ଆଉ ମାତ୍ର କିଛି ଘଣ୍ଟା ପରେ ଆସିବ ନିର୍ବାଚନୀ ଫଳ….ତେବେ କେମିତି ଗଣାଯାଏ ଆପଣ ଦେଇଥିବା ଭୋଟ? ପଢନ୍ତୁ ଏହି ପୋଷ୍ଟଟିକୁ।

ଆଉ ମାତ୍ର କିଛି ଘଣ୍ଟା ପରେ ଆସିଯିବ ନିର୍ବାଚନୀ ଫଳ। କେମିତି ଜଣାଯାଏ ଆପଣ ଦେଇଥିବା ଭୋଟ? କିଏ ଖୋଲନ୍ତି ଷ୍ଟ୍ରଙ୍ଗ ରୁମ?ବନ୍ଧୁଗଣ ଆଉ ମାତ୍ର କିଛି ଘଣ୍ଟା ପରେ ୨୦୨୪ର ଲୋକସଭା ଓ ବିଧାନସଭା ନିର୍ବାଚନର ଫଳ ଆସିବ। ଜୁନ ୪ ତାରିଖ ସକାଳ ୮ ଟାରୁ ଆରମ୍ଭ ହେବ ଭୋଟ ଗଣତି। ସର୍ବପ୍ରଥମେ ପାଲର୍ଟ ଗଣତି ହେବ। ଏହା ପରେ ଭୋଟ ଗଣତି ହେବ। ଏହାରି ମଧ୍ୟରେ କାଉଣ୍ଟିଙ୍ଗ ଷ୍ଟ୍ରଙ୍ଗ ରୁମକୁ ନେଇ ଏମିତି ପ୍ରଶ୍ନ ମନରେ ରହିଛି ଯାହାର ଜବାବ ଜନତା ଜାଣିବାକୁ ଚାହାଁନ୍ତି।

ବାସ୍ତବରେ ଏସବୁ ଶବ୍ଦର ଅର୍ଥ କ’ଣ? ଅନେକଙ୍କୁ ମଧ୍ୟ ଏ ବିଷୟରେ ଜଣା ନଥିବ। ତେବେ ପ୍ରଥମେ ଜାଣିବା ଷ୍ଟ୍ରଙ୍ଗ ରୁମ କ’ଣ? ଷ୍ଟ୍ରଙ୍ଗ ରୁମ ହେଉଛି ସେହି ରୁମ ଯେଉଁଠି ଭୋଟିଂ ପରେ ଇଭିଏମକୁ ସୁରକ୍ଷିତ କରି ରଖାଯାଏ। ଆଧିକାଂଶ ସମୟରେ ଏହା ସରକାରୀ କଲେଜରେ ହୋଇଥାଏ। ଭୋଟିଂ ପରେ ଏହି ରୁମ ସମ୍ପୂର୍ଣ୍ଣ ଭାବରେ କ୍ୟାମେରା ନଜରରେ ରୁହେ।

ଏବେ ପ୍ରଶ୍ନ ଆସୁଥିବ କିଏ ଖୋଲନ୍ତି ଷ୍ଟ୍ରଙ୍ଗ ରୁମ?

ଯେଉଁଦିନ ଭୋଟ ଗଣନା ଥାଏ ସେହିଦିନ ସକାଳ ୭ ଟା ବେଳକୁ ଷ୍ଟ୍ରଙ୍ଗ ରୁମର ତାଲା ଖୋଲାଯାଏ। ଯେତେବେଳେ ଏହାର ତାଲା ଖୋଲାଯାଏ ତା ମଧ୍ୟରେ ଆୟୋଗଙ୍କ ରିଟର୍ଣ୍ଣିଂ ଅଫିସର ତଥା ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଉପସ୍ଥିତ ରହିଥାନ୍ତି। ଏ ସମସ୍ତ ପ୍ରକ୍ରିୟାର ଭିଡ଼ିଓଗ୍ରାଫି କରାଯାଇଥାଏ। ତାଲା ଖୋଲାଯିବା ସମୟରେ ତାଙ୍କର ପ୍ରତିଟି ଆଶାୟୀ ପ୍ରାର୍ଥୀ କିମ୍ବା ତାଙ୍କର ପ୍ରତିନିଧି ରହିଥାନ୍ତି ଉପସ୍ଥିତ। ଇଭିଏମକୁ ଟେବୁଲ ଉପରେ ରଖିବା ପରେ କଣ୍ଟ୍ରୋଲ ୟୁନିଟ୍‌ ସହିତ ୟୁନିଟ ଆଇଡିର ସିଲ ମିଶାଯାଇଥାଏ। ପ୍ରତ୍ୟେକ ପ୍ରାର୍ଥୀଙ୍କ ପୁଲିଂ ଏଜେଣ୍ଟଙ୍କୁ ମଧ୍ୟ ଦେଖାଯାଇଥାଏ। ଏହାବାଦ କଣ୍ଟ୍ରୋଲ ୟୁନିଟ ବଟନ ଦବାଇବା ପରେ ପ୍ରତ୍ୟେକ ପ୍ରାର୍ଥୀଙ୍କ ଭୋଟ ଇଭିଏମରେ ତାଙ୍କ ନାମ ପାଖରେ ଦେଖାଯିବା ପରେ ଗଣତି ଆରମ୍ଭ ହୁଏ।

ନିର୍ବାଚନ ଆୟୋଗଙ୍କ ୱେବସାଇଟ ହିସାବରେ ଭୋଟ ଗଣତି ସମୟରେ ପ୍ରତିଟି ହଲରେ ଲାଗିଥିବା ଟେବୁଲରେ ଆଶାୟୀଙ୍କ ପକ୍ଷରୁ ଜଣେ ଏଜେଣ୍ଟ ଉପସ୍ଥିତ ରହିଥାନ୍ତି। ଯେକୌଣସି ଗଣନା କେନ୍ଦ୍ରର ଗୋଟିଏ ହଲରେ ସମୁଦାୟ ୧୫ ଜଣ ଏଜେଣ୍ଟ ରହିଥାନ୍ତି। ତେବେ ଏଜେଣ୍ଟ ମାନଙ୍କର ଚୟନ ଆଶାୟୀଙ୍କ ପକ୍ଷରୁ ହୋଇଥାଏ ଏବଂ ଜିଲ୍ଲା ଅଧିକାରୀଙ୍କୁ ତାଙ୍କର ନାଁ ଫୋଟ ଓ ଅନ୍ୟାନ୍ୟ ତଥ୍ୟ ମଧ୍ୟ କରାଯାଇଥାଏ।

ତେବେ କାଉଣ୍ଟିଙ୍ଗ ସେଣ୍ଟର ଭିତରକୁ କେଉଁମାନେ ଯାଇପାରିବେ ବୋଲି ପ୍ରଶ୍ନ ଉଠୁଥିବ।

ଗଣତି କେନ୍ଦ୍ର ଭିତରକୁ କେବଳ ଗଣନାକାରୀ କର୍ମଚାରୀ ରିଟର୍ଣ୍ଣିଂ ଅଫିସର ସୁରକ୍ଷା କର୍ମୀ ଏବଂ ଏଜେଣ୍ଟ ଯାଇପାରିବେ। ଗଣନା କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ଏଜେଣ୍ଟମାନେ କେହି ବି ବାହାରକୁ ଯିବାର ଅନୁମତି ନଥାଏ। ଏହା ବ୍ୟତୀତ କାହାରିକୁ ମୋବାଇଲ ନେବା ମଧ୍ୟ ବାରଣ କରାଯାଏ। ଯଦି କୌଣସି ଏଜେଣ୍ଟକୁ ଗଣତି ସମୟରେ କିଛି ଗଡ଼ବଡ଼ ଲାଗେ ତେବେ ସେ ଇନକାଉଣ୍ଟିଙ୍ଗ ନିରକ୍ଷ ଦାବି କରି ପାରିବେ। ଗଣତି ଶେଷ ପରେ ଇଭିଏମ ପୁଣି ଥରେ ଷ୍ଟ୍ରଙ୍ଗ ରୁମରେ ରହିଥାଏ। ଗଣତିର ୪୫ ଦିନ ପର୍ଯ୍ୟନ୍ତ ଇଭିଏମ କୁ ଷ୍ଟ୍ରଙ୍ଗ ରୁମରେ ରଖାଯାଏ। ପରେ ଏହାକୁ ଅନ୍ୟ ଷ୍ଟରକୁ ସିଫ୍ଟ କରିଦିଆଯାଏ।

Leave a Reply

Your email address will not be published. Required fields are marked *