କେଉଁଠି ଅଛନ୍ତି ଅନୁଭବ ମହାନ୍ତି? ଜଲଦି ଗିରଫ ପାଇଁ ପୁରିଘାଟ ଥାନାଧିକାରୀଙ୍କୁ କୋର୍ଟଙ୍କ ନିର୍ଦେଶ।

ପୁରିଘାଟ ଥାନା ଅଧିକାରୀଙ୍କୁ କଡା ନିର୍ଦେଶ। ଶୁଣାଣି ପୂର୍ବରୁ ଗିରଫ କର। ଅନୁଭବଙ୍କ ନାଁରେ ଜାରି ହୋଇଛି ଜାମିନବୀହିନ ଗିରଫ ପରୱାନା। ହାଜତରେ ରହିବେ ଅନୁଭବ ମହାନ୍ତି। କୋର୍ଟ ନିର୍ଦେଶ ଦେଇଛନ୍ତି ଜଲଦି ଅନୁଭବ ମହାନ୍ତିଙ୍କୁ ଗିରଫ କରିବା ପାଇଁ। ଆଉ ପ୍ରଚାର କରିପାରିବେ ନାହିଁ ଅନୁଭବ। ଏବେ ଥାନାରେ ଯାଇ ରହିବେ। ଶୁଣାଣି ପୂର୍ବରୁ ଅନୁଭବ ମହାନ୍ତିଙ୍କୁ ଗିରଫ କରିବା ପାଇଁ ପୁରିଘାଟ ଥାନା ଅଧିକାରୀଙ୍କୁ ରହିଛି କଡା ନିର୍ଦେଶ।

ହଁ ଆଜ୍ଞା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଜେଏମଏଫସି ଅଦାଲତ ଜାମିନବିହୀନ ଗିରଫ ପରୱାନା ଜାରି କରିଛନ୍ତି। ଯାହା ପରେ ଅନୁଭବ ମହାନ୍ତିଙ୍କୁ ଜୋରଦାର ଝଟକା ଲାଗିଛି।ଅନୁଭବଙ୍କ ସହ ତାଙ୍କର ଦୁଇ ସହଯୋଗୀ ଖଗେଶ୍ୱର ଏବଂ ସୁଜିତ ମଧ୍ୟ ଗିରଫ ହେବେ ଜେଲ ଯିବେ। ଅନୁଭବ କହୁଥିଲେ ବର୍ଷାଙ୍କର ସବୁ ଅଭିଯୋଗ ମିଛ ମୋ ବିରୋଧରେ ଯାହା କହୁଛନ୍ତି ସବୁ ମିଛ। ଅଦାଲତ ବର୍ଷାଙ୍କ ଅଭିଯୋଗକୁ ଖାରଜ କରନ୍ତୁ। ହେଲେ ଏବେ ବର୍ଷାଙ୍କ ଅଭିଯୋଗ ସତ ପ୍ରମାଣିତ ହୋଇଗଲା। ଯାହା ପରେ ଅନୁଭବଙ୍କୁ ଗିରଫ ପାଇଁ ହୋଇଛି ନିର୍ଦେଶ।

ଅଭିଯୋଗ ମୁତାବିକ ପୁରିଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ଉପରେ ଅନୁଭବ ମହାନ୍ତି ଏବଂ ତାଙ୍କର ଦୁଇ ସହଯୋଗୀ ଖଗେଶ୍ୱର ଏବଂ ସୁଜିତ ଘରୋଇ ହିଂସା ଏବଂ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଥିଲେ। ପୁରିଘାଟ ଥାନା ଆଇପିସି ଧାରା ୪୯୮ କ ୩୪୧ ୫୦୬ ଓ ୩୪ରେ ଅନୁଭବ ଏବଂ ଅନ୍ୟ ଦୁଇ ଜଣକ ନାଁରେ ମାମଲା ରୁଜୁ ହୋଇଥିଲା। ଯାହା ପରେ ପୋଲିସ ଦାଖଲ କରିଥିଲା ଚାରସିଟ ଯେଉଁଥିରେ ବର୍ଷାଙ୍କ ଉପରେ ହୋଇଥିବା ନିର୍ଯ୍ୟାତନାର ଠୋସ ପ୍ରମାଣ ପାଇଥିଲେ କୋର୍ଟ। ଏହା ପରେ ଅନୁଭବ ମହାନ୍ତିଙ୍କୁ ଅଦାଲତ କହିଥିଲେ ଚାର୍ଜଫେମ ଦାଖଲ କରିବା ପାଇଁ। ୧୦ ତାରିଖ ଦିନ ଚାର୍ଜଫେମ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ଅନୁଭବଙ୍କ ତରଫରୁ କିନ୍ତୁ ଅଧିକ ସମୟ ଲୋଡ଼ା ଯାଇଥିଲା।

ହେଲେ ପୁଣିଥରେ ୧୩ ତାରିଖ ଦିନ ସମୟ ଲଡି ଦାଖଲ ପିଟିସନରେ ଯୁକ୍ତିଯୁକ୍ତ କାରଣକୁ ଦର୍ଶାଇ ନଥିଲେ। ଯାହାକୁ ନେଇ ଅନୁଭବଙ୍କ ପିଟିସନକୁ ଖାରଜ କରାଯାଉ ବୋଲି ସରକାରଙ୍କ ତରଫରୁ ଦର୍ଶା ଯାଇଥିଲା। ଯାହା ପରେ ଅଦାଲତ ଉଭୟ ପକ୍ଷଙ୍କ ଶୁଣିବା ପରେ ଏହି ପିଟିସନକୁ ଖାରଜ କରିବା ସହିତ ଅନୁଭବ ସୁଜିତ ଏବଂ ଖଗେଶ୍ୱରଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଥିଲେ। ପରବର୍ତୀ ଶୁଣାଣି ପୂର୍ବରୁ ଏହି ନିର୍ଦେଶ କାର୍ଯ୍ୟକାରୀ ପାଇଁ ପୁରିଘାଟ ଥାନା ଆଇଆଇସିଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ମେ ୨୩ କୁ ମାମଲାର ପରବର୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ତେବେ ସାଂସଦ ବିଧାୟକଙ୍କ ବିରୋଧରେ ରହିଥିବା ମାମଲା ଶୁଣାଣି ପାଇଁ ଥିବା କଟକ ଜେଏମଏଫସି ଏବଂ ଦୀପଙ୍କର ବଳଙ୍କ ଅଦାଲତରେ ଏହି ମାମଲା ଶୁଣାଣି ଚାଲିଛି। ପୂର୍ବରୁ ଅନୁଭବଙ୍କ ଡିସଚାର୍ଜ ପିଟିସନ ଖାରୋଜ କରିବା ସହିତ ମେ ୧୦ ରେ ଚାର୍ଜଫେମ ପାଇଁ ନିର୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *