ଶେଷରେ ବର୍ଷାଙ୍କୁ ଡାକିଲେ ଅନୁଭବ ମହାନ୍ତି ।

ସବୁ ରାଗ ଅଭିମାନକୁ ପଛରେ ପକାଇ ଅନୁଭବ ମହାନ୍ତି ନିଜେ ଡାକିଲେ ଅଭିନେତ୍ରୀ ବର୍ଷାଙ୍କୁ । ହଁ ଆଜ୍ଞା ପ୍ରଶଂସକ ମାନଙ୍କ ଦୀର୍ଘ ଦିନର ଆଶା ଆଜି ଭଗବାନ ଶୁଣିଛନ୍ତି । ଅନୁଭବ ମହାନ୍ତି ଶେଷରେ ସବୁ ରାଗ ଋଷା ଭୁଲି ଯାଇଥିବା ବେଳେ ଅନୁଭବ ମହାନ୍ତି ନିଜେ ବର୍ଷା ଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଡାକିଛନ୍ତି । ଯେଉଁ ବିବାଦ ବର୍ଷା ଅନୁଭବଙ୍କ ଭିତରେ ଚାଲିଥିଲା ।

ଯାହା ଧୀରେ ଧିରେ ଉଗ୍ର ରୂପ ଧାରଣ କରୁଥିଲା ଆଜି ତାହା ଶେଷ ହୋଇଛି । ଅନୁଭବ ମହାନ୍ତିଙ୍କ ନୂଆ ଫିଲ୍ମ ଲଭ୍ ଇନ୍ ଲଣ୍ଡନ ଚଳଚ୍ଚିତ୍ର ରିଲିଜ୍ ହୋଇଥିବା ବେଳେ ବର୍ଷାଙ୍କ ବିନା ଅନୁଭବ ମହାନ୍ତି ଦୀର୍ଘ ଛ ବର୍ଷ ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ତେବେ ଅନୁଭବଙ୍କ ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ବର୍ଷା ଅଭିନୟ କରି ନଥିବା ବେଳେ ନାୟିକା ଅଛନ୍ତି ସ୍ୱୋନ୍ନା ।

ତେବେ ଯେଉଁ ଭଳି ଲୋକେ ଭାବୁଥିଲେ କି ବର୍ଷା ଅନୁଭବଙ୍କ ଭିତରେ ଆଉ କୌଣସି ସମ୍ପର୍କ ନାହିଁ । ସବୁ ଶେଷ ହୋଇ ଯାଇଛି ହେଲେ କାଲିର ଘଟଣା ପରେ ଲୋକେ କହୁଛନ୍ତି କି ଅନୁଭବ ମହାନ୍ତି ଓ ବର୍ଷାଙ୍କ ଭିତରେ ଏବେ ବି ସେହି ଭଲ ପାଇବା କେଉଁଠି ନା କେଉଁଠି ବଞ୍ଚିଛି । କାରଣ ଅନୁଭବ ମହାନ୍ତି ଯେତେବେଳେ ବର୍ଷାଙ୍କ ଉପରେ ଏତେ ବର୍ଷୁ ଥିଲେ ହେଲେ ଏବେ ସେହି ଅନୁଭବ ମହାନ୍ତି ପୁଣି ଥରେ ବର୍ଷାଙ୍କୁ ଡାକିଛନ୍ତି ଯେତେବେଳେ ଲୋକେ କହୁଛନ୍ତି ଆମ ଡାକ ଭଗବାନ ଶୁଣିଛନ୍ତି ।

ବର୍ଷା ଆଉ ଅନୁଭବଙ୍କୁ ସାରା ଓଡ଼ିଶା ବାସୀ ବେଶ୍ ଅଧିକ ଭଲ ପାଇବା ଦେଇଥାନ୍ତି । କାରଣ ବର୍ଷା ଅନୁଭବଙ୍କ ଯୋଡିକୁ ଓଡ଼ିଶା ବାସୀ ବେଶ୍ ଅଧିକ ପସନ୍ଦ ମଧ୍ୟ କରିଥାନ୍ତି । ହେଲେ ବନ୍ଧୁଗଣ ଯେଉଁ ଭଳି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପରିବାରରେ ଝଡ ସୃଷ୍ଟି ହେଲା । ଯେଉଁ ଭଳି ବର୍ଷା ଅନୁଭବ ଦୁଃଖରେ ଭାଙ୍ଗି ପଡ଼ିଲେ । ଆଉ ଯେଉଁ ଭଳି ବର୍ଷା ଅନୁଭବଙ୍କ ପାଇଁ ତାଙ୍କ ପ୍ରଶଂସକ ମାନେ ଦୁଃଖ ପ୍ରକାଶ କଲେ । ଏହି ଭଳି ପରିସ୍ଥିତିରେ ପ୍ରଶଂସକ ମାନେ ସବୁବେଳେ ଚାହୁଥିଲେ କିପରି ଅନୁଭବ ବର୍ଷା ଏକାଠି ହୋଇ ଯାଆନ୍ତୁ ।

ତେବେ ଗତକାଲି ଅନୁଭବ ମହାନ୍ତିଙ୍କ ଚଳଚ୍ଚିତ୍ର ରିଲିଜ୍ ହେଉଥିବା ବେଳେ ଅନୁଭବ ମହାନ୍ତି ହ୍ୱାଟସପ ମାଧ୍ୟମରେ ବର୍ଷାଙ୍କୁ ନିମନ୍ତ୍ରଣ ଦେଇଥିଲେ କି ତାଙ୍କ ପରିବାର ଲୋକଙ୍କ ସାଥିରେ ଆସି ଫିଲ୍ମ ଦେଖିବା ପାଇଁ ମାତ୍ର ବର୍ଷା କିନ୍ତୁ ଆସି ନଥିଲେ । ତେଣୁ ଗଣମାଧ୍ୟମରେ ଅନୁଭବ ମହାନ୍ତି କହିଥିଲେ ଆମ ଭିତରେ କିଛି ସମ୍ପର୍କ ନଥାଇ ପାରେ ସତ ହେଲେ ମୁଁ ବର୍ଷାଙ୍କୁ ଡାକି ଥିଲି ଚଳଚ୍ଚିତ୍ର ଦେଖିବା ପାଇଁ ପରିବାର ସହିତ ଆସିବା ପାଇଁ ହେଲେ ମଧ୍ୟ ଅଭିନେତ୍ରୀ ବର୍ଷା ଆସିନଥିଲେ । ବର୍ଷାଙ୍କ ବିନା ମୁଁ ଯେଉଁ ଚଳଚ୍ଚିତ୍ର କରିଛି ସେ କେବେ ବି ଆସି ନାହାଁନ୍ତି କି ଏଥର ମଧ୍ୟ ଆସିଲେ ନାହିଁ । ଏପରି କହିବା ପରେ ଲୋକେ କହୁଛନ୍ତି କି ଆଜିବି ଭଲ ପାଇବା ବଞ୍ଚିଛି ।

Leave a Reply

Your email address will not be published. Required fields are marked *