ସତର୍କ ରୁହନ୍ତୁ, ଡହ ଡ଼ହ ଖରା ଭିତରେ ଦାନା ବାନ୍ଧୁଛି ଲଘୁଚାପ। ଗର୍ଜୁଛି ସମୁଦ୍ର ଆସୁଛି ବାତ୍ୟା।

ଗର୍ଜୁଛି ସମୁଦ୍ର ଆସୁଛି ବାତ୍ୟା। ପ୍ରବଳ ତାତି ଭିତରେ ଦାନା ବାନ୍ଧୁଛି ଲଘୁଚାପ। ତୃତୀୟ ପର୍ଯ୍ୟୟ ଭୋଟ ବେଳେ ନାକେଦାମ କରିଦେବ ବର୍ଷା। କମ ପବନ ହେବ ବାଦଲଫଟା ବର୍ଷା କାଚିବ। ଘୁର୍ଣ୍ଣିବଳୟକୁ ଶକ୍ତିଶାଳୀ କରିବା ପାଇଁ ପାଗ ରହିଛି ଅନୁକୂଳ।ଗୋଟେ ପଟେ ଗ୍ରୀଷ୍ମ ତାତିରେ ସନ୍ତୁଳି ହେଉଛି ଆଭ୍ୟନ୍ତରୀଣ ଓଡିଶା। ଅସ୍ତବ୍ୟସ୍ତ କରି ପକାଉଛି ଗରମ ଗୁଳୁଗୁଳି। ରାତି ବେଳା ତ ଏତେ ଗରମ ହେଉଛି ଯେ ଘର ଭିତରୁ ଯେମିତି ନିଆଁ ବାହାରୁଥିବା ବେଳେ ଦିନ ବେଳା କଥା ନକହିବା ଭଲ। ସକାଳୁ ୬ ଟା ବେଳୁ ଏମିତି ଖରା ମାଡି ଆସୁଛି ଯାହାକୁ ଦେଖିଲେ ଦ୍ୱୀପହର ଭଳି ଲାଗୁଛି। ତେବେ ଆଜି ଠାରୁ ଆହୁରି ବଢିବ ତାତି ଯାହାକୁ ନେଇ ପୂର୍ବାନୁମାନ କରାଯାଉଥିବା ବେଳେ କିଛି କିଛି ସ୍ଥାନରେ ୪୩ ଡିଗ୍ରୀ ପାରି କରିପାରେ ତାପମାତ୍ରା।

ତେବେ ଏଇ ଡ଼ହ ଡ଼ହ ଖରାରେ ଦାନା ବାନ୍ଧୁଛି ଲଘୁଚାପ। ସମୁଦ୍ର ଧୀରେ ଧୀରେ ଅଶାନ୍ତ ହେଉଛି। ଆଉ ମାଡି ଆସୁଛି ଭୟଙ୍କର ବାତ୍ୟା। ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟକୁ ଶକ୍ତିଶାଳୀ କରିବା ପାଇଁ ପାଗ ରହିଛି ଅନୁକୂଳ। ଯାହାକି ଓଡିଶା ଉପରେ ପ୍ରଭାବ ପକେଇବା ନେଇ ଅନେକ ସମ୍ଭାବନା ରହିଛି।

ତେବେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ଏହା ଅବପାତର ରୂପ ନେଇପାରେ। ବର୍ତ୍ତମାନ ସୁଦ୍ଧା ଏମିତି କିଛି ଆକଳନରେ ଅଟକିଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ବିଭିନ୍ନ ଆନ୍ତର୍ଜାତୀୟ ପାଣିପାଗ ବିଭାଗ ଏବେ ଠାରୁ ପୂର୍ବାନୁମାନ ଦେଖାଇଲେଣି। ବାତ୍ୟା ହୋଇପାରେ। ଏମିତିକି ଓଡିଶା ଉପକୂଳ ଆଡ଼କୁ ମୁହାଁଇବା ନେଇ ଜିଏଫେସ ଏବଂ ଇସିଫ ଡ଼ବ୍ଲ୍ୟୁ ମୋଡେନ ଟ୍ରାଗ ପୂର୍ବାନୁମାନ କରିଛନ୍ତି।ସମ୍ଭବତଃ ଆସନ୍ତା ୨୫ କିମ୍ବା ୨୬ ତାରିଖ ବେଳକୁ ଏହା ଅତି ଛୋଟ ବାତ୍ୟା କିମ୍ବା ଗଭୀର ଅବପାତ ଅବସ୍ଥାରେ ସ୍ଥଳ ଭାଗ ଛୁଇଁପାରେ। ଏଥିରେ ପବନ କମ ଅଧିକ ରୁ ଅଧିକ ବର୍ଷା ହୋଇପାରେ।

ଯଦି ଏହି ଆକଳନ ସତ ହୁଏ ତେବେ ଓଡ଼ିଶାରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଭୋଟ ଦିନ ବଡ଼ ଧରଣର ବର୍ଷା ହୋଇପାରେ। ଏହି ପର୍ଯ୍ୟାୟରେ ଉପକୂଳବର୍ତ୍ତୀ କଟକ ଭୁବନେଶ୍ୱର ପୁରୀ ସହ ସମ୍ବଲପୁର କେନ୍ଦୁଝର ଓ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ଭୋଟ ହେବ। ବର୍ଷା ପାଗ ଭୋଟକୁ କେତେ ବିଗାଡିବ କି ସୁଆଇବ ତାହା ସ୍ଥିତି ସ୍ପଷ୍ଟ ହେବା ପରେ ଜଣା ପଡିବ।

ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ ବର୍ତ୍ତମାନ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ପାଇଁ ପାଗ ଅନୁକୂଳ ରହିଛି। ସମୁଦ୍ରର ଜଳ ପତନ ତାପମାତ୍ରା ୩୪ ରୁ ୩୫ ଡିଗ୍ରୀ ସେଲସିୟସ ରହୁଛି। ସାଧାରଣତଃ ସମୁଦ୍ର ଜଳ ପତନ ତାପମାତ୍ରା ୨୬.୫ ପ୍ରତିଶତ ତାପମାତ୍ରା ଥିଲେ ବି ବାତ୍ୟା ଦାନା ବାନ୍ଧିବାକୁ ଅନୁକୂଳ ପରିବେଶ ସୃଷ୍ଟି ହୋଇଥାଏ। ଖାଲି ଏତିକି ନୁହେଁ ଅନ୍ୟ ସମସ୍ତ ଉପାଦାନ ବି ବାତ୍ୟାକୁ ନେଇ ସୁଆଉଛି।

ତେବେ ପାଣିପାଗ ବିଭାଗ ସୂଚନା ଅନୁସାରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୨୨ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆରମ୍ଭରୁ ଏହା ଉତ୍ତର-ପୂର୍ବ ଦିଗକୁ ଗତି କରିବ। ପରବର୍ତ୍ତୀ ୪୮ ଘଣ୍ଟା ଭିତରେ ଅର୍ଥାତ ମେ ୨୪ ତାରିଖ ବେଳକୁ ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେଇପାରେ।

Leave a Reply

Your email address will not be published. Required fields are marked *