ଡିନର ପାର୍ଟିରେ ବୋହୂଙ୍କୁ ଟପିଲେ ନୀତା ଅମ୍ବାନୀ । କ’ଣ କଲେ ଜାଣନ୍ତୁ ?

ଦେଶର ସବୁଠୁ ଧନୀ ବିଜନେସ୍ ମ୍ୟାନ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଏବଂ ବିଜନେସ୍ ମ୍ୟାନ ବିରେନ୍ ମରଚାନ୍ଟଙ୍କ ଝିଅ ରାଧିକା ମରଚାନ୍ଟଙ୍କର ପ୍ରି ୱେଡିଂ ଇଭେଣ୍ଟ ଏବେ ବି ଚର୍ଚ୍ଚାରେ ରହିଛି । ଏ ୱେଡ଼ିଂ ପାର୍ଟିରେ ଅମ୍ବାନୀ ଫେମିଲି ଜାମନଗରର ରିଲାଏନ୍ସ କର୍ମଚାରୀଙ୍କ ପାଇଁ ଏକ ବିଶାଳ ଡିନର ପାର୍ଟିର ଆୟୋଜନ କରିଥିଲେ । ଯେଉଁଠି ସାମିଲ୍ ହୋଇଥିଲେ ପୂରା ଅମ୍ବାନୀ ପରିବାର । ଏ ପାର୍ଟିର ସାମ୍ନାକୁ ଆସିଥିବା ଫଟୋରେ ଅମ୍ବାନୀ ପରିବାରର ସବୁ ଲୋକେ ଦାମୀ ଡ୍ରେସ୍ ସହିତ ଗହଣା ମଧ୍ୟ ପିନ୍ଧିଥିଲେ । କିନ୍ତୁ ଏହାରି ଭିତରେ ବେଶୀ ଚର୍ଚ୍ଚାକୁ ଆସିଥିଲେ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ । କାରଣ ତାଙ୍କର ସାହି ଲୁକ୍ ସମସ୍ତଙ୍କର ମନ କିଣି ନେଇଥିଲା । ଏଇ ପାର୍ଟିରେ ନୀତା ଲାଲ୍ ରଙ୍ଗର ଶାଢ଼ୀ ପିନ୍ଧିଥିଲେ ।

ତାଙ୍କ କାନିରେ ଗୋଲ୍ଡ ସିଲଭର ସ୍କାର୍ଲ ବର୍ଡର ମଧ୍ୟ ରହିଥିଲା । ଯାହା ତାଙ୍କ ଲୁକରେ ଲଗାଇ ଥିଲା ଚାରଚାନ୍ଦ୍ । ସେହି ପାର୍ଟିରେ କାଞ୍ଜିବରମ୍ ଶାଢ଼ୀ ପିନ୍ଧିଥିବା ଜଣା ପଡ଼ିଛି । ଏଥି ସହିତ ମ୍ୟାଚିଂ କଲା ଭଳି ସେମି ସ୍ଲିଭ ବ୍ଲାଉଜ ମଧ୍ୟ ପିନ୍ଧିଥିଲେ । ଯଦିଓ ସମସ୍ତେ ଜାଣିଛନ୍ତି ଯେ ନୀତା ଅମ୍ବାନୀ ଗହଣା ମାମଲାରେ ବହୁତ୍ ନୀରିକ୍ଷଣ କରି ଚଏସ୍ କରି ଗହଣା ବାଛନ୍ତି ।

ଆଉ ସେ ଚାହାଁନ୍ତି ଯେମିତି ସେ ସବୁଠୁଁ ସୁନ୍ଦର୍ ଲାଗିବେ । ଏମିତିରେ ସବୁ ଉତ୍ସବରେ ସେ ଭିନ୍ନ ଭିନ୍ନ ଜୁଏଲାରୀ ମଧ୍ୟ ପିନ୍ଧନ୍ତି । କିନ୍ତୁ ଏହି ଡିନର୍ ପାର୍ଟିରେ ନୀତା ଅମ୍ବାନୀଙ୍କ ଏହି ହାରର ବେଶ୍ ଚର୍ଚ୍ଚା ହୋଇଥିଲା । ଏକ ବଡ଼ ରାଣୀ ହାର ନୀତା ଅମ୍ବାନୀ ପିନ୍ଧିଥିଲେ । ଯାହା ତାଙ୍କୁ ସୁନ୍ଦର୍ ଲାଗୁଥିଲା ଆଉ ଏହା ସେତିକି ଦାମୀ ମଧ୍ୟ । ଏହାକୁ ମ୍ୟାଚ୍ କଲା ଭଳି ଝୁମକା, ହୀରାର ଚୁଡ଼ି ଆଉ କିଛି ମୁଦି ମଧ୍ୟ ପିନ୍ଧିଥିଲେ । ଯାହା ତାଙ୍କର ସାହି ଲୁକକୁ କରିଥିଲା ଆହୁରି ଦ୍ଵିଗୁଣିତ । ତେବେ କୁହାଯାଇ ପାରେ ଯେ ତାଙ୍କର ମେକଅପ୍ ଥିଲା ପୁରାପୁରି ସିମ୍ପଲ । ସ୍ମୋକି ଆଇଜ୍, ନ୍ୟୁଡ ଲିପ୍ସ ଆଉ ମଥାରେ ନାଲି ଟିକିଲି ସେ ଲଗାଇଥିଲେ ।

କୁହାଯାଇ ପାରିବ ଯେ ପାର୍ଟିରେ ନିଜ ସାନ ବୋହୂ ରାଧିକାଙ୍କୁ ମଧ୍ୟ ଟପିଯାଇଥିଲେ ନୀତା ଅମ୍ବାନୀ । ସେମାନଙ୍କର ସାଜସଜ୍ଜା ବ୍ୟତୀତ ନୀତା ଅମ୍ବାନୀ ନିଜକୁ ଏତେ ମାତ୍ରାରେ ସଜେଇ ଥିଲେ ଯେ ସମସ୍ତଙ୍କ ନଜର ତାଙ୍କ ଉପରେ ଅଟକି ରହିଥିଲା । ସୂଚନାଯୋଗ୍ୟ ଚଳିତ ବର୍ଷ ଶେଷରେ ଅନନ୍ତ ଓ ରାଧିକାଙ୍କ ବିବାହ ଅନୁଷ୍ଠିତ ହେବାକୁ ଥିବାବେଳେ ଗୁଜୁରାଟର ଜାମନଗର ସହରରେ ମାର୍ଚ୍ଚ ୧ ରୁ ୩ ପର୍ଯ୍ୟନ୍ତ ତିନି ଦିନିଆ ବିବାହ ପୂର୍ବ ଉତ୍ସବ ଆୟୋଜନ କରାଯାଇଛି ।

Leave a Reply

Your email address will not be published. Required fields are marked *