କିଏ ଏହି ବାବା…ପ୍ରାର୍ଥୀପତ୍ର ଦାଖଲ ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖେ ପାଖେ କାହିଁକି ଅଛନ୍ତି ଜାଣନ୍ତୁ।

ମୋଦୀଙ୍କ ନାମାଙ୍କନ ବେଳେ ଏ ପଣ୍ଡିତ କିଏ? କାହିଁକି ଏଇ ପଣ୍ଡିତଙ୍କୁ ସାଙ୍ଗରେ ନେଇଥିଲେ ମୋଦି। ପ୍ରାର୍ଥୀପତ୍ର ଦାଖଲ ବେଳେ କାହିଁକି ପାଖରେ ବସାଇଥିଲେ? ପ୍ରଧାନମନ୍ତ୍ରୀଙ୍କ ସହ ଏ ପଣ୍ଡିତଙ୍କ କି ସମ୍ପର୍କ?ଆଜ୍ଞା ହଁ ବନ୍ଧୁଗଣ ୨୦୨୪ ନିର୍ବାଚନର ଶେଷ ପର୍ଯ୍ୟାୟରେ ଜୁନ ୧ ତାରିଖରେ ଉତ୍ତରପ୍ରଦେଶ ବାରଣାସୀରେ ମତଦାନ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରମାଗତ ଭାବେ ତୃତୀୟ ଥର ପାଇଁ ଏଠାରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଏଥିପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ୭ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆଜି ହେଉଛି ଶେଷ ତାରିଖ। ତେଣୁ ଆଜି ବିଧିବଧ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ନାମାଙ୍କନ ଦାଖଲ ପତ୍ର ସମୟରେ ମୋଦୀଙ୍କ ସହ ଗୃହମନ୍ତ୍ରୀ ଅମିତ ସାହ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ୧୨ ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ୧୮ ରୁ ଅଧିକ କ୍ୟାବିନେଟ ମନ୍ତ୍ରୀଙ୍କ ସମେତ ୩୬ ଜଣ ଭିଆଇପି ମଧ୍ୟ ସେହି ସମୟରେ ଉପସ୍ଥିତ ରହିଥିଲେ।

ବାରଣାସୀରେ ନାମାଙ୍କନ ଦାଖଲ ପୂର୍ବରୁ ଗଙ୍ଗାରେ ପୂଜାର୍ଚ୍ଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାରଣାସୀର ଦସାସମେଧ ବଘାଟରେ ବିପୂଜାର୍ଚ୍ଚନା କରିଥିଲେ। ଘାଟରେ ପୂଜା କରିବା ସହ କାଶୀ କତୁଆଲ କାଳଭୈରବଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ ଆଉ ଏହା ପରେ ନାମାଙ୍କନ ପାଇଁ ବାହାରିଥିଲେ।ତେବେ ଏସବୁ ଭିତରେ ଏବେ ଯାହାଙ୍କୁ ନେଇ ଅଧିକ ଚର୍ଚ୍ଚା ହେଉଛି ସେ ହେଉଛନ୍ତି ନାମାଙ୍କନ ଦାଖଲ ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖରେ ବସିଥିବା ଜଣେ ପଣ୍ଡିତ ମହାଶୟ।

ହଁ ଆଜ୍ଞା ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ଗଲାବେଳେ ଏହି ପଣ୍ଡିତଙ୍କୁ ସାଙ୍ଗରେ ନେଇ ଯାଇଥିଲେ ପ୍ରଧାନମନ୍ତ୍ରୀ। ସେ ମୋଦୀଙ୍କ ପାଖେ ପାଖେ ରହିଥିଲେ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ସେତେବେଳେ ମଧ୍ୟ ଏହି ପଣ୍ଡିତ ଜଣକ ତାଙ୍କ ପାଖରେ ବସିଥିଲେ। ଖାଲି ପାଖରେ ବସିନଥିଲେ ବରଂ ସେ ମୋଦୀଙ୍କର ପ୍ରଥମ ପ୍ରସ୍ତାବକ ମଧ୍ୟ ହୋଇଥିଲେ। ତେଣୁ ଏବେ ସବୁଆଡେ ଚର୍ଚ୍ଚା ହେଉଛି ଯେ ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ପ୍ରଧାନମନ୍ତ୍ରୀଙ୍କ ପାଖରେ ଥିବା ଏହି ବାବା କିଏ?

ହଁ ବନ୍ଧୁଗଣ ପ୍ରାୟ ସମସ୍ତେ ଜାଣନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସ୍ଥା ଓ ଧାର୍ମିକ ବିଶ୍ୱାସ ପ୍ରତି ସବୁବେଳେ ସଚେତନ ରହିଥାନ୍ତି। ତେଣୁ ଏଥର ନିଜର ନାମାଙ୍କନ ପତ୍ର ଦାଖଲ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଯେଉଁ ଚାରି ଜଣ ପ୍ରସ୍ତାବକଙ୍କୁ ବାଛିଥିଲେ ସେମାନଙ୍କ ମଧ୍ୟରୁ ପ୍ରଥମ ପ୍ରସ୍ତାବକ ହେଉଛନ୍ତି ଏ ପଣ୍ଡିତ ମହାଶୟ। ଯାହାଙ୍କର ପରିଚୟ ହେଉଛି ପ୍ରଖ୍ୟାତ ଜ୍ୟୋତିଷ ଆଚାର୍ଯ୍ୟ ପଣ୍ଡିତ ଗଣେଶ୍ୱର ଶାସ୍ତ୍ରୀ ଦ୍ରାବିଡ଼। ପଣ୍ଡିତ ଗଣେଶ୍ୱର ଶାସ୍ତ୍ରୀ ହେଉଛନ୍ତି ଜଣେ ବହୁତ ବଡ଼ ଜ୍ୟୋତିଷ। ଯାହାଙ୍କର ବେଦ ବେଦାନ୍ତ ଓ ଧର୍ମଶାସ୍ତ୍ରରେ ଅଗାଧ ପାଣ୍ଡିତ୍ୟ ରହିଛି।

ଏପରିକି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ମନ୍ଦିର ଭିର୍ତି ପ୍ରସ୍ତର ସ୍ଥାପନର ଶୁଭ ମୁହୂର୍ତ୍ତ ମଧ୍ୟ ବାହାର କରିଥିଲେ ପଣ୍ଡିତ ଗଣେଶ୍ୱର ଶାସ୍ତ୍ରୀ। ଏହା ସହ ତାଙ୍କ ଦ୍ବାରା ନିର୍ଧାରିତ ମାହେନ୍ଦ୍ର ବେଳାରେ ରାମ ଲାଲାଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମ୍ପର୍ଣ୍ଣ କରାଯାଇଥିଲା। ପୁରା ପ୍ରାଣ ପ୍ରତିଷ୍ଠା ମୋହସ୍ୟବର ସଂଯୋଜକ ଭାବେ ଦାୟିତ୍ୱ ତୁଲାଇଥିଲେ ପଣ୍ଡିତ ଗଣେଶ୍ୱର ଶାସ୍ତ୍ରୀ। ତାଙ୍କର ପ୍ରତ୍ୟକ୍ଷ ତତ୍ୱବଧାନ ଏବଂ ଦିଗଦର୍ଶନ ଅନୁସାରେ ଏତେ ବଡ ଶୁଭ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା।

ପଣ୍ଡିତ ଗଣେଶ୍ୱର ଶାସ୍ତ୍ରୀ ହେଉଛନ୍ତି ମୂଳତ୍ୱ ଜଣେ ଦକ୍ଷିଣ ଭାରତୀୟ କିନ୍ତୁ ଦୀର୍ଘ ବର୍ଷ ହେଲା ସେ ସ୍ୱପରିବାର କାଶିରେ ଅବସ୍ଥାନ କରୁଛନ୍ତି। ରାତଘାଟ ଅଞ୍ଚଳରେ ଗଙ୍ଗାକୂଳରେ ଅବସ୍ଥିତ ଏକ ସଂସ୍କୃତ ବିଦ୍ୟାଳୟରେ ରୁହନ୍ତି ପଣ୍ଡିତ ଗଣେଶ୍ୱର ଶାସ୍ତ୍ରୀ। ଜ୍ୟୋତିଷ ଶାସ୍ତ୍ର ବେବେଦାନ୍ତ କ୍ଷେତ୍ରରେ ପଣ୍ଡିତ ଗଣେଶ୍ୱର ଶାସ୍ତ୍ରୀଙ୍କର ବିଶେଷ ସୁଖ୍ୟାତି ରହିଛି। ଏହି ମହାନ ବେଦଜ୍ଞ ପଣ୍ଡିତ ଜଗତଗୁରୁ ରାମାନନ୍ଦ ଆଚାର୍ଯ୍ୟ ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇସାରିଛନ୍ତି। ଆଉ ଆଜି ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମାଙ୍କନ କରୁଥିଲେ ସେହି ସମୟରେ ପଣ୍ଡିତ ଗଣେଶ୍ୱର ଶାସ୍ତ୍ରୀ ତାଙ୍କ ପାଖେ ପାଖେ ପୁରା ସମୟ ରହିଥିଲେ। ଆଜି ଦିନ ୧୧.୫୫ ମିନିଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମାଙ୍କନ ଭରିଥିଲେ। ଏହି ଶୁଭ ମୁହୂର୍ତ୍ତ ମଧ୍ୟ ପଣ୍ଡିତ ଗଣେଶ୍ୱର ଶାସ୍ତ୍ରୀ ବାହାର କରିଥିଲେ।

Leave a Reply

Your email address will not be published. Required fields are marked *