ଡାନ୍ସର ରିତେଶଙ୍କ ମା କହିଲେ ଏମିତି । କହିଲେ ” ମୋ ପୁଅ କମ୍ଫର୍ଟେବୁଲ ହେଉନି ବୋଲି ପ୍ରଥମେ ମୁଁ ତା ସହିତ ନାଚିଲି । “

ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଡାନ୍ସର ରିତେଶଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ । ଖୁବ କମ ବୟସରେ ତାଙ୍କର ଫ୍ୟାନ ଫୋଲଇଂ ଦେଖି ଲୋକେ ମଧ୍ୟ ତାଙ୍କୁ କମେଣ୍ଟ କରି ନାନା ପ୍ରକାରର କଥା କହୁଛନ୍ତି । ତଥାପି ସେ ନିଜର କାମ ଜାରି ରଖିଛନ୍ତି । ଆଉ ତାଙ୍କର ଏହି ସଫଳତା ପଛରେ ସେ କେବଳ ନିଜ ମା’ଙ୍କୁ ଶ୍ରେୟ ଦେଇଛନ୍ତି । ରିତେଶଙ୍କୁ ବର୍ତ୍ତମାନ ମାତ୍ର ୧୯ ବର୍ଷ ବୟସ । ଆଉ ଏହି ବୟସରେ ସେ ଲୋକଙ୍କ ହୃଦୟରେ ରାଜ କରୁଛନ୍ତି । ତାଙ୍କର ଅଧିକାଂଶ ଡାନ୍ସ ଭିଡ଼ିଓ ଭାଇରାଲ ହେଉଛି । ତାଙ୍କୁ ତାଙ୍କ ମା’ଙ୍କ ସହିତ ଡାନ୍ସ କରିବାରେ ମଧ୍ୟ ଆପଣ ଦେଖିଥିବେ ।

କହିରଖିବୁ ଯେ ରିତେଶ ନବମ ଶ୍ରେଣୀରେ ପଢ଼ୁଥିବା ସମୟରେ ମୁମ୍ବାଇ ଏକ ଡାନ୍ସ ଶୋ ପାଇଁ ଯାଇଥିଲେ । ସେଠାରେ ତାଙ୍କ ମା ବନାଇ ଥିବା ଏକ ସେଲ୍ଫି ଭିଡ଼ିଓ ଟିକଟୋକରେ ଭାଇରାଲ ହେବାପରେ ସେ ଭିଡ଼ିଓ ବନାଇବା ଆରମ୍ଭ କରିଥିଲେ । ଜଣେ ଡାନ୍ସର ହିସାବରେ ସେ ଝିଅଙ୍କ ସହିତ ମଧ୍ୟ ଡାନ୍ସ କରି ପାରିବେ ।

କିନ୍ତୁ ଯେହେତୁ ସେ ଅନ୍ୟ ଝିଅଙ୍କ ସହିତ ଡାନ୍ସ କରିବାକୁ କମ୍ଫର୍ଟବଲ ହେଉ ନଥିଲେ ସେଥିପାଇଁ ପ୍ରଥମେ ତାଙ୍କ ମା’ ତାଙ୍କ ସହିତ ଭିଡ଼ିଓ ବନାଇବା ଆରମ୍ଭ କଲେ । ଯାହାଦ୍ୱାରା ଧୀରେ ଧୀରେ ସେହି ମନୋଭାବ ତାଙ୍କର ଦୂର ହୋଇପାରିବ । କାରଣ ଆଗକୁ ସେ ଷ୍ଟାର ହେଲେ ତାଙ୍କୁ ଅନ୍ୟ ହିରୋଇନଙ୍କ ସହିତ ମଧ୍ୟ କାମ କରିବାକୁ ପଡ଼ିବ । ରିତେଶଙ୍କ ମା’ ତାଙ୍କ ସମୟରେ ଜଣେ ଭଲ ଗାୟିକା ହେବାର ସ୍ୱପ୍ନ ଦେଖିଥିଲେ ଯାହାକୁ ସେ ପୂରଣ କରିପାରି ନଥିଲେ ।

କିନ୍ତୁ ବର୍ତ୍ତମାନ ରିତେଶ ତାଙ୍କ ମା’ଙ୍କ ସ୍ୱପ୍ନ ପୂରଣ କରିବେ ବୋଲି ଆଶା କରିଛନ୍ତି । ଏସବୁ ଭିତରେ ତାଙ୍କ ଜୀବନରେ ମଧ୍ୟ ଖୁବ କଠିନ ସମୟ ସେତେବେଳେ ଥିଲା ଯେତେବେଳେ ତାଙ୍କର ଗୋଲ ବ୍ଲାଡର ସର୍ଜରି ହୋଇଥିଲା । ଲୋକଡାଉନ ପରେ ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ହଠାତ ଗୁରୁତର ହୋଇ ପଡ଼ିଥିଲା । ପରେ ପରୀକ୍ଷା ଦ୍ଵାରା ଷ୍ଟନ ହୋଇଥିବା ଜଣା ପଡ଼ିଥିଲା । ତେବେ ସେହି ସମୟରେ ସର୍ଜରି ପରେ ଅନେକ ମାସ ପର୍ଯ୍ୟନ୍ତ ସେ ବେଡ଼ରୁ ଉଠି ପାରି ନଥିଲେ । ଏମିତିକି ସେ କେବେ ଉଠି ପୁଣି ଡାନ୍ସ କରିବେ ବୋଲି ଆଶା ଛାଡ଼ି ଦେଇଥିଲେ । କିନ୍ତୁ ପରିବାରର ଆଶା ଏବଂ ସଂଘର୍ଷ ଦ୍ୱାରା ସେ ପୁଣିଥରେ ନିଜ ଗୋଡ଼ରେ ଛିଡ଼ା ହୋଇ ପାରିଛନ୍ତି ବୋଲି କହନ୍ତି ।

Leave a Reply

Your email address will not be published. Required fields are marked *