ପୁଅ ସହ ବୁଲି ବୁଲି ନିର୍ବାଚନୀ ପ୍ରଚାର କଲେ ସୁର ରାଉତରାୟ । କହିଲେ ଦଳ ଥାଉ ପଛରେ ଆଗ ମୋ ପୁଅ ।

ସୁର ରାଉତରାୟ କହିଲେ ଦଳ ଥାଉ ପଛରେ ଆଗ ମୋ ପୁଅ ଜିତୁ । ଦଳ ପାଇଁ ନଲାଗି ବିଜେଡ଼ି ରେ ପୁଅ ପାଇଁ ଲାଗିଲେ ସୁର ରାଉତରାୟ । ପୁଅ ସହ ବୁଲି ବୁଲି କଲେ ନିର୍ବାଚନୀ ପ୍ରଚାର । କଂଗ୍ରେସ୍ ରେ ଥାଇ ପୁଅକୁ ପୂରା ସମର୍ଥନ । ଯାହା ପୂର୍ବରୁ କେବେ ହୋଇ ନଥିଲା ତାହା ସୁର ରାଉତରାୟ କରି ଦେଖାଇ ଦେଲେ । ଗୋଟାଏ ଦଳରେ ଥାଇ ଆଉ ଗୋଟାଏ ଦଳ ପାଇଁ ମାଡ଼ି ଚାଲ କହି ପ୍ରଚାର କଲେ । ପୁଅକୁ ଜିତାଇବା ଚକ୍କରରେ ଭୁଲିଗଲେ ଦଳ ପ୍ରତି ଥିବା ନୈତିକତା । ଦଳକୁ କେବେ ଛାଡ଼ିବେ ନାହିଁ କହୁଥିବା ସୁର ଏବେ ବିଜେଡ଼ି ପାଇଁ ପ୍ରଚାର୍ କରୁଛନ୍ତି ।

ହଁ ଆଜ୍ଞା ବନ୍ଧୁଗଣ ଭୁବନେଶ୍ବରରେ ପ୍ରଚାରକୁ ଜୋରଦାର କରିଛି ବିଜେଡି । ମଇଦାନକୁ ଓହ୍ଲାଇଛନ୍ତି ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ କ୍ୟାପଟେନ ମନ୍ମଥ ରାଉତରାୟ, ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ । ନୀଳାଦ୍ରିବିହାର ବୁଦ୍ଧ ପାର୍କ ପରିସରରେ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇ ଜନତାଙ୍କ ସହ ଆଲୋଚନା କରିଛନ୍ତି ଉଭୟ ନେତା । କଥା ହୋଇ ସୁଖ ଦୁଃଖ ବୁଝିବା ସହ ସମ୍ପର୍କ ଯୋଡିଛନ୍ତି ।

ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ମନ୍ମଥ ଲୋକଙ୍କ ସହ ଚା ଖଟିରେ ଚା ଓ ସର୍ବତ ପିଉଥିବା ଦେଖିବାକୁ ମିଳିଛି । ମାଆ ଓ ମାଉସୀମାନେ ମନ୍ମଥଙ୍କୁ କୋଳେଇ ନେଇ ଆର୍ଶୀବାଦ ଦେଉଛନ୍ତି । ଲୋକଙ୍କ ସମର୍ଥନ ଓ ଭଲ ପାଇବାକୁ ନେଇ ନିର୍ବାଚନରେ ବିଜୟଲାଭ କରିବେ ବୋଲି କହିଛନ୍ତି ମନ୍ମଥ । ତେବେ ମନ୍ମଥଙ୍କ ପ୍ରଚାରରେ ବାପା ସୁରେଶ ରାଉତରାୟ ସାମିଲ ହେବା ସହ ଦେଇଥିଲେ ଜିନ୍ଦାବାଦ ନାରା ।

ତେବେ ପୁଅ ପାଇଁ ପ୍ରଚାର କରିବାକୁ ଆସିଛନ୍ତି କି ପ୍ରଶ୍ନ କରିବାରୁ ସୁର ରାଉତରାୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ପ୍ରଚାର ସେ କରୁନାହାଁନ୍ତି ସେ ହେଉଛନ୍ତି କଂଗ୍ରେସ ମ୍ୟାନ । ତାଙ୍କ ପୁଅ ସେ ଦଳରେ ଛିଡା ହୋଇଛି । ସେ ତାଙ୍କ ପୁଅ ତେଣୁ ସେ ତାଙ୍କ ପୁଅ ପାଇଁ କହିବେ କିନ୍ତୁ ତାଙ୍କ ଦଳର ଚିହ୍ନ ପାଟିରେ ଧରିବେ ନାହିଁ । ଅନ୍ୟ ପକ୍ଷରେ ସୁରଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ସାନ ଭାଇ ମନ୍ମଥଙ୍କୁ ଦଳୀୟ ଟିକେଟ ଛିଡ଼ାଇ ଦେଇ କଂଗ୍ରେସ୍ ରେ ଯୋଗ ଦେବା ପାଇଁ ଆହ୍ଵାନ କରିଛନ୍ତି ।

Leave a Reply

Your email address will not be published. Required fields are marked *