ସବୁ ସମସ୍ୟା ପରେ ପୁଣି ଥରେ ନୂଆ ରୂପରେ କାର-ଖାନା । ଏଥର ଦିନରୁ ରାତି ପର୍ଯ୍ୟନ୍ତ ଏହିଠାରେ ଖୋଲିବ କାର-ଖାନା ।

ଦିନେ ରାସ୍ତା କଡ଼ରେ ଦୁଇ ଜାଆଙ୍କ ହାତ ରନ୍ଧା ଘର ଖାଇବା ଖାଇବାକୁ ଲୋକଙ୍କର ଭିଡ଼ ଜମୁଥିଲା । ମାତ୍ର ୭୦ ଟଙ୍କାରେ ସୁଆଦିଆ ଖାଦ୍ୟ ପାଉଥିଲେ ଗ୍ରାହକ । କିନ୍ତୁ ହଠାତ ଯେମିତି ସବୁକିଛି ବନ୍ଦ ହୋଇଗଲା । କିଏ ଲାଇସେନ୍ସ ମାଗିଲା ତ କିଏ ଇନଗ୍ରାମ ଭିଡ଼ିଓ ଜରିଆରେ ବଦନାମ କରିବାକୁ ଚେଷ୍ଟା କଲା । ଅନେକ କିଛି ଆଶା ନେଇ ଏବଂ ନିଜକୁ ସ୍ୱାବଲମ୍ବୀ ଭାବରେ ଗଢ଼ି ତୋଳିବାକୁ ଯେଉଁ ଦୁଇ ଜାଆ କାର-ଖାନା ଖୋଲିଥିଲେ ସେହି ସ୍ୱପ୍ନ କିଛି ଦିନ ପାଇଁ ଯେମିତି ଲିଭି ଯାଇଥିଲା । ଯେଉଁ ଲୋକ ମାନେ କମ ଟଙ୍କାରେ ସ୍ୱାଦିଷ୍ଟ ଖାଦ୍ୟ ଖାଉଥିଲେ ସେମାନେ କାର-ଖାନା କେବେ ଖୋଲିବ ତାହାକୁ ଅପେକ୍ଷା କରି ରହିଥିଲେ ।

ଏଥର କିନ୍ତୁ କାର-ଖାନା ଗୋଟିଏ ସମୟରେ ନୁହେଁ ବରଂ ଦିନରେ ଏବଂ ରାତିରେ ମଧ୍ୟ ଖୋଲିବ । ଏଠାରେ କହିରଖିବୁ ଯେ ମାଷ୍ଟର କ୍ୟାଣ୍ଟିନ ୟୁକୋ ବ୍ୟାଙ୍କ ଫଣ୍ଡରେ ଥିବା ଭେଣ୍ଡିଂ ଜୋନରେ କାର-ଖାନା ଖୋଲିଛି । ସେହି ଦୁଇ ସମାନ ଜାଆ ରଶ୍ମିତା ଦାସ ଏବଂ ନେହା ପାଣିଗ୍ରାହୀ ଦୁହେଁ କାର-ଖାନା ଖୋଲି ଖାଦ୍ୟ ବିକ୍ରି କରୁଛନ୍ତି ।

ଚିକେନ୍ ଝୋଳ , ମାଛ ଝୋଳ ଠାରୁ ଆରମ୍ଭ କରି ରୋଟି ପର୍ଯ୍ୟନ୍ତ ସବୁକିଛି ବର୍ତ୍ତମାନ କାର-ଖାନାରେ ମିଳୁଛି । ଯାହା ହେଉ ବର୍ତ୍ତମାନ ପୁଣିଥରେ କାର-ଖାନା ଫେରିଛି ବୋଲି ଭାବି ସମସ୍ତେ ଖୁସି ଅଛନ୍ତି ଏବଂ ଲୋକେ ପୁଣିଥରେ ସେଠାରେ ଖାଇବା ଆରମ୍ଭ କରିଛନ୍ତି ।

ଏହି ଦୁଇ ଜାଆ ରଶ୍ମିତା ଦାସ ଏବଂ ନେହା ପାଣିଗ୍ରାହୀଙ୍କ କାର-ଖାନାକୁ ସମସ୍ତେ ଯାଉଛନ୍ତି । ଯେଉଁଠି ଦିନ ରାତି ସବୁବେଳେ ୭୦ ଟଙ୍କାରେ ପେଟ ପୁରା ଖାଇବା ମିଳିବ । ଜାଗା ହୁଏତ ବଦଳି ଯାଇଛି । ସେତେବେଳେ ରାସ୍ତା କଡ଼ରେ ଭ୍ୟାନରେ ମିଳୁଥିଲା । କିନ୍ତୁ ବର୍ତ୍ତମାନ ମାଷ୍ଟର କ୍ୟାଣ୍ଟିନ ଭେଣ୍ଡିଙ୍ଗ ଜୋନରେ ଏହି ଖାଦ୍ୟ ମିଳୁଛି । ଭ୍ୟାନରେ ଆସୁଛି ଏବଂ ତାପରେ ତାହାକୁ ଭେଣ୍ଡିଙ୍ଗ ଜୋନ ରଖା ଯାଇ ବିକ୍ରି ହେଉଛି । ଯେଉଁମାନେ ସେହି କାର-ଖାନା ବିଷୟରେ ଜାଣିଥିଲେ କିମ୍ବା ଶୁଣିଥିଲେ ସେମାନେ ମଧ୍ୟ ଯାଇ ଦୁଇ ଜାଆଙ୍କ ହାତ ରନ୍ଧା ଖାଇବା ଖାଇଛନ୍ତି ।

Leave a Reply

Your email address will not be published. Required fields are marked *