ବିବାହକୁ ୧୫ ଦିନ ନପୁରୁଣୁ ମଥାରୁ ସିନ୍ଦୁର ପୋଛିଲା ସ୍ତ୍ରୀ । ବାହାଘର ପ୍ରୋସେସନ ନେଇଗଲା ଜୀବନ ।

ବିବାହ ପରେ ଜଣେ ନୂଆବଧୂ ପାଇଁ ତାର ଶାଶୁ ଘର ସମ୍ପୂର୍ଣ୍ଣ ନୂଆ ଥାଏ ଏବଂ ସେତେବେଳେ ତାର ସ୍ୱାମୀ ହିଁ ତାର ସବୁଠାରୁ ନିଜର ହୋଇଥାଏ । କିନ୍ତୁ ଯଦି ବିବାହାର ମାତ୍ର କେଇଟା ଦିନ ପରେ ସ୍ୱାମୀ ନିଜ ସ୍ତ୍ରୀର ହାତ ସବୁଦିନ ପାଇଁ ଛାଡ଼ି ଦିଏ ତେବେ ତାଠାରୁ ଆଉ ଦୁଃଖ ଦାୟକ ଘଟଣା କଣ ହୋଇପାରେ । ଆଜ୍ଞା ହଁ ! ଜଣେ ନବ ବିବାହିତା ମହିଳା ବିବାହର ମାତ୍ର ୧୫ ଦିନ ନପୁରୁଣୁ ନିଜର ସିନ୍ଦୁର ପୋଛିଛନ୍ତି ।

ଆଉ ଏଭଳି ଘଟଣା ଚନ୍ଦ୍ରଗିରିରେ ଘଟି ଯାଇଛି । ଚନ୍ଦ୍ରଗିରି ଗ୍ରାମରେ ଏକ ବାହାଘର ପ୍ରୋସେସନ ଚାଲିଥିଲା । ଡିଜେ ବାଜୁଥିଲା ଏବଂ ସମସ୍ତେ ନାଚ ଗୀତରେ ମସଗୁଲ ହୋଇ ଯାଇଥିଲେ । ଠିକ ସେହି ସମୟରେ ଏକ ହତ୍ୟାକାଣ୍ଡ ଘଟି ଯାଇଥିଲା । କେହି କିଛି ବୁଝିବା ଆଗରୁ ହଠାତ ପ୍ରଶାନ୍ତ ପ୍ରଧାନଙ୍କ ଉପରକୁ ଛୁରା ମାଡ଼ ହୋଇଥିଲା ।

ଘଟଣାସ୍ଥଳରୁ ଛୁରାମାଡ଼ କରିଥିବା ଯୁବକ ଫେରାର ହୋଇ ଯାଇଥିବା ବେଳେ ପ୍ରଶାନ୍ତ ସେହିଠାରେ ହିଁ ଟଳି ପଡ଼ିଥିଲେ । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଗୁରୁତର ଅବସ୍ଥାରେ ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ସେତେବେଳକୁ ତାଙ୍କର ଜୀବନ ଚାଲି ଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଦେଲେ ।

ସବୁଠାରୁ ବଡ଼ ଦୁଃଖର କଥା ଏହା ଯେ ଏହି ନବ ବିବାହିତ ଯୁବକ ପ୍ରଶାନ୍ତ ଗତ ଫେବୃଆରୀ ୨୯ ତାରିଖରେ ବିବାହ କରିଥିଲେ । ତାଙ୍କ ସ୍ତ୍ରୀ ତୋରାଣି ଖାଇବା ପାଇଁ ବାପ ଘରକୁ ଯାଇଥିଲେ । ପ୍ରଶାନ୍ତ ନିଜ ସ୍ତ୍ରୀକୁ ଶ୍ୱଶୁର ଘରେ ଛାଡ଼ି ଚନ୍ଦ୍ରଗିରି ଚାଲି ଆସିଥିଲେ । ସେହି ଦିନ ସ୍ୱାମୀ ସ୍ତ୍ରୀଙ୍କ ପାଇଁ ଶେଷ ଦେଖା ଥିଲା । ସ୍ୱାମୀର ମୃତ୍ୟୁ ଖବର ପାଇବା ପରେ ସ୍ତ୍ରୀ ରାସ୍ତା ଉପରେ ବସିଛି ।

ପୁରା ପରିବାର ଏବଂ ଗ୍ରାମବାସୀ ଆଜି ରାସ୍ତା ଅବରୋଧ କରିଛନ୍ତି । ଯେ ପର୍ଯ୍ୟନ୍ତ ହତ୍ୟାକାରୀକୁ ଦଣ୍ଡ ନମିଳିଛି ସେତେ ପର୍ଯ୍ୟନ୍ତ ରାସ୍ତାରୁ ଶବ ହଟାଇବେ ନାହିଁ ବୋଲି ଦାବି କରିଛନ୍ତି । ସେପଟେ ଘଟଣାସ୍ଥଳରୁ ଫେରାର ହୋଇଥିବା ଶ୍ରୀହରି ପ୍ରଧାନ ନାମକ ଜଣେ ଯୁବକକୁ ପୋଲିସ ଧରିଛି ଏବଂ ଲୋକେ ହତ୍ୟାକାରୀ ଘରେ ନିଆଁ ଲଗାଇ ଦେଇଛନ୍ତି । ଖବର ପାଇବା ପରେ ମୋହନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *