କୁଆଡେ ଗଲେ ପାଣ୍ଡିଆନ? କାହିଁକି ତାଙ୍କର ଦର୍ଶନ ମିଳୁନାହିଁ। ଏମିତିକି ନବୀନ ନିବାସରେ ମଧ୍ୟ ନଥିଲେ ଭି.କେ ପାଣ୍ଡିଆନ। ଯାହାକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ନବୀନ ନିବାସରେ ଚାଲିଥିବା ବିଧାୟକ ମାନଙ୍କର ବୈଠକରେ ମଧ୍ୟ ନଥିଲେ ଭି.କେ ପାଣ୍ଡିଆନ। ବୈଠକ ସରିବା ପରେ କିଛି ଏମିତି ସୂଚନା ପ୍ରଦାନ କରିଛନ୍ତି ବିଧାୟକ ଗଣେଶ ବେହେରା ଏବଂ ଅରୁଣ ସାହୁ। ଆଉ ବର୍ତ୍ତମାନ ଏଇ ଖବରକୁ ନେଇ ଆରମ୍ଭ ହୋଇଗଲାଣି ବିଭିନ୍ନ ପ୍ରକାରର ଚର୍ଚ୍ଚା। ସେପଟେ ତାମିଲନାଡୁ ପଳାଇଥିବା ମଧ୍ୟ ଲୋକେ କହୁଛନ୍ତି।
ଭି.କେ ପାଣ୍ଡିଆନକୁ ନେଇ ବିଭିନ୍ନ ପ୍ରକାରର କଥା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଖାଲି ଏତିକି ନୁହେଁ ବିଜେଡି ହାରିବା ପଛରେ ମୁଖ୍ୟ କାରଣ କେବଳ ପାଣ୍ଡିଆନ ବୋଲି ଲୋକେ କୁହାକୁହି ହେଉଛନ୍ତି। ନିର୍ବାଚନ ଫଳ ଆସିବା ପରେ କିନ୍ତୁ ତାଙ୍କର ଦେଖାଦର୍ଶନ ନାହିଁ। ୨ ଦିନ ହୋଇଗଲାଣି ଲୋକେ ତାଙ୍କର ପ୍ରତିକ୍ରିୟା ପାଇବାକୁ ଅନାଇ ବସିଛନ୍ତି। ଏମିତିକି ସେ ସୋସିଆଲ ମିଡିଆରେ ମଧ୍ୟ ନାହାଁନ୍ତି ଆକ୍ଟିଭ। ଏବେ ଜନତାଙ୍କ ମନରେ ଗୋଟିଏ ପ୍ରଶ୍ନ କି ତାହେଲେ ପାଣ୍ଡିଆନ ଗଲେ ତ ଗଲେ କୁଆଡେ।
ତେବେ ଆପଣ ଜାଣିଥିବେ କି ନବୀନ ନଜିତିଲେ ରାଜନୀତିରୁ ସନ୍ୟାସ ନେବେ ବୋଲି କହୁଥିବା ପାଣ୍ଡିଆନ କ’ଣ ସତରେ ଓଡିଶା ଛାଡି ପଳାଇଲେ ନାଁ ହାରିବା ଦୁଃଖରେ ସାମ୍ନାକୁ ଆସି ମୁହଁ ଦେଖାଇବାକୁ ସେ ଚାହୁଁ ନାହାଁନ୍ତି। କାରଣ ହାରିବା ଠାରୁ ସାରା ଓଡିଶା ତାଙ୍କ ଠାରୁ ପ୍ରତିକ୍ରିୟା ପାଇବା ପାଇଁ ଅନାଇ ବସିଛି। ନିର୍ବାଚନ ଫଳକୁ ନେଇ ସେ କ’ଣ କହିବେ ତାକୁ ନେଇ ମଧ୍ୟ ଅପେକ୍ଷା କରି ରହିଛନ୍ତି ଓଡ଼ିଶାବାସୀ। ହେଲେ ତାଙ୍କର କିନ୍ତୁ ଦେଖାଦର୍ଶନ ନାହିଁ।
ବିଧାୟକ ମାନଙ୍କର ବସିଥିବା ବୈଠକରେ ମଧ୍ୟ ସେ ଉପସ୍ଥିତ ରହିନଥିଲେ। ଯାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏତିକି କମ ନୁହେଁ ପାଣ୍ଡିଆନଙ୍କର ବାସଭବନ ମଧ୍ୟ ପୁରା ଖାଁ ଖାଁ। ଗେଟରେ ଝୁଲୁଛି ତାଲା। ଘର ପୁରା ଖାଁ ଖାଁ ଦେଖାଯାଉଛି। ପାଣ୍ଡିଆନଙ୍କର କେଉଁଠି ବି ଦେଖାଦର୍ଶନ ମିଳୁନାହିଁ।ପୁରା ଓଡିଶା ଏବେ ଖୋଜୁଛି ପାଣ୍ଡିଆନକୁ। ଯେଉଁ ପାଣ୍ଡିଆନ ନିର୍ବାଚନ ପୂର୍ବରୁ ଜନସାଧାରଣଙ୍କର ଆଖି ଆଗରୁ ଯାଉନଥିଲେ ସେଇ ପାଣ୍ଡିଆନ ଏବେ ଓଡ଼ିଶାର ଜନସାଧାରଣଙ୍କ ଆଖି ଆଗରୁ ଦୂରେଇ ରହିଛନ୍ତି। ହାରିବା ପଛରେ ମୁଖ୍ୟମନ୍ତ୍ରୀ ତ ମୁହଁ ଖୋଲିଲେ କିନ୍ତୁ ପାଣ୍ଡିଆନଙ୍କର ଦେଖାନାହିଁ।