ଜଙ୍ଗଲରେ ଦିଅରକୁ ଖୋଜୁଛି ଭାଉଜ । ଜଙ୍ଗଲ ଭିତରେ ଛିଡ଼ା ହୋଇଛି ବାଇକ , କିନ୍ତୁ ପତ୍ତା ମିଳୁନି ଦିଅରର ।

ମଣିଷ ସହିତ କେତେବେଳେ କଣ ଯେ ଘଟିବ ତାହା କିଏ କହି ପାରିବ । କାଲି ଆଖି ସାମ୍ନାରେ ଜୀବିତ ଥିବା ଦିଅର ଆଜି ଯଦି ହଠାତ ନିଖୋଜ ହୋଇଯାଏ ତେବେ ସେଥିରେ କେହି କଣ ଭାବିବେ ? ଆଉ ଏପଟେ ଦିଅର ନମିଳିବାରୁ ଭାଉଜ ପାଗଳ ଭଳି ଘଞ୍ଚ ଜଙ୍ଗଲରେ ଦିଅରକୁ ଖୋଜିବାରେ ଲାଗିଛି । ନିଜର କୁନି ଛୁଆର ହାତ ଧରି ଏଣେତେଣେ ଦିଅରକୁ ଖୋଜି ବୁଲୁଛି ଏବଂ କାନ୍ଦିବାରେ ଲାଗିଛି ।

ଯାହାକୁ ଦେଖୁଛି ତାକୁ ନିଜ ଦିଅର କଥା ପଚାରୁଛି । ଏପଟେ ଘଞ୍ଚ ଜଙ୍ଗଲ ଭିତରେ ଦିଅର ତ ନାହିଁ କିନ୍ତୁ ଦିଅରର ବାଇକ ଛିଡ଼ା ହୋଇଛି । ଆଖପାଖ ସ୍ଥାନରେ ଦିଅରର କୌଣସି ଖୋଜ ଖବର ନାହିଁ । କିନ୍ତୁ ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ସେହି ବାଇକ ଚାରି ପାଖରେ ବୁନ୍ଦା ବୁନ୍ଦା ରକ୍ତ ଛିଟା ପଡ଼ିଛି ।

ଯାହାକୁ ନେଇ ଭାଉଜ କାନ୍ଦି କାନ୍ଦି କହିବାରେ ଲାଗିଛି ଯେ ନିଶ୍ଚିତ ଭାବରେ ତାଙ୍କ ଦିଅର ସହିତ କିଛି ଅଘଟଣ ଘଟିଛି । ଆଖପାଖ ଜାଗାରେ ଦିଅରର ଏବେ ସୁଦ୍ଧା କୌଣସି ପତ୍ତା ମିଳୁନାହିଁ । ଭାଉଜ ଜଣକ କହିଛନ୍ତି ଯେ ଗତକାଲି ରାତି ଠାରୁ ତାଙ୍କ ଦିଅର ଘରୁ ବାହାରି ଯାଇଥିଲେ କିନ୍ତୁ କାଲି ତ ଦୂରର କଥା ଆଜିବି ସେ ଘରକୁ ଫେରି ନାହାଁନ୍ତି । ଘରୁ ବାହାରି ଯିବା ସମୟରେ ସେ ନିଜ ମା’ଙ୍କୁ କହିଥିଲେ ଯେ ତାଙ୍କୁ କେହିବି ଖୋଜିବେନି , ସେ ରାତି ୧୦ ଟା ରେ ଘରକୁ ଫେରି ଆସିବେ । ରାତି ୧୦ ଟା ହେବାରୁ ଯେତେବେଳେ ଘର ଲୋକେ ତାଙ୍କୁ କଲ କରିଥିଲେ ସେତେବେଳେ ଫୋନ ସୁଇଚ ଅଫ ଆସିଥିଲା ।

ଦିଅର ପାଇଁ ଭାଉଜ ଜଣକ ଖୁବ ବିକଳ ହୋଇ କାନ୍ଦୁଛନ୍ତି । ସୂଚନା ଅନୁଯାୟୀ ଏଭଳି ଏକ ଅଭାବନୀୟ ଘଟଣା ନୀଳଗିରି ଥାନା ବ୍ଲୁଲେକ ନିକଟରେ ଥିବା ଜଙ୍ଗଲ ଭିତରେ ଘଟି ଯାଇଛି । ଏହି ଜଙ୍ଗଲ ଭିତରେ ବାଇକ ସାଙ୍ଗକୁ ରକ୍ତର ଛିଟା ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଛନ୍ତି । ସ୍ଥାନୀୟ ଲୋକେ ଏହା ଦେଖିବା ପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ।

ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିବା ସହିତ ବାଇକ ମାଲିକ ପାଖ ଅଞ୍ଚଳର ବୋଲି ସୂଚନା ମିଳିଛି । ପରିବାର ଲୋକେ ଯୁବକଙ୍କ ସହିତ ଯୋଗାଯୋଗ କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ । ଯାହାକୁ ନେଇ ପୁରା ଅଞ୍ଚଳରେ ଚଞ୍ଚଲ୍ୟ ସୃଷ୍ଟି ହୋଇଛି । ଆଉ ବର୍ତ୍ତମାନ ଯୁବକଙ୍କୁ ଖୋଜିବା କାମରେ ପୋଲିସ ଲାଗି ପଡ଼ିଛି ।

Leave a Reply

Your email address will not be published. Required fields are marked *