“ଇଭିଏମ୍ ଭାଙ୍ଗିବା ପରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିଜ ଗାଡ଼ିରେ ଲୁଚାଇ ନେଇ ପଳାଇଲେ ଅପରାଜିତା” ।

ବିଜେପି ଉପରେ ବିଜେଡ଼ିର ଶାଣିତ ଆକ୍ରମଣ । ବିଜେପିକୁ ଜମି ମାଫିଆ ଓ ଗୁଣ୍ଡାଙ୍କ ଦଳ କହିଲେ ମୁଖପାତ୍ର ସସ୍ମିତ ପାତ୍ର । ଆଜ୍ଞା ହଁ ବୁଥ୍ ଭିତରେ ଇଭିଏମ୍ ମେସିନ ଭଙ୍ଗାରୁଜା ସହ ପୋଲିଂ ଅଧିକାରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଧାନସଭାର ବିଜେପି ପ୍ରାର୍ଥୀ ବାହୁବଳୀ ନେତା ପ୍ରଶାନ୍ତ ଜଗଦ୍ଦେବଙ୍କ ଘଟଣା ସାମ୍ନାକୁ ଆସିବା ପରେ ବିଜେପିକୁ ଟାର୍ଗେଟ୍ କରିଛି ବିଜେଡ଼ି । ତେବେ ନିକଟରେ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେଡ଼ିର ବରିଷ୍ଠ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ ଅପରାଧିକ କାର୍ଯ୍ୟକଳାପ ପାଇଁ ବିଜେଡିରୁ ବହିଷ୍କୃତ ହୋଇଥିବା ଏମିତି ଜଣେ ଗୁଣ୍ଡା ହେଉଛନ୍ତି ପ୍ରଶାନ୍ତ ଜଗଦ୍ଦେବ ।

ଆଉ ଭାରତୀୟ ଜନତା ପାର୍ଟି ଗୁଣ୍ଡାଦଳ । ଅପରାଧୀଙ୍କୁ ପ୍ରାର୍ଥୀ କରି ଓଡ଼ିଶାକୁ ଅଶାନ୍ତ କରୁଛି ବିଜେପି । ବୋଲଗଡ଼-ବେଗୁନିଆରେ ବୁଥରେ ଭଙ୍ଗାରୁଜା କରି ପ୍ରମାଣିତ କରିଛନ୍ତି ବିଜେପିର ଗୁଣ୍ଡା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ । ପ୍ରଶାନ୍ତ ଜଗଦ୍ଦେବ ଗଣ୍ଡଗୋଳ କରିବେ ବୋଲି ପୂର୍ବରୁ ଚେତାବନୀ ଦେଇଥିଲେ । ଏନେଇ ବାରମ୍ବାର ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରିଥିଲା ବିଜେଡି । ହେଲେ ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ୍ । ବିଜେପି ଚାହୁଁଛି ଓଡ଼ିଶାରେ ହିଂସାରାଜ୍ ଚାଲୁ । ଏହା ହେଉଛି ବିଜେପିର ଅସଲ ଚେହେରା

ଏହା ଏମିତି ଏକ ଦଳ ଯିଏ ଗୁଣ୍ଡା, ଜମି ଦଖଲକାରୀ, ଠକ ଏବଂ କଳାଧନ କାରବାରୀଙ୍କୁ ଖୋଲା ହୃଦୟରେ କୋଳେଇ ନେବା ସହିତ ଦଳୀୟ ଟିକେଟ ଦେଇଥାଏ ବୋଲି ଡ. ପାତ୍ର କହିଛନ୍ତି । ଏହା ସହିତ କେମିତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କୁ ପୋଲିସଠାରୁ ବଂଚାଇବାକୁ ଉଦ୍ୟମ କରିଥିଲେ, ସେ ବାବଦରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।ତେଣୁ ତୁରନ୍ତ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ବିଜେଡି । ଏହାସହ ଅପରାଜିତାଙ୍କ ବିରୋଧରେ ମଧ୍ଯ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି ।

ବନ୍ଧୁଗଣ ସୂଚନାଯୋଗ୍ୟ ଯେ ନିକଟରେ ଗୁଣ୍ଡାଗିରିର ସବୁ ସୀମା ଟପିଗଲେ ପ୍ରଶାନ୍ତ ଜଗଦ୍ଦେବ । ବୋଲଗଡରେ ଇଭିଏମ ଭାଙ୍ଗିଲେ ପ୍ରଶାନ୍ତ ଜଗଦ୍ଦେବ । ବୋଲଗଡ଼-ବେଗୁନିଆ ନିର୍ବାଚନ ମଣ୍ଡଳିର ରାଜସୁନାଖଳା ନିକଟ କାଉଁରିଆ ପାଟଣାର ୧୧୪ ନମ୍ବର ବୁଥରେ ପଶି ଭଙ୍ଗାରୁଜା କରିଛନ୍ତି ପ୍ରଶାନ୍ତ । ଭୋଟିଂ ସମୟରେ ଇଭିଏମ୍ ଭାଙ୍ଗି ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡିରେ ଫେରାର ହେଉଥିବା ବେଳେ ପ୍ରଶାନ୍ତଙ୍କୁ ଗୋଡାଇ ଗୋଡ଼ାଇ ଧରିଛି ପୋଲିସ ।

Leave a Reply

Your email address will not be published. Required fields are marked *