ଏସି ପବନ ଉଜାଡ଼ି ଦେଲା ସଂସାର। ଏବେ ଘରର ୪ ଜଣ ସଦସ୍ୟଙ୍କୁ ଏକାଠି ଦିଆଗଲା ସମାଧି।

ଏସି ପବନରେ ସୋଇଥିଲେ ପୁରା ପରିବାର। ହେଲେ ସକାଳ ହେଲା ବେଳକୁ ସମସ୍ତେ ହୋଇଗଲେ ଶବ। ଏସି ପବନ ଉଜାଡ଼ି ଦେଲା ସୁନାର ସଂସାର। ୪ ଜଣ ସଦସ୍ୟଙ୍କୁ ଏକାଠି ଦିଆଗଲା ସମାଧି।ହଁ ଆଜ୍ଞା ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ଜଣେଇବା ପାଇଁ ଯାଉଛୁ ଯାହା ଆପଣ ଜାଣିଲେ ଆପଣ ବି ସାବଧାନ ହୋଇଯିବେ।

ଆପଣ ଏଇ ଫୋଟରେ ଦେଖୁଥିବା ସ୍ୱାମୀ ସ୍ତ୍ରୀ ଜଣକ ଏ ଦୁନିଆରେ ଆଉ ନାହାନ୍ତି। ଏସି ପବନ ପାଇଁ ତାଙ୍କର ଜୀବନ ଯାଇଛି। ବନ୍ଧୁଗଣ ଖରା ଦିନରେ ଲୋକେ ପ୍ରାୟ ଏସି ଲଗାଇଥାନ୍ତି। ଏସି ପବନରେ ଶୋଇବା କାହାକୁ ବା ଭଲ ନଲାଗେ। ସେହିଭଳି ଏହି ପରିବାର ମଧ୍ୟ ରାତିରେ ଖାଇ ପିଇ ଏସି ଲଗାଇ ଶୋଇଥିଲେ ହେଲେ ସକାଳ ହେଲା ବେଳକୁ ସମସ୍ତେ ଏ ଦୁନିଆ ଛାଡି ଚାଲି ଯାଇଛନ୍ତି। ଘରର ୪ ଜଣ ସଦସ୍ୟ ଏବେ ଆଖି ବୁଜି ଦେଇଛନ୍ତି।

ଏହି ଯୁବକ ଜଣକ ହେଉଛନ୍ତି ପବନ ଉପାଧେୟ ଆଉ ତାଙ୍କର ପତ୍ନୀଙ୍କ ନାମ ହେଉଛି ତିଥି। ତାଙ୍କର ୮ ମାସର ଗୋଟିଏ କୁନି ଝିଅ ବି ଅଛି। ସବୁ ଥର ଭଳି ଏଥର ବି ରାତିରେ ଖାଇ ପିଇ ଶୋଇଥିଲେ ପୁରା ପରିବାର। ହେଲେ ଏହି ରାତି ତାଙ୍କ ପାଇଁ ଶେଷ ରାତି ହୋଇଯିବ ହୁଏତ ପରିବାର ଲୋକ କେହିବି ଏକଥା ଜାଣିନଥିଲେ। ଏବେ ଏହି ସ୍ୱାମୀ ସ୍ତ୍ରୀଙ୍କ ସମେତ ୮ ମାସର କୁନି ଝିଅ ଏବଂ ପବନଙ୍କ ମାଙ୍କର ବି ମଧ୍ୟ ମୃତ୍ୟୁ ହୋଇଛି।

ଗୁଜୁରାଟର ଦେବଭୂମି ଦ୍ଵାରିକା ଜିଲ୍ଲାର ଆଦିତ୍ୟ ରୋଡ଼ରେ ଏକ କଲନି ରହିଛି ସେହି କଲନିରେ ପବନଙ୍କ ପରିବାର ଲୋକ ରହୁଥିଲେ। ହେଲେ ରାତିରେ ସର୍ଟସରକେଶ ଯୋଗୁ ଏସିରେ ନିଆଁ ଲାଗିଯାଇଥିଲା ଘର ସାରା ପୁରା ଧୂଆଁ ମୟ ହୋଇଯାଇଥିଲା ଆଉ କରେଣ୍ଟ ବି କଟି ଯାଇଥିଲା ଆଉ ସେହି ଧୂଆଁରେ ପୁରା ପରିବାର ଅଣନିଶ୍ୱାସୀ ହେବା ଯୋଗୁ ଅଚେତ ହୋଇ ତଳେ ପଡିଯାଇଥିଲେ। ଆଉ ତା’ପରେ ୪ ଜଣଙ୍କର ମୃତ୍ୟୁ ହୋଇଛି।

ତେବେ ସ୍ଥାନୀୟ ଅଞ୍ଚଳରେ ପିସି ପଟେଲ କହିଛନ୍ତି କି ଏହି ଘଟଣାର ତଦନ୍ତ କରାଯାଉଛି। କିନ୍ତୁ ପ୍ରାଥମିକ ତଦନ୍ତରୁ ଯାହା ଜଣାପଡିଛି କି ଏସି ଧୂଆଁରେ ଜୀବନ ଯାଇଛି।ଏଠାରେ ଆମେ ଆପଣଙ୍କୁ ଗୋଟିଏ କଥା କହିରଖୁଛୁ କି ଯଦି ଘରେ ଏସି ଥାଏ ତେବେ ସାବଧାନ ରୁହନ୍ତୁ। ନିୟମିତ ଏସିକୁ ଚେକ କରନ୍ତୁ।

Leave a Reply

Your email address will not be published. Required fields are marked *