ଆସୁଛି ନୂଆ ନିୟମ ଏଥର ମହିଳାମାନେ ଚିପା ଆଉ ଟାଇଟ୍ ପୋଷାକ ପିନ୍ଧି ପାରିବେନି…

ମହିଳା ଏବେ ପିନ୍ଧି ପାରିବେନି ଚିପା ପୋଷାକ । ଲାଗୁ ହେବ ନୂଆ ଡ୍ରେସ କୋଡ ନିୟମ । ଟାଇଟ୍ କପଡ଼ା ପିନ୍ଧିବା ଉପରେ ଲାଗିବ କଟକଣା । ଆଉ ନିୟମ ନ ମାନିଲେ ଜେଲ୍ ସହ ଗଣିବେ ଜୋରିମାନା । ହଁ ଦର୍ଶକବନ୍ଧୁ ମହିଳା ମାନଙ୍କ ପୋଷାକକୁ ନେଇ ଅନେକ ସମୟରେ ବିଭିନ୍ନ ବିବାଦ ଦେଖା ଦେଇଛି । ଆଜିର ସମୟରେ ଯୁବପିଢୀ ଆଧୁନିକ ଜୀବନ ଶୈଳୀକୁ ଆପଣେଇ ନେଇଥିବା ବେଳେ ପୋଷାକ ପରିଚ୍ଛଦ ଉପରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ।

ନିଜକୁ ଆକର୍ଷଣୀୟ କରିବା ପାଇଁ କିଏ କେତେ ପ୍ରକାରର ପୋଷାକ ପିନ୍ଧିଥାନ୍ତି । ବିଶେଷ କରି ମହିଳା ମାନେ ସୌନ୍ଦର୍ଯ୍ୟ ମାମଲାରେ କେବେ ହେଲେ ସାଲିସ କରିବାକୁ ପସନ୍ଦ କରନ୍ତିନି । ସୁନ୍ଦର ଦେଖାଯିବା ପାଇଁ ନିଜ ପସନ୍ଦ ହିସାବରେ ସେମାନେ ବସ୍ତ୍ର ପରିଧାନ କରିଥାନ୍ତି । ତଥାପି ମହିଳାଙ୍କ ପୋଷାକକୁ ନେଇ ଅନେକ ସମୟରେ ଟିପ୍ପା ଟିପ୍ପଣୀ ଦେଖିବାକୁ ମିଳିଥାଏ ।

ଏବଂ ଅନେକ ସମୟରେ ମଧ୍ୟ ଏହାକୁ ନେଇ ଅନେକ ବିବାଦର ସୂତ୍ରପାତ ମଧ୍ୟ ହୁଏ । ତେବେ ଏହାରି ଭିତରେ ମହିଳାଙ୍କ ପୋଷାକକୁ ନେଇ କିଛି କଠୋର ନିୟମ ଆସିଛି । ଆଉ ଏହି ନୂଆ ନିୟମ ଅନୁସାରେ ଏଣିକି ଯୁବତୀ ଓ ମହିଳା ମାନେ ନିଜ ମନଇଚ୍ଛା ଚିପା ପୋଷାକ ପିନ୍ଧି ପାରିବେ ନାହିଁ ।

ନିଜ ପସନ୍ଦର ପୋଷାକ ପିନ୍ଧିବା ଆଳରେ ସେମାନେ ଯେ କୌଣସି ପ୍ରକାରର କପଡ଼ା ପିନ୍ଧି ପାରିବେ ନାହିଁ । ରାସ୍ତା ଘାଟରେ ଆଉ ତରୁଣୀ ମାନଙ୍କୁ ଚିପା ପୋଷାକରେ ଦେଖିବାକୁ ମିଳିବ ନାହିଁ । ଏଭଳି ପୋଷାକ ଗୁଡ଼ିକ ଉପରେ ଏବେ କଟକଣା ଲାଗିଯିବ । ଜିନ୍ସ ଟପ୍ ହେଉ ବା ସାଲ୍ଵାର ଲେଗିଙ୍ଗସ୍ ଆଧୁନିକତା ନାଆଁରେ ମହିଳା ମାନେ ଆଉ ଟାଇଟ୍ ଆଉଟଫିଟ୍ ରେ ସାମ୍ନାକୁ ଆସିବେ ନାହିଁ । ଆଉ ଏହି ନିୟମ ମାନିବା ପାଇଁ ସମସ୍ତେ ବାଧ୍ୟ ।

ଆଉ ଯଦି କେହି ନିୟମ ଉଲଂଘନ କରନ୍ତି ତାହେଲେ ଜେଲ୍ ସହିତ ଆର୍ଥିକ ଦଣ୍ଡ ମଧ୍ୟ ମିଳିବ । ହଁ ଆଜ୍ଞା ମହିଳାଙ୍କ ହିଜାବ ପରିଧାନକୁ ନେଇ ଅନେକ ଦିନ ଧରି ବିରୋଧ ପ୍ରଦର୍ଶନ ଜାରି ରହିଥିଲେ ମଧ୍ୟ ଏହାରି ଭିତରେ ଇରାନ୍ ରେ ହିଜାବ୍ ନିୟମକୁ ଆହୁରି କଠୋର କରାଯାଇଛି ।

ଏ ନେଇ ସଂସଦରେ ମୌଲବୀ ମାନଙ୍କ ଦ୍ଵାରା ଏକ ବିଲ୍ ପାରିତ ହୋଇଛି । ଏହି ବିଲ୍ ଆଇନରେ ପରିଣତ ହେବା ପରେ ଦେଶରେ ଆଉ କୌଣସି ମହିଳା ଟାଇଟ୍ କପଡ଼ା ପିନ୍ଧି ପାରିବେ ନାହିଁ । ପୁରୁଷ ଓ ମହିଳା ଉଭୟଙ୍କ ପାଇଁ ନୂଆ ଡ୍ରେସ୍ କୋର୍ଡ ନିୟମ ଲାଗୁହେବ । ମହିଳା ଓ ପୁରୁଷ ସମସ୍ତେ ସ୍ବତନ୍ତ୍ର ୟୁନିଫର୍ମ ପିନ୍ଧିବେ ।

Leave a Reply

Your email address will not be published. Required fields are marked *