ଅନୁଭବଙ୍କ ପରିବାର ଉପରକୁ ଗୋଟିଏ ପରେ ଗୋଟିଏ ବିପଦ ମାଡ଼ି ଆସୁଛି । ଗୋଟିଏ ଚିନ୍ତା ନଯାଉଣୁ ବର୍ତ୍ତମାନ ଆଉ ଏକ ଚିନ୍ତା ଘାରିଲାଣି । ଏମିତିକି ପୁରା ପରିବାର ବର୍ତ୍ତମାନ ଅଶାନ୍ତିରେ ଦିନ କାଟୁଛନ୍ତି । ଆଜ୍ଞା ହଁ ! ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ରକୁ ନେଇ ପୁରା ପରିବାର ଚିନ୍ତିତ ଥିଲା । ସେତେବେଳେ ମଧ୍ୟ ଅନେକ ସମସ୍ୟା ଲାଗି ରହିଥିଲା । ଆଉ ବର୍ତ୍ତମାନ ଅନୁଭବ ମହାନ୍ତି ନିଜ ସାନ ଭାଇର କଥାକୁ ନେଇ ଚିନ୍ତିତ ଅଛନ୍ତି । ସାଂସଦ ତାହା ଅଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ପରିବାର ଉପରେ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ବିପଦ ଲାଗି ରହିଛି । ଗତ ମାସରେ ବାପାଙ୍କ ଦେହାନ୍ତ ହୋଇଥିବା ବେଳେ ବର୍ତ୍ତମାନ ଭାଇ ଅନୁପ୍ରାସ ଆଉ ଏକ ଅସୁବିଧାରେ ପଡ଼ି ଯାଇଛନ୍ତି ।
ଯାହାକୁ ନେଇ ସୁପରଷ୍ଟାର ବର୍ତ୍ତମାନ ଖୁବ ଚିନ୍ତାରେ ପଡ଼ି ଯାଇଛନ୍ତି । କଟକ ଖାନନଗର ସ୍ଥିତ ଅନୁପ୍ରାସଙ୍କ ଭଡ଼ା ଘରେ ବ୍ୟାଙ୍କ ରିକଭରି ଟିମ ପହଞ୍ଚି ଯାଇଛନ୍ତି । ବ୍ୟାଙ୍କ ରିକଭରି ଟିମ ୫୦ ଲକ୍ଷ ଟଙ୍କା ଋଣ ମାମଲାରେ ଯାଞ୍ଚ କରିବାକୁ ଅନୁପ୍ରାସଙ୍କ ଭଡ଼ା ଘରେ ପହଞ୍ଚିଛନ୍ତି । ଅନୁପ୍ରାସ ୫୦ ଲକ୍ଷ ଟଙ୍କା ଋଣ ନେଇଥିବା ବେଳେ ଅନାଦେୟ ଯୋଗୁଁ ଆଜି ରିକଭରି ଟିମ ତାଙ୍କ ଘରେ ଯାଞ୍ଚ ଆରମ୍ଭ କରିଛନ୍ତି ।
ଏହାକୁ ନେଇ ଯେମିତି ଅନୁଭବଙ୍କ ଚିନ୍ତା ପୁଣିଥରେ ବଢ଼ି ଯାଇଛି । ଆପଣ ମାନେ ବି ଜାଣିଥିବେ ଯେ ଅନୁଭବ ନିଜର ଛାଡ଼ପତ୍ର ମାମଲାରେ କିଭଳି ଚିନ୍ତିତ ଥିଲେ । ଏମିତିକି ସୋସିଆଲ ମିଡିଆରେ ଲାଇଭ ଆସି ସେ ନିଜର ଚିନ୍ତା ମଧ୍ୟ ବ୍ୟକ୍ତ କରୁଥିଲେ ।ତାହାକୁ ନେଇ ପରିବାରରେ ମଧ୍ୟ ସବୁବେଳେ ଅଶାନ୍ତି ଲାଗି ରହିଥିଲା । ପୁଣି ଘରେ ତାଙ୍କ ବାପାଙ୍କ ଦେହ ମଧ୍ୟ ଗୁରୁତର ହୋଇ ପଡ଼ିଥିଲା । ଏପଟେ ଛାଡ଼ପତ୍ର ମାମଲାର ମଧ୍ୟ କୌଣସି ସମାଧାନ ହେଉ ନଥିଲା ।
କିନ୍ତୁ ତାଙ୍କ ବାପା ମଧ୍ୟ କିଛିଦିନ ପରେ ଚାଲିଗଲେ । ଯେଉଁ କାରଣରୁ ଅନୁଭବ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ । ଏପଟେ ବାପାଙ୍କ ନିଧନର ଦୁଃଖ ନସରୁଣୁ ପରିବାରରେ ସାନ ଭାଇର କଥାକୁ ନେଇ ବର୍ତ୍ତମାନ ଚିନ୍ତା ପଡ଼ି ଯାଇଛି । କାରଣ ଅନୁପ୍ରାସ ନେଇଥିବା ୫୦ ଲକ୍ଷ ଟଙ୍କାର ଋଣ ଅନାଦେୟ କାରଣରୁ ଆଜି ରିକଭରି ଟିମ ଅନୁପ୍ରାସଙ୍କ ଘରେ ପହଞ୍ଚିଛନ୍ତି । ଏହି ମାମଲାକୁ ନେଇ ପୁଣିଥରେ ଏହା କୁହାଯାଉଛି ଯେ ଅନୁପ୍ରାସଙ୍କୁ ନେଇ ଅନୁଭବଙ୍କ ପରିବାରରେ ପୁଣିଥରେ ଚିନ୍ତା ବଢ଼ି ଯାଇଛି ।