ପିଲା ଜନ୍ମ ହେବା ପରେ ହସ୍ପିଟାଲରେ ସ୍ତ୍ରୀ କୁ ଛାଡ଼ି ଅନ୍ୟତ୍ର ବିବାହ କଲା ସ୍ୱାମୀ । କହିଲା ଆଉ ତୁ ମୋର ଦରକାର ନାହିଁ……

ଆଜିକାଲି ବିବାହ ଏକ ତାମସା କହିଲେ ବି ଭୁଲ ହେବ ନାହିଁ । କାରଣ ବିବାହର ମହତ୍ତ୍ୱ ଆଜିକା ସମୟରେ ଆଉ ନାହିଁ । କାରଣ ଆଜିକାଲି କିଛି ଲୋକ ବିବାହକୁ ଖେଳ ଘର ଭାବନ୍ତି ଏବଂ ଏହା ମଧ୍ୟ ଭାବନ୍ତି ଯେ କେବଳ ପିଲା ଜନ୍ମ ପାଇଁ ହିଁ ବିବାହ ହୋଇଥାଏ ବୋଲି । ଆଉ ଏହି ମନୋଭାବ କାରଣରୁ ହିଁ କେତେ ଯେ ଜୀବନ ନଷ୍ଟ ହେଉଛି । ଆଉ ବର୍ତ୍ତମାନ ଜଣେ ମହିଳାଙ୍କ କ୍ଷେତ୍ରରେ ହସ୍ପିଟାଲରେ ମଧ୍ୟ ଏହିଭଳି କିଛି ଘଟି ଯାଇଛି ।

ଜଣେ ମହିଳାଙ୍କ ପ୍ର-ସବ ସମୟରେ ତାଙ୍କ ସ୍ୱାମୀ ତାଙ୍କୁ ହସ୍ପିଟାଲରେ ଛାଡ଼ି ଦେଇ ଯାଇଥିଲେ । ଆଉ ପିଲା ଜନ୍ମ ହେବା ପରେ ସ୍ତ୍ରୀ ଯେତେବେଳେ ସ୍ୱାମୀକୁ ମନେ ପକାଇ ଯୋଗାଯୋଗ କଲା ସେତେବେଳେ କୁଆଡ଼େ ସ୍ୱାମୀ କହୁଛି ଆଉ ତାର ସ୍ତ୍ରୀ ପାଖକୁ ଆସିବ ନାହିଁ ଏବଂ ସେ ଅନ୍ୟତ୍ର ବିବାହ ମଧ୍ୟ କରି ସାରିଛି ।

ସୂଚନା ଅନୁଯାୟୀ ଅଭଲ ଏକ ଘଟ-ଣା ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟି ଯାଇଛି । ଜଣେ ସ୍ତ୍ରୀ ପିଲା ଜନ୍ମ କରିବା ପରେ ନିଜ ସ୍ୱାମୀଙ୍କୁ ଆସିବାକୁ କହିଥିଲେ । କିନ୍ତୁ ତାଙ୍କ ସ୍ୱାମୀ ଆସିବାକୁ ମନା କରି ଦେଇଥିଲେ । ଯେଉଁ କାରଣରୁ ମା’ ପିଲା ଦୀର୍ଘ ଦିନ ହେବ ହସ୍ପିଟାଲରେ ଘୁରି ବୁଲୁଛନ୍ତି । ମହିଳାଙ୍କ କହିବା ଅନୁଯାୟୀ ୨ ବର୍ଷ ତଳେ ଉଭୟଙ୍କ ପରିବାର ଲୋକଙ୍କ ମଧ୍ୟରେ ପା-ଟିତୁ-ଣ୍ଡ ଝଗ-ଡ଼ା ହୋଇଥିଲା । ଯେଉଁ କାରଣରୁ ସ୍ୱାମୀ ସ୍ତ୍ରୀ ବାହାରେ ଦୁଇ ବର୍ଷ ରହିଥିଲେ । ଅଭିଯୋଗ ଅନୁଯାୟୀ ୨୦୨୧ ମସିହାରେ କେନ୍ଦ୍ରାପଡ଼ା ଆଳି ବ୍ଲକ କେତୁଆପାଳ ନାଗମଠ ଗାଁର ଚନ୍ଦନ ମଲ୍ଲିକଙ୍କୁ ଡଲି ମଲ୍ଲିକ ବିବାହ କରିଥିଲେ ।

କିନ୍ତୁ ମାତ୍ର କିଛିଦିନ ପରେ ହିଁ ଶାଶୁ ଘର ଲୋକଙ୍କ ସହିତ ଡଲିଙ୍କର କ-ଳି ଝ-ଗଡ଼ା ଆରମ୍ଭ ହୋଇଥିଲା । ତାପରେ ଦୁହେଁ ଅଲଗା ରହିଥିଲେ । କିନ୍ତୁ ଯେତେବେଳେ ଡଲିଙ୍କର ପ୍ର-ସବ ହେଲା ସେତେବେଳେ ତାଙ୍କ ସ୍ୱାମୀ ଚନ୍ଦନ ତାଙ୍କୁ ହସ୍ପିଟାଲରେ ଛାଡ଼ି ପଳାଇ ଯାଇଥିଲେ । ଚନ୍ଦନ କହୁଛନ୍ତି , ସେ କୁଆଡ଼େ ଆଉ ଗୋଟିଏ ବାହା ହୋଇ ସାରିଛନ୍ତି । ଏପଟେ ଘର ଲୋକ କିମ୍ବା ଶାଶୁ ଘର ଲୋକେ କେହିବି ଡଲିଙ୍କୁ ଆଉ ଗ୍ରହଣ କରୁ ନାହାଁନ୍ତି । ଏହି ଘ-ଟଣା ସମ୍ପର୍କରେ ସ୍ଥାନୀୟ ଟାଉନ ଥା-ନା ପୋ-ଲିସ ଜାଣିବା ପରେ ମା ଛୁଆଙ୍କୁ ଡ଼ାକ୍ତରଖାନାରୁ ନେଇ ୱାନ୍ସଡଭସ ସେଣ୍ଟରରେ ହସ୍ତାନ୍ତର କରିଛନ୍ତି । ଆଉ ଏପଟେ ପୋ-ଲିସ ଚନ୍ଦନକୁ ଖୋଜିବାରେ ଲାଗି ପଡ଼ିଛି ।

Leave a Reply

Your email address will not be published. Required fields are marked *