କୁହାଯାଏ ବିଧିର ବିଧାନ କେ କରିବ ଆନ । ଅର୍ଥାତ୍ ଭାଗ୍ୟରେ ଯାହା ଲେଖା ହୋଇଥିବ ତାହା ନିଶ୍ଚିତ ଭାବରେ ହେବ । ତାହାକୁ କେହି ବି ବଦଳାଇ ପାରିବେ ନାହିଁ । ଆଉ ସେମିତି କିଛି ହୋଇଥିଲା ଏହି ସୁନା ବୋହୂ ପୁଷ୍ପାଞ୍ଜଳିଙ୍କ ସହିତ । ଘରେ କହିଥିଲେ ମୁଁ ଯାଉଛି , ଗଲେ ସମସ୍ତେ ମିଶି ଦୀପାବଳୀ ପାଳନ କରିବା କିନ୍ତୁ ସବୁ ଖୁସି ଅଧା ବାଟରେ ସରିଗଲା ଆଉ ବସ୍ ନି-ଆଁରେ ଜି-ଅନ୍ତା ଜଳି ଗଲା ବୋହୂ ।
ତେବେ ଆପଣ ମାନେ ସମସ୍ତେ ଶୁଣିଥିବେ , ଗତକାଲି ଖଡ଼ଗପୁର ଗ୍ରାମୀଣ ଥା-ନା ମାଧବପୁର ନିକଟରେ ଯାଉଥିବା ବେଳେ ଏକ ବସ୍ ରେ ନି-ଆଁ ଲାଗି ଯାଇଥିଲା । ସେହି ବସଟି ଗତକାଲି ଗତକାଲି ରାତିରେ କୋଲକାତାରୁ ପାରାଦ୍ଵୀପ ଆସୁଥିଲା ଶିବମ ବସ୍ । ଆଉ ସେଥିରେ ଥିଲେ ସମୁଦାୟ ୩୮ ଜଣ ଯାତ୍ରୀ । ଏଥିରେ କେନ୍ଦ୍ରାପଡ଼ାର ମୋଟ ୧୮ ଜଣ ଯାତ୍ରୀ ଥିବା ବେଳେ କେନ୍ଦ୍ରାପଡ଼ା ମାର୍ଶାଘାଇ ଥା-ନା ନୀଳଗିରିପୁରର ପୁଷ୍ପାଞ୍ଜଳି , ତାଙ୍କ ସ୍ଵାମୀ ଆଉ କୁନି ପୁଅ ମଧ୍ୟ ଥିଲେ ।
ତେବେ ସେମାନେ କୋଲକାତାରେ ରୁହନ୍ତି|ଆଉ ଘରକୁ ଏଥର ଦୀପାବଳୀ ପାଳନ କରିବା ପାଇଁ ଫେରୁଥିଲେ । କିନ୍ତୁ ଏତେ ବଡ କାଣ୍ଡ ହୋଇଯିବ ବୋଲି କେହି ଜାଣି ନଥିଲେ । ହଠାତ୍ ବସରେ ନି-ଆଁ ଲାଗି ଯାଇଥିଲା ଆଉ ସମସ୍ତ ଯାତ୍ରୀ ବାହାରକୁ ବାହାରିବା ପାଇଁ ଚେଷ୍ଟା କରୁଥିବା ବେଳେ ହଠାତ୍ ଗେଟ୍ ମଧ୍ୟ ଖୋଲି ନଥିଲା । ତେବେ ପଛ ଏମରଜେନ୍ସି ଗେଟ୍ ଦେଇ ସମସ୍ତେ ବାହାରକୁ ବାହାରି ଯାଇଥିଲେ । କିନ୍ତୁ ଦୁଃ-ଖର ବିଷୟବସ୍ତୁ ଏହା ଯେ , ସେଥିରେ ଥିବା ପୁଷ୍ପାଞ୍ଜଳି ନିଜ ସ୍ଵାମୀ ଆଉ ପିଲାକୁ ବାହାରକୁ ବାହାର କରି ଦେଇଥିଲେ ।
କିନ୍ତୁ ନିଜେ ସେ ବାହାରକୁ ବାହାରି ପାରି ନଥିଲେ । ଆଉ ଜି-ଅନ୍ତା ଜଳି ଯାଇଥିଲେ । ତାଙ୍କୁ ଉ-ଦ୍ଧାର ମଧ୍ୟ କରା ଯାଇ ପାରିନଥିଲା । ତେବେ ବର୍ତ୍ତମାନ ସମୟରେ ତାଙ୍କ ଘରେ ଶୋକର ପରିସ୍ଥିତି ଖେଳି ଯାଇଛି । ମୁଣ୍ଡ ବାଡେଇ ବାଡ଼େଇ କା-ନ୍ଦିବାରେ ଲାଗିଛନ୍ତି ଶାଶୁ । କାହିଁକି ନା ତାଙ୍କ ସୁନା ବୋହୂ କୁଆଡେ ଗଲା ଆଉ ଫେରିବ ନାହିଁ । ସେ କହିବାରେ ଲାଗିଛନ୍ତି ଯେ , ମୋ ବୋହୂ ହସ୍ପିଟାଲରେ ପଡ଼ିଥାନ୍ତା ପଛକେ ସେ କାହିଁକି ଚାଲିଗଲା ।