ଯାତ୍ରାର ଜଗତର ଲୋକପ୍ରିୟ ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ନେଇ କିଛି ଦିନ ହେବ ଅନେକ ଖବର ସାମ୍ନାକୁ ଆସୁଛି । ଗତ କିଛି ଦିନ ହେବ ପୀୟୂଷଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇ ପଡ଼ିଥିଲା । ଏମିତିକି ତାଙ୍କୁ ହସ୍ପିଟାଲର ବେଡ଼ରେ ଚିକିତ୍ସିତ ହେଉଥିବାର ଦେଖିବାକୁ ମିଳିଥିଲା । ତାଙ୍କୁ ଯେଉଁ ଆମ୍ବୁଲାନ୍ସରେ ହସ୍ପିଟାଲକୁ ନିଆଯାଉଥିଲା ସେହି ଆମ୍ବୁଲାନ୍ସ ଚାରି ପାଖରେ ତାଙ୍କ ପ୍ରଶଂସକଙ୍କର ଭିଡ଼ ଦେଖିବାକୁ ମିଳିଥିଲା । ତେବେ ସେଦିନ କଣ ହୋଇଥିଲା ସେ ବିଷୟରେ ପୀୟୂଷ ନିଜେ କହିଛନ୍ତି । ଖଣ୍ଡଗିରିର ପୂର୍ବ କ୍ୟାମ୍ପ ସଠିପୁର କ୍ୟାମ୍ପରେ ପୀୟୂଷ ଠିକ ଭାବରେ ନାଟକ କରିଥିଲେ । ତାପରେ ଥିଲା କେନ୍ଦ୍ରାପଡ଼ା କ୍ୟାମ୍ପ ।
ପ୍ରଥମ ଦୁଇ ରାତିରେ ” ଅଧା ରାତିର ସାଥୀ ” ଏବଂ ଶେଷ ରାତିରେ ” ସିନ୍ଦୁର ହଜିଛି ଶୁଭ ରାତିରେ ” ଚାଲିଥିଲା । ତେବେ ସେହି ସମୟରେ ଯେତେବେଳେ ପୀୟୂଷଙ୍କର ଏକ ସିନ ଥିଲା ତଳେ ପଡ଼ିବାର ସେହିଠାରୁ ହିଁ ତାଙ୍କର ସମସ୍ୟା ଆରମ୍ଭ ହୋଇଗଲା । ତା ପୂର୍ବରୁ ଡାକ୍ତର ତାଙ୍କ ପରୀକ୍ଷା କରି କଲର ବୋନ ଉପରେ ଅଧିକ ପ୍ରେସର ଦେବାକୁ ମନା କରିଥିଲେ ।
କିନ୍ତୁ ସେଦିନ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ମନରେ ଥିବା ଭୟ କାରଣରୁ ସେ ତଳେ ପଡ଼ି ଯାଇଥିଲେ ଏବଂ ତାଙ୍କର ବାମ ଗୋଡ଼ ସମ୍ପୂର୍ଣ୍ଣ ଅକାମି ହୋଇ ପଡ଼ିବାରୁ ସେ ଆଉ ଉଠି ପାରି ନଥିଲେ । ତାଙ୍କୁ ଏଭଳି ଅବସ୍ଥାରେ ଦେଖି ତାଙ୍କୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଡାକି କେନ୍ଦ୍ରାପଡ଼ା ହସ୍ପିଟାଲକୁ ନିଆଯାଇଥିଲା ।
ସେଠାରୁ କଟକ ନେବାକୁ କହିବା ପରେ ତାଙ୍କୁ ଅଶ୍ୱିନୀ ମେଡ଼ିକାଲକୁ ନିଆଯାଇଥିଲା । ସେଠାରେ ୩ ଦିନ ଚିକିତ୍ସା ସମୟରେ ସେ ଖୁବ ଯନ୍ତ୍ରଣା ଅନୁଭବ କରୁଥିଲେ । ତଥାପି ନିଜ ଫ୍ୟାନଙ୍କ ଆଖିର ଲୁହ ଏବଂ ଭଲ ପିଇବା ତାଙ୍କୁ ବହୁତ ଜଲଦି ସୁସ୍ଥ କରିଥିବା ସେ କହିଛନ୍ତି । ପୀୟୂଷ କହିଛନ୍ତି ଯେ ମାତ୍ର ୬ ଦିନ ପରେ ସେ ସୁସ୍ଥ ହେଉଥିବା ଅନୁମାନ କରିଥିଲେ ।
ଅନ୍ୟ ସବୁ ପରୀକ୍ଷଣ କରାଯିବା ପରେ ଡାକ୍ତର କହିଥିଲେ ଯେ ଆଭ୍ୟନ୍ତରୀଣ କୌଣସି କ୍ଷତ ହୋଇ ନାହିଁ କେବଳ ସେ ଅଧିକ ପ୍ରେସର ଅନୁଭବ କରାଉଥିବା କାମ କରିବା ଉଚିତ ହେବନାହିଁ । ପୁଣି ସେଦିନ ରାତିରେ ବାବା ଆର୍ତତ୍ରାଣ କଲ କରି ମନ୍ତ୍ର ପଢ଼ିବାରୁ ପୀୟୂଷ ଖୁବ ସୁସ୍ଥ ଅନୁଭବ କରୁଥିବା କହିଛନ୍ତି । ଆଉ ସେ ବର୍ତ୍ତମାନ ନିଜ ପାର୍ଟିକୁ ଯିବାକୁ ମଧ୍ୟ ପ୍ରସ୍ତୁତ ।