ଇଲିଆନା ଡି’କ୍ରୁଜଙ୍କ ସୁନ୍ଦର ଅଭିନୟ ପାଇଁ ବଲିଉଡ ଜଗତରେ ସମସ୍ତେ ଜାଣିଛନ୍ତି। ସେ ନିଜ ବ୍ୟକ୍ତିଗତ ଜୀବନ ଏବଂ ସୋସିଆଲ ମିଡ଼ିଆ ପୋଷ୍ଟ କୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ମଙ୍ଗଳବାର ଦିନ ଇଲିଆନା ଡି’କ୍ରୁଜ ନିଜ ସୋସିଆଲ ମିଡିଆରେ ସେ ଗର୍ଭବତୀ ଅଛନ୍ତି ବୋଲି ଘୋଷଣା କରିଛନ୍ତି। ସେ ଖୁବ୍ ଶୀଘ୍ର ନିଜ ପ୍ରଥମ ଶିଶୁକୁ ଜନ୍ମ ଦେବକୁ ଯାଉଛନ୍ତି।
ଏହି ଖୁସି ଖବର ଇଲିଆନା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର୍ କରିଥିଲେ। ସେ ନିଜ ଆକାଉଣ୍ଟରେ ଗୋଟେ ଛୋଟ ଶିଶୁର ଟି ସାର୍ଟ ଏବଂ ମାମା ଲେଖା ହୋଇଥିବା ଏକ ଲକେଟ୍ ସେୟାର କରି ଲେଖିଥିଲେ ମୁଁ ମୋ କୁନି ଡାର୍ଲିଂକୁ ଅପେକ୍ଷା କରିଛି। କିନ୍ତୁ ସମସ୍ତେ ଜାଣିଛନ୍ତି ସେ ବିବାହ କରି ନାହାଁନ୍ତି ଏବଂ ପିଲାର ବାପା ବିଷୟରେ ମଧ୍ୟ କିଛି ଲେଖି ନାହାଁନ୍ତି ସେଥିପାଇଁ ଇଲିଆନାଙ୍କ ପୋଷ୍ଟ ଇଣ୍ଟରନେଟ୍ ରେ ଏବେ ଝଡ଼ ପରି ଭାଇରାଲ୍ ହେବାରେ ଲାଗିଛି। ପୋଷ୍ଟର କମେଣ୍ଟ ସେ-କ୍ସନ ରେ ଅନେକ ଲୋକ ଅନେକ ପ୍ରଶ୍ନ ପଚାରୁଛନ୍ତି ।
ତାଙ୍କର ଶୁଭେଚ୍ଛୁ ଏବଂ ପ୍ରଶଂସକମାନେ ତାଙ୍କୁ କମେଣ୍ଟ ରେ ପ୍ରେମ ଏବଂ ଅଭିନନ୍ଦନ ବାର୍ତ୍ତା ଦେଇଛନ୍ତି ଏବଂ ଅନେକ ଲୋକ ଶିଶୁର ପିତାଙ୍କ ବିଷୟରେ ଜାଣିବାକୁ ପ୍ରଶ୍ନ ପଚାରୁଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, “ତୁମେ ବିବାହିତ କି? ଏ ପିଲାର ବାପା କିଏ? “ଆଉ ଜଣେ ଲେଖିଛନ୍ତି , “ଆପଣ ଦୟାକରି ସବୁ କଥା ଖୋଲିକି ସେୟାର କରନ୍ତୁ ଆମ ପିଲାର ବାପା ବିଷୟରେ ଜାଣିବାକୁ ଚାହୁଁଛୁ।
ଆପଣ ମାନେ ଜାଣିଥିବେ ଇଲିଆନା ଡି’କ୍ରୁଜ୍ କିଛି ବର୍ଷ ପୂର୍ବେ ଅଷ୍ଟ୍ରେଲିଆର ଜଣେ କ୍ୟାମେରା ମ୍ୟାନ ଆଣ୍ଡ୍ରିୟୁ କନିବୋନଙ୍କୁ ଭଲ ପାଉଥିଲେ କିନ୍ତୁ ୨୦୧୯ରେ ତାଙ୍କର ବ୍ରେ-କ ଅ-ପ୍ ହେଇଯାଇଥିଲା। ତା ପରେ ଇଲିଆନା କ୍ୟାଟ୍ରିନା କେଫ୍ ଙ୍କ ଭାଇ ସେବାଷ୍ଟିଆନ ଲରେଣ୍ଟଙ୍କୁ ଡେଟ କରୁଥିଲେ। କିଛି ଦିନ ତଳେ କ୍ୟାଟ୍ରିନା ଏବଂ ତାଙ୍କ ପରିବାର ଲୋକଙ୍କ ସହିତ ଇଲିଆନା ଡି’କ୍ରୁଜ୍ ଙ୍କୁ କିଛି ଫଟୋରେ ଦେଖିବାକୁ ମିଳିଥିଲା।