ଆସିଲା ହାଇ ଆଲର୍ଟ ପ୍ରବଳ ବେଗରେ ମାଡି ଆସୁଛି ଲଘୁଚାପ। ୨୩ ତାରିଖ ଦିନ ସକାଳୁ ଅଶାନ୍ତ ହୋଇ ଉଠିବ ସମୁଦ୍ର। ୭୦ କି.ମି ବେଗରେ ପବନ ବହିବ। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ମନା କରାଯାଇଛି। ପ୍ରବଳ ବର୍ଷାରେ ବୁଡିଯିବ ଏହିସବୁ ଜିଲ୍ଲା। ଆସନ୍ତା ୨୪ ଘଣ୍ଟାରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଗୁଚାପ। ଯାହାକୁ ନେଇ ଆଗୁଆ ହାଇ ଆଲର୍ଟ କଲାଣି ପାଣିପାଗ ବିଭାଗ।
ପ୍ରବଳ ବେଗରେ ମାଡି ଆସୁଛି ଲଘୁଚାପ। ୨୪ ରୁ ୨୫ ତାରିଖ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। କୁଆଡେ ବି ଯିବା ପାଇଁ ବାହାରିଥିଲେ ହୋଇଯାନ୍ତୁ ସାବଧାନ। ହଁ ଆଜ୍ଞା ବର୍ତ୍ତମାନ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିଥିବା ବେଳେ ସେପଟେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ଆସନ୍ତା କାଲି ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ୨୪ ତାରିଖ ଶେଷ ସୁଧା ନେବ ଅବପାତର ରୂପ। ଯାହାର ପ୍ରଭାବ ଏବେଠାରୁ ଦେଖିବାକୁ ମିଳିଲାଣି। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ଘେରି ରହିଛି ବାଦଲ। ଘୁର୍ଣ୍ଣିବଳୟ ସୃଷ୍ଟି ପାଇଁ ବାତାବରଣ ଅନୁକୂଳ ରହିଛି।
ତେବେ ୨୩ ତାରିଖ ଦିନ ସକାଳୁ ଅଶାନ୍ତ ହୋଇ ଉଠିବ ସମୁଦ୍ର। ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ୨୩ ତାରିଖ ପୂର୍ବରୁ ସମୁଦ୍ରରୁ ଫେରି ଆସିବା ପାଇଁ ମତ୍ସ୍ୟଜୀବୀ ମାନଙ୍କୁ ପରାମର୍ଶ ଦିଆଯାଇଛି। ମେ ମାସରେ ସମ୍ଭାବ୍ୟ ବାତ୍ୟା ନେଇ ଉପକୂଳ ବାସୀଙ୍କ ମନରେ ଛନକା ସୃଷ୍ଟି ହୋଇଥିବା ବେଳେ ଲଘୁଚାପ ଓ ଅବପାତ ଯୋଗୁ ପବନ ନେଇ ସତର୍କ କରିଛି ପାଣିପାଗ ବିଭାଗ।ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ବର୍ଷିବ। ୨୩ ଓ ୨୪ ତାରିଖରେ ଉତ୍ତର ଓଡ଼ିଶାରେ ବର୍ଷାର ଆଶଙ୍କା ରହିଛି। କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଚେତାବନୀ ଦିଆଯାଇଛି।
ତେବେ କଟକ ଜଗତସିଂହପୁର କେନ୍ଦ୍ରାପଡା ବାଲେଶ୍ଵର ମୟୁରଭଞ୍ଜରେ ପ୍ରବଳ ବର୍ଷା ହେବ। ସେହିଭଳି ୨୫ ତାରିଖ ବେଳକୁ ବାଲେଶ୍ଵର ଭଦ୍ରକ କେନ୍ଦ୍ରାପଡା କଟକ ଯାଜପୁର କେନ୍ଦୁଝର ମୟୁରଭଞ୍ଜ ବର୍ଷା ହେବା ନେଇ ଆଶଙ୍କା କରାଯାଇଥିବା ବେଳେ କେବଳ ବର୍ଷା ନୁହେଁ ପବନର ଝଟକା ନେଇ ମଧ୍ୟ ଆକଳନ କରିଛି ପାଣିପାଗ ବିଭାଗ। ଖାଲି ସେତିକି ନୁହେଁ ୭୦ ମି.ମି ରୁ ପ୍ରାୟ ୨୦୦ ମି.ମି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି।
ତେବେ ୨୩ ତାରିଖ ସକାଳୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ପବନର ବେଗ ରହିପାରେ ୪୦ ରୁ ୫୦ କି.ମି। ଆଉ ମଝିରେ ମଝିରେ ଦେଇପାରେ ୬୦ କି.ମି ବେଗରେ ଝଟକା। ସେହିପରି ୨୪ ତାରିଖରୁ ଉତ୍ତର ବଙ୍ଗପସାଗରରେ ପବନର ବେଗ ବୃହତ୍ତ ହେବ। ଘଣ୍ଟା ପ୍ରତି ୫୦କି. ୬୦କି,ମି ବେଗରେ ପବନ ବହିବାର ଆଶଙ୍କା କରାଯାଇଥିବା ବେଳେ ମଝିରେ ମଝିରେ ଦେଇପାରେ।