ଏକ ଘର ଭିତରେ ଥିଲା ମା’ର….ଆଉ ବାହାର ପଟୁ କବାଟ ବନ୍ଦ କରି ଫେରାର ହୋଇଗଲା ମଦ୍ୟପ ପୁଅ।

ଘର ଭିତରେ ପଡିଛି ମା’ର ଉଲଗ୍ନ ଶବ। ଆଉ ପାଖରେ ଗଡୁଛି ମଦ ବୋତଲ। ଆଉ ସେପଟେ ମଦୁଆ ପୁଅର ଦେଖା ଦର୍ଶନ ନାହିଁ। ବାହାର ପଟୁ ଘରର କବାଟ ବନ୍ଦ ହୋଇଥିବା ବେଳେ ଏଭଳି ଅବସ୍ଥାରେ ମାକୁ ଛାଡି ପୁଅ ଫେରାର।ହଁ ଆଜ୍ଞା ହନୁମାନ ମନ୍ଦିର ପଛ ପଟେ ବନ୍ଦ ଘର ଆଉ ସେହି ବନ୍ଦ ଘର ଭିତରୁ ଭାସି ଆସୁଥିଲା ଦୁର୍ଗନ୍ଧ। ଦୁର୍ଗନ୍ଧରେ ଅସହ୍ୟ ହୋଇ ଲୋକେ କବାଟ ଖୋଲି ଦେଖିଲା ବେଳକୁ ବନ୍ଦ ଘର ଭିତରେ ଉଲଗ୍ନ ଅବସ୍ଥାରେ ପଡିରହିଛି ମା’ର ମୃତ ଦେହ ଆଉ ପାଖରେ ପଡିରହିଛି ମଦ ବୋତଲ। ହେଲେ ମଦ୍ୟପ ପୁଅର ଦେଖା ଦର୍ଶନ ନାହିଁ। ମୃତ ଦେହଟି ଫୁଲି ଯାଇଥିବା ବେଳେ ସେଥିରୁ କଦର୍ଯ୍ୟ ଦୁର୍ଗନ୍ଧ ଭାସି ଆସୁଥିଲା। ଯେଉଁ ଘଟଣା ବଲାଙ୍ଗୀର ସହରରେ ଛାଞ୍ଚଲ୍ୟ ସୃଷ୍ଟି କରିଛି। ଖବର ମୁତାବକ ବୃଦ୍ଧା ଜଣକ ହେଉଛନ୍ତି ଗୀତା ଦେବୀ ଅଗ୍ରୱାଲ। ମା’ପୁଅ ସାଙ୍ଗ ହୋଇ ଘରେ ରହୁଥିଲେ।

ମା’ ପାମ୍ପଡ଼ ତିଆରି କରି ବୁଲି ବୁଲି ବିକ୍ରି କରି ପରିବାର ଚଳାଉଥିବା ବେଳେ ଭେଣ୍ଡିଆ ମଦୁଆ ପୁଅ ମା’ଙ୍କ ଉପରେ ବୋଝ ସାଜିଥିଲା। ମା’ ଯାହା ରୋଜଗାର କରି ଆଣୁଥିଲେ ସେଥିରେ ମା’ ପୁଅ ଚଳୁଥିଲେ। କେବଳ ସେତିକି ନୁହେଁ ମା’ଙ୍କ ଠାରୁ ଜୋରଜବରଦସ୍ତ ଟଙ୍କା ନେଇ ମଦ ପିଉଥିଲା ପୁଅ ମନୋଜ।

ତେବେ ଏଇ ଘଟଣାରେ ପୋଲିସ ପୁଅ ମନୋଜକୁ ଥାନାରେ ଅଟକ ରଖିଥିବା ଜଣା ପଡ଼ିଛି। ସେପଟେ ମୃତ ମହିଳାଙ୍କ ଝିଅ ସୁଶୀଳା ଅଗ୍ରୱାଲ ଭାଇ ମନୋଜ କୌଣସି କାମ କରୁନଥିବା ବେଳେ ମାଙ୍କ ରୋଜଗାରରେ ଚଳୁଥିବା କୁହାଯାଇଛି।ତେବେ ମା’ ର ଏଇ ମୃତ୍ୟୁ ହେବାର ପଛରେ କାହାର ହାତ ଅଛି ତାହାକୁ ନେଇ ଝିଅ ମଧ୍ୟ ସନ୍ଦେହ ଘେରରେ ରହିଛି।

ଏନେଇ ଟାଉନ ପୋଲିସ ତଦନ୍ତ ଚଳାଇଥିବା ବେଳେ ପୋଷ୍ଟମମୋଟମ ରିପୋର୍ଟ ଆସିବା ପରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ମିଳିବ ବୋଲି କୁହାଯାଇଛି। ବୃଦ୍ଧ ମହିଳାଙ୍କ ଶବକୁ ଦେଖିବା ପରେ ଦୁଇରୁ ତିନି ଦିନ ହେବ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ବୃଦ୍ଧାଙ୍କର ଶବ ପୋଲିସ ଉଦ୍ଧାର କରିବା ସମୟରେ ଶବଟି ଉଲଗ୍ନ ହୋଇଥିବା ବେଳେ ଫୁଲିଯାଇଥିବା ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *