାଇବା କଥା ପଚାରିବା ପରେ ଡାକ୍ତର ଶାନ୍ତନୁ ପାଢ଼ୀ ଠିକ ଉତ୍ତର ନଦେବାରୁ ମହିଳା ଜଣକ କ୍ରୋଧିତ ହୋଇ ଗୋଡ଼ରୁ ଚପଲ ବାହାର କରି ଡାକ୍ତରକୁ ମାଡ଼ ମାରିଥିଲେ । ନିଜ ଝିଅର ସନ୍ଦେହ ଜନକ ମୃତ୍ୟୁର କାରଣ ପଚାରିବା ପରେ ଡାକ୍ତର ତାହାକୁ ଶୁଣି ନଥିଲେ ଏବଂ ଅଣଦେଖା କରିଥିଲେ ।

ଏମିତିକି ମହିଳା ଜଣଙ୍କୁ କୋର୍ଟକୁ ଯାଇ ପଚାରିବାକୁ କହିଥିଲେ । ଯାହାକୁ ମା’ ଜଣକ ସହି ପାରି ନଥିଲେ ଏବଂ ଡାକ୍ତର ଉପରେ କ୍ରୋଧିତ ହୋଇ ମାଡ଼ ମାରିଥିଲେ । ତେବେ ଏସବୁ ପରେ ଏହି ଘଟଣା ପଛରେ ଆଉ ଏକ ବଡ଼ କାରଣ ଅଛି । ମା’ ଜଣକ କହିଛନ୍ତି ଯେ ଶାନ୍ତନୁ ଡାକ୍ତର ଏବଂ ଅନ୍ୟ ଜଣେ ଡାକ୍ତର ମିଶି ତାଙ୍କୁ ଅସଦାଚରଣ କରିଥିଲେ ।

ଏମିତିକି ଶରୀରରେ ଜାଗା ଅଜାଗାରେ ହାତ ମାରିବା ସହିତ ଅସଭ୍ୟ ଭାଷାରେ ଗାଳି ଗୁଲଜ ମଧ୍ୟ କରିଛନ୍ତି । ଯେଉଁ କାରଣରୁ ମହିଳା ଜଣଙ୍କୁ ଖୁବ କଷ୍ଟ ହୋଇଛି । ଆଉ ଏ ବିଷୟରେ ମହିଳା ଜଣକ ନିଜେ ପ୍ରକାଶ କରିଛନ୍ତି । ଆଉ ଏଭଳି ଅସଦାଚରଣ କରିଥିବା କହି ପାରଳାଖେମୁଣ୍ଡି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜେଏନଭି ଛାତ୍ରୀ ସୌଦାମିନୀଙ୍କ ମା’ । ସେପଟେ ପାରଳାଖେମୁଣ୍ଡି ପୋଲିସ ଅଭିଯୋଗ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *