” ଜଣେ ପୁରୁଣା ଗାର୍ଲଫ୍ରେଣ୍ଡ ୫ ବର୍ଷ ପରେ ମୋତେ ଫୋନ କରିଥିଲେ ଦିଲ୍ଲୀରୁ । ” ନିଜ ଲୋଭ୍ ପାଇଫକୁ ନେଇ ଏମିତି କିଛି କହିଲେ ଅଭିନେତା ମାନସ ମହାପାତ୍ର ।

ଅଲିଉଡ଼ ସିରିଏଲ ଜଗତ ହେଉ କିମ୍ବା ମ୍ୟୁଜିତ ଭିଡ଼ିଓ ଜଗତ ହେଉ , ମାନସ ମହାପାତ୍ରଙ୍କୁ ପ୍ରାୟ ସମସ୍ତେ ଜାଣିଛନ୍ତି । କାରଣ ଖୁବ କମ ସମେୟ ମଧ୍ୟରେ ସେ ଇଣ୍ଡଷ୍ଟ୍ରିରେ ଅନେକ କିଛି ଏଚିଭ କରିଛନ୍ତି । ଯାହାକୁ ନେଇ ସେ ଖୁବ ଖୁସି ଥିବା ସହିତ ତାଙ୍କ ପରିବାର ଏବଂ ତାଙ୍କ ଫ୍ୟାନ୍ସ ମଧ୍ୟ ବେଶ ଖୁସି । ତେବେ ମାନସ ମହାପାତ୍ରଙ୍କର ଅନେକ ସମୟରେ ଇଣ୍ଟରଭିଉ ଭାଇରଲ ହୋଇଥାଏ ।

ଯେଉଁଥିରେ ସେ ଖୋଲା ଖୋଲି ଅନେକ ବିଷୟରେ କଥାବାର୍ତ୍ତା କରିଥାନ୍ତି । ଆଉ ବର୍ତ୍ତମାନ ମଧ୍ୟ ତାଙ୍କର ଏକ ଇଣ୍ଟରଭିଉ ବେଶ ଭାଇରଲ ହେଉଛି । କହୁରଖିବୁ ଯେ ସେ ବର୍ତ୍ତମାନ ଏକ ଓଡ଼ିଆ ସିରିଏଲରେ ଲିଡ଼ ଆକ୍ଟର ଭୂମିକାରେ ଅଭିନୟ କରୁଛନ୍ତି । କିନ୍ତୁ ଏହା ପୂର୍ବରୁ ସେ ନିଜର କ୍ୟାରିଅର ମ୍ୟୁଜିକ ଭିଡ଼ିଓ ଆଲବମରୁ ଆରମ୍ଭ କରିଥିଲେ ।

ମାନସ ନିଜ ଜୀବନରେ ଯାହା କିଛି ଟିକିଏ ସଫଳତା ହାସଲ କରିଛନ୍ତି , ସେହି ସବୁକିଛି ଭଗବାନ ଏବଂ ଦର୍ଶକ ମାନଙ୍କ କାରଣରୁ ବୋଲି କହିଛନ୍ତି ଏବଂ ଶ୍ରେୟ ସେ ନିଜର ଶୁଭ ଚିନ୍ତକ ମାନଙ୍କୁ ଦେଇଛନ୍ତି । ଆଉ ଯଦି ବର୍ତ୍ତମାନ ତାଙ୍କର ଆଗାମୀ ମ୍ୟୁଜିକ ଭିଡ଼ିଓ ବିଷୟରେ କହିବୁ ତେବେ ତାଙ୍କୁ ପ୍ରାୟତଃ ଅନେକ ଅଫର ଆସୁଛି ।

କିନ୍ତୁ ସେ ମ୍ୟୁଜିକ ଭଲ ନଥିବା କାରଣରୁ ସେଥିରେ କାମ କରିବାକୁ ମନା କରୁଥିବା କହିଛନ୍ତି । ଯେତେବେଳେ ମାନସଙ୍କୁ ନିଜର ଲୋଭ୍ ଲାଇଫ ବିଷୟରେ ପଚରା ଯାଇଥିଲା ସେ ଖୁବ ଆକର୍ଷଣୀୟ ଉତ୍ତର ଦେଇଥିଲେ ଯେ ” ଦୁନିଆରେ ହୃଦୟ ନଭାଙ୍ଗିଲେ କେହିବି ଦେବଦାସର ଚରିତ୍ରରେ ଅଭିନୟ କରି ପାରିବ ନାହିଁ । ”

ଏହାର ଅର୍ଥ କହିବାକୁ ଗଲେ ସେ ପ୍ରେମରେ କେବେ ଧୋକା ପାଇ ନାହାଁନ୍ତି କିନ୍ତୁ ସେ କାହାକୁ ନା କାହାକୁ ପ୍ରେମ କରିଥିଲେ ଏବଂ ବ୍ରେକଅପ ମଧ୍ୟ ହୋଇଥିଲା । ଆଉ ବ୍ରେକଅପ ନିଶ୍ଚିତ ଭାବରେ ଦୁଃଖ ଦେଇଥାଏ । ଆଉ ଯଦି କେହି ତାଙ୍କର ଏକ୍ସ ଗାର୍ଲଫ୍ରେଣ୍ଡ ତାଙ୍କ ସହିତ ପୁଣିଥରେ ରିଲେଶନଶିପରେ ରହିବାକୁ ଆସିବେ ତେବେ ସେ ନିଶ୍ଚିତ ଭାବରେ ବାରଣ କରିବେ ବୋଲି କହିଛନ୍ତି । କାରଣ ସେ ଏକ ବହିର ପୃଷ୍ଠାକୁ ପଛକୁ ଯିବା ପରିବର୍ତ୍ତେ ଆଗକୁ ଯିବାକୁ ଚାହିଁବେ ।

ସେ ଭଗବାନଙ୍କ ଉପରେ ଖୁବ ବିଶ୍ୱାସ କରନ୍ତି । ଆଉ ଭଗବାନ ଚାହିଁଲେ ହିଁ ସେ ଭବିଷ୍ୟତରେ ଯାହାକୁ ବିବାହ କରିବାର ଭାଗ୍ୟରେ ଥିବ ତାକୁ ହିଁ ବିବାହ କରିବେ ବୋଲି କହିଛନ୍ତି । ଏସବୁ ପରେ ତାଙ୍କ ଫ୍ୟାନ୍ସ ମାନେ ତାଙ୍କୁ ଦେଖିଲେ କେତେ ଖୁସି ହୁଅନ୍ତି ତାହାକୁ ବ୍ୟକ୍ତ କରି ସେ ଖୁବ ଖୁସି ହେଉଥିବା ମଧ୍ୟ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *