ହଜିଗଲା ମାନବିକତା ମରିଗଲା ମଣିଷ ପଣିଆ। ଦୁଇ ଝିଅ ଯେତେ ଗୁହାରି କଲେ ବି ବାପାଙ୍କ ଶବକୁ ମିଳିଲାନି କାନ୍ଧ। ଝିଅ ଅନ୍ୟ ଜାତିରେ ବାହା ହେଲା ବୋଲି ବାପାଙ୍କ ମୃତ ଦେହକୁ କେହି ଦେଲେନି ସମ୍ମାନ। ବାପା ଶବ ଘରେ ପଡି ଦୁର୍ଗନ୍ଧ ବାହାରିଲା ଆଉ ଗାଁ ଲୋକଙ୍କ ଗୋଡ଼ ହାତ ଧରି ଏଇ ଦୁଇ ଭଉଣୀ କାକୁତି ମିନତୀ ହୋଇ ଗୁହାରି କଲେ ହେଲେ କେହି ତାଙ୍କ କଥା ଶୁଣିଲେନି। ବାପାଙ୍କ ଶବକୁ କାନ୍ଧ ଦେବା ପାଇଁ ଶେଷରେ ଝିଅଟି ନେଇଗଲା ଏଭଳି ନିଷ୍ପତ୍ତି।
ଗାଁ ଲୋକଙ୍କ କଥା ମାନି ମଥାରୁ ଲିଭାଇ ଦେଲା ସିନ୍ଦୂର ଆଉ ହାତରେ ମାତ୍ର ଗୋଟିଏ ଲେଖାଏଁ ସଙ୍ଖା ପିନ୍ଧି ରଖିଲା ତଥାପି ଗାଁ ଲୋକ ଏତେ ନିଷ୍ଠୁର ହୋଇଗଲେ ଯେ ବାପାଙ୍କ ଶବକୁ କାନ୍ଧ ଦେଲେନାହିଁ। ଆଉ ଶେଷରେ ବାପାଙ୍କ ମୃତ ଦେହରୁ ଦୁର୍ଗନ୍ଧ ବାହାରିବାରୁ ଦୁଇ ଝିଅ ଟଲିରେ ବହିନେଲେ। ଯେଉଁ କାମ ପୁଅ କରିବା କଥା ସେ କାମ ଆଜି ଏଇ ଦୁଇ ଝିଅ କରିଛନ୍ତି। ଆଉ କାନ୍ଦି କାନ୍ଦି କହୁଛନ୍ତି ମୋ ବାପାଙ୍କୁ ମୋ ପାଇଁ ବହୁତ କଷ୍ଟ ଭୋଗିବାକୁ ପଡିଲା।
ଆଜ୍ଞା ହଁ ବନ୍ଧୁଗଣ ଝିଅ ଅନ୍ୟ ଜାତିରେ ବିବାହ କରିବାରୁ ମୃତ ବାପାର ଶବ ଉପରେ ଦଣ୍ଡ ବିଧାନ ଆଣିଲା ଜାତି ସମାଜ। ଅନ୍ତିମ ଯାତ୍ରା ପାଇଁ କାନ୍ଧ ନମିଳିବାରୁ ଟଲିରେ ବୁହାହେଲେ ଶବ। ସମାଜରେ ଥିବା ଅନ୍ଧ କୁସଂସ୍କାର ଯୋଗୁ ସମାଜରୁ ଆରପାରିକୁ ଚାଲି ଯାଇଥିବା ଜଣେ ବାପା ଆଉ ତାଙ୍କର ଦୁଇ ଝିଅଙ୍କୁ ଭୋଗିବାକୁ ପଡିଛି ଅତି ବିଭତ୍ସ ଦୁର୍ଦଶା। ବଡ଼ ପଣ୍ଡାଙ୍କ ଚରମ ନିଷ୍ପତ୍ତି ଆଗରେ ହାର ମାନିଛି ମାନବିକତା ଆଉ ଗଣତାନ୍ତ୍ରିକ ଅବସ୍ଥା। ଏହି ଘଟଣା ପ୍ରସାସନର ଅପରାଗତର ନଗ୍ନ ରୂପକୁ ପଦାରେ ପକାଇ ଦେଇଛି|ଏହି ଅଭାବନୀୟ ଘଟଣା ଘଟିଛି ଖୋଦ ବୌଦ୍ଧ ଜିଲ୍ଲା ପାଳଙ୍କ କାର୍ଯ୍ୟଳୟର ଅନିତା ଦୂରରେ ଥିବା ବୋୖଦ୍ଧ ଜିଲ୍ଲା ବାପୁଜି ନଗରରେ।
ତେବେ ମୃତ ନିଳାମ୍ବର ମେହେରଙ୍କ ଝିଅ ସୁମୀ ମେହେର। ବୋହୁ ବର୍ଷ ପୂର୍ବେ ଅନ୍ୟ ଜାତିରେ ପ୍ରେମ ବିବାହ କରିଥିଲେ।ହେଲେ ପରବର୍ତୀ ସମୟରେ ଦୁଇ ଝିଅ ଓ ପୁଅକୁ ଧରି ବାପ ଘରେ ଆସି ରହୁଥିଲେ। ବିବାହିତ ଝିଅକୁ ନିଆଁ ପାଣି ବାସନ୍ଦ କରାଯାଇଥିଲା। ଗତ କାଲି ରାତିରେ ବାପାଙ୍କର ମୃତ୍ୟୁ ହୋଇଗଲା ଏନେଇ ସୁମୀ ଏବଂ ତାଙ୍କ ସାନ ଭଉଣୀ ଶବ ସତ୍କାର ପାଇଁ ଜାତି ଭାଇଙ୍କୁ ଡାକିଥିଲେ। କିନ୍ତୁ ଗାଁ ଲୋକେ ମୃତ ଦେହକୁ କାନ୍ଧ ଦେବା ପାଇଁ କିଛି ସର୍ତ୍ତ ରଖିଥିଲେ ଆଉ କହିଥିଲେ ପ୍ରଥମେ ତିଓ ଭୋଜୀ ଦସାହ ଭୋଜି ଆଜି ୩ ଟି ଭୋଜି ପାଇଁ ପ୍ରଥମେ ଟଙ୍କା ଜମା ଦେଲେ ଯାଇ ଶବକୁ କାନ୍ଧ ଦିଆଯିବ ବୋଲି ଅଡ଼ି ବସିଥିଲେ।
ମାତ୍ର ଦୁଇ ଝିଅ ସେତିକି ଟଙ୍କା ଦେବାକୁ ଅକ୍ଷମ ହେବାରୁ ଜାତି ଭାଇ ଶବକୁ କାନ୍ଧ ଦେବା ପାଇଁ ସମ୍ପୂର୍ଣ୍ଣ ମନା କରିଦେଲେ। ଏନେଇ ପୋଲିସ ନିକଟରେ ବି ମଧ୍ୟ ପହଞ୍ଚିଥିଲେ ଦୁଇ ଭଉଣୀ କିନ୍ତୁ ସେଠାରେ ବ ନିରାଶ ହୋଇ ଫେରିଆସିଥିଲେ।ଅନ୍ୟ ପଟେ ସାଇ ପଡ଼ୋଶୀ ଲୋକେ ଘରେ ମୃତ ଦେହ ଦୁର୍ଗନ୍ଧ ହେଲା ବୋଲି ଶୀଘ୍ର ନେଇଯାଅ ବୋଲି କହିଥିଲେ। ଶେଷରେ ନିରୁପାୟ ହୋଇ ଦୁଇ ଭଉଣୀ ନାତି ମୃତ ଶବକୁ ଟଲିରେ ନେଇ ଶବ ସତ୍କାର କରିଥିଲେ। ଏନେଇ ସରକାରଙ୍କୁ ନ୍ୟାୟର ଭିକ୍ଷା ମାଗିଛନ୍ତି।