ଥାନାରେ କେଶ ହେବା ପରେ ଭୟଭୀତ ହେଲେ ଦୈତାରୀ ପଣ୍ଡା । ଏବେ ପୁରୀ ବଡ଼ଦାଣ୍ଡରେ ଆଣ୍ଠେଇଲେ ।

ଯାତ୍ରା କଳାକାର ଦୈତାରୀ ପଣ୍ଡାଙ୍କୁ ନେଇ ଚାଲିଥିବା ବିବାଦ ବୋଧହୁଏ ଶେଷ ହୋଇଯିବ । କାରଣ ଜନସାଧାରଣଙ୍କ ଅଭିଯୋଗ କ୍ରମେ ସେ ନିଜର ପ୍ରାୟଶ୍ଚିତ କରିଛନ୍ତି । ତେବେ ଆପଣ ଭାବୁଥିବେ ଯେ ସେ ଏମିତି କଣ ଭୁଲ କରିଦେଲେ ଯାହାକି ତାଙ୍କୁ ଏଭଳି କାମ କରିବାକୁ ପଡ଼ିଛି । ତେବେ କହି ରଖିବାକୁ ଚାହିଁବୁ ଯେ ଗତ କିଛିଦିନ ହେବ ଦୈତାରୀ ପଣ୍ଡାଙ୍କ ନାମରେ ଥାନାରେ ତାଙ୍କୁ ଗିରଫ କରାଯିବାକୁ କେସ୍ ହୋଇଥିଲା । ଯାହାକୁ ନେଇ ଦୈତାରୀ ପଣ୍ଡା ସୋସିଆଲ ମିଡ଼ିଆରେ ଭୁଲ ମଧ୍ୟ ମାଗିଥିଲେ । ତଥାପି ଲୋକେ ସେଥିରେ ସନ୍ତୁଷ୍ଟ ହୋଇ ନଥିଲେ ଏବଂ ନିଜର ପ୍ରାୟଶ୍ଚିତ ନିମନ୍ତେ ପୁରୀ ଯାଇ ଜଗନ୍ନାଥଙ୍କ ପାଦ ତଳେ ପଡ଼ି କ୍ଷମା ମାଗିବାକୁ କହିଥିଲେ ।

ସୂଚନା ଅନୁଯାୟୀ ଗତ କିଛିଦିନ ତଳେ ଯାତ୍ରା କଳାକାର ଦୈତାରୀ ପଣ୍ଡା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନବୀନ ପଟ୍ଟନାୟକଙ୍କ ସହିତ ତୁଳନା କରି କହିଥିଲେ ଯେ ନବୀନ ପଟ୍ଟନାୟକ ହେଉଛନ୍ତି ଓଡ଼ିଶାର ଜଗନ୍ନାଥ । ଯାହାକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଘୋର ଅପମାନ ହୋଇଥିଲା ।

ଆଉ ଏହାକୁ ନେଇ ଜଳେଶ୍ବର ଶ୍ରୀ ରାମ ସେନା ଦଳ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ସେମାନେ ସୋସିଆଲ ମିଡ଼ିଆ ଜରିଆରେ ଦୈତାରୀ ପଣ୍ଡାଙ୍କୁ ନିନ୍ଦା କରିବା ସହିତ ତାଙ୍କୁ ଏହି ପାପ ପାଇଁ ଭୁଲ ମାଗିବାକୁ କହିଥିଲେ । ଯାହାପରେ ଦୈତାରୀ ପଣ୍ଡା ମଧ୍ୟ ସୋସିଆଲ ମିଡିଆରେ ସମସ୍ତଙ୍କୁ ଭୁଲ ମାଗିବା ସହିତ ଶ୍ରୀଜଗନ୍ନାଥଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଥିଲେ ।

କିନ୍ତୁ ତଥାପି ଇତ୍ତେଜିତ ଲୋକେ ତାଙ୍କ କ୍ଷମା ପ୍ରାର୍ଥନାକୁ ସ୍ୱୀକାର ନକରି ଦୈତାରୀ ପଣ୍ଡା ପୁରୀ ଯାଇ ସେଠାରେ ପଣ୍ଡିତ ମାନଙ୍କ ଉପଦେଶ ସହିତ ଶ୍ରୀଜଗନ୍ନାଥଙ୍କ ପାଦ ତଳେ ପଡ଼ି କ୍ଷମା ମାଗି ତାଙ୍କର ପ୍ରାୟଶ୍ଚିତ କରନ୍ତୁ ବୋଲି କହିଥିଲେ । ଆଉ ଆଜି ତାହାହିଁ ହୋଇଛି । ଦୈତାରୀ ପଣ୍ଡା ସୋସିଆଲ ମିଡ଼ିଆରେ କାନ୍ଦି କାନ୍ଦି ଭୁଲ ମାଗିବା ସହିତ ଶ୍ରୀଜଗନ୍ନାଥଙ୍କ ପାଦ ତଳେ ପଡ଼ି କ୍ଷମା ମାଗିଥିଲେ ।

ବର୍ତ୍ତମାନ ସମୟରେ ଏହି ବିଷୟରେ ସୂଚନା ମିଳିଛି ଯେ ଦୈତାରୀ ପଣ୍ଡା ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ପାଦ ତଳେ ପଡ଼ି କ୍ଷମା ମାଗିଛନ୍ତି । ଆଉ କହିଛନ୍ତି ଯେ ଜଗନ୍ନାଥ ହେଉଛନ୍ତି କଳାକାରଙ୍କର ମାଲିକ । ଜଗନ୍ନାଥଙ୍କୁ ତୁଳସୀ ନଦେଲେ ସେ ବଞ୍ଚି ପାରିବେ ନାହିଁ ତେଣୁ ତାଙ୍କୁ କ୍ଷମା କରି ଦିଆଯାଉ ।

Leave a Reply

Your email address will not be published. Required fields are marked *