କାହିଁକି ଶ୍ରୀରାମଙ୍କ ମୂର୍ତ୍ତି କଳା ? ସମସ୍ତଙ୍କ ମନରେ ଆସୁଥିବା ପ୍ରଶ୍ନର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଗତକାଲି ଅଯୋଧ୍ୟାରେ ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି । ଆଉ ତାହା ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ । ତେବେ ଏହି ଦିନକୁ ସାରା ଦେଶ ବାସୀ ଦୀର୍ଘ ବର୍ଷ ଧରି ଅପେକ୍ଷା କରି ରହିଥିଲେ । ଏହି ଅବସରରେ ପୁରା ଦେଶରେ ଆନନ୍ଦ ଉଲ୍ଲାସ ଏବଂ ଉତ୍ସବ ମୁଖର ବଜାୟ ରହିଥିଲା ।

ପ୍ରଭୁ ରାମଚନ୍ଦ୍ରଙ୍କର ସେହି ଦିବ୍ୟ ମାନମୋହକ ଛବି ସାମ୍ନାକୁ ଆସିବା ପରେ ସମସ୍ତେ କାନ୍ଦି ପକାଇ ଥିଲେ । କାରଣ ସେହି ମୂର୍ତ୍ତି ସେମିତି ହିଁ ଆଶ୍ଚର୍ଯ୍ୟ ଜନକ ହୋଇଥିଲା । ଯାହା ଖୁବ ଜୀବନ୍ତ ଦେଖା ଯାଉଥିଲା । ପ୍ରଭୁଙ୍କ ମୂର୍ତ୍ତି ଖୁବ ଆକର୍ଷଣ ହୋଇଥିଲା ବୋଲି ଭକ୍ତ ମାନେ ମଧ୍ୟ କହୁଛନ୍ତି ।

ଭଗବାନ ରାମଲାଲାଙ୍କର ସେହି କଳା ରଙ୍ଗକୁ ନେଇ ଲୋକଙ୍କ ମନରେ ନାନା ପ୍ରକାରର ପ୍ରଶ୍ନ ଉଠୁଛି । କାହିଁକି କଳା ରଙ୍ଗର ମୂର୍ତ୍ତି ରହିଛି ? ତେବେ ଏଭଳି ସମସ୍ତଙ୍କ ମନରେ ଉଠୁଥିବା ପ୍ରଶ୍ନ ଭିତରେ ଆଜି ଆମେ ଆପଣଙ୍କୁ ଏଭଳି କଳା ରଙ୍ଗର ମୂର୍ତ୍ତି ହେବାର କାରଣ ବିଷୟରେ କହିବୁ । ଶ୍ରୀରାମଙ୍କ କଳା ରଙ୍ଗର ବର୍ଣ୍ଣନା ମହର୍ଷି ବାଲ୍ମୀକିଙ୍କ ବର୍ଣ୍ଣନାରୁ ମିଳିଥାଏ ।

ସେଥିରେ ଏହାର ଚିତ୍ରଣ ସ୍ପଷ୍ଟ ଭାବରେ ବର୍ଣ୍ଣନା କରାଯାଇଛି । ବାଲ୍ମୀକିଙ୍କ ରାମାୟଣରୁ ଏହାର ଯଥେଷ୍ଟ ପ୍ରମାଣ ମିଳିଛି । ଶ୍ରୀକୃଷ୍ଣଙ୍କ କଳା ରଙ୍ଗକୁ ଯଥେଷ୍ଟ ଭାବରେ ବର୍ଣ୍ଣନା କରାଯାଇଛି । ପ୍ରଥମରୁ ହିଁ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଶ୍ୟାମଳ ରୂପର ପୂଜା କରାଯାଇ ଆସୁଛି । ଏହାବ୍ୟତୀତ ମୂର୍ତ୍ତିକୁ ଶ୍ୟାମଶିଳା ପଥରରେ ତିଆରି କରାଯାଇଛି ।

ରାମଲାଲାଙ୍କ ମୂର୍ତ୍ତି ତିଆରି ହୋଇଥିବା ଏହି ପଥରର ଅନେକ ମହତ୍ତ୍ୱ ରହିଛି । ଅନେକ ପୁରା କାଳରୁ ଏହାର ମହତ୍ତ୍ଵ ରହି ଆସିଛି । କାରଣ ଏହି ପଥର ମୂର୍ତ୍ତିକୁ ଦୀର୍ଘାୟୁ କରିବ । ଏଠାରେ କହି ରଖିବାକୁ ଚାହିଁବୁ ଯେ ହିନ୍ଦୁ ଅନୁଷ୍ଠାନ ମାନଙ୍କରେ ବିଶେଷ ପୂଜା ରହିଛି । ବିଶେଷକରି ଅଭିଷେକ ସମ୍ପର୍କରେ ଆମେ ସମସ୍ତେ ଜାଣିଛୁ ।

ପୂଜା ସମୟରେ ଅନେକ ରୀତିନୀତି ଅନୁଯାୟୀ କ୍ଷୀର ଘିଅ ଜଳ ଏମିତି ଅନେକ ଜିନିଷ ବ୍ୟବହାର କରାଯାଇଥାଏ । ରାମଲାଲାଙ୍କ ମୂର୍ତ୍ତି କୃଷ୍ଣ ଶିଳାରେ ଏଥିପାଇଁ ନିର୍ମାଣ କରାଯାଇଛି ଯାହାଦ୍ୱାରା ଯେତେବେଳେ ଅଭିଷେକ କିମ୍ବା ଲେପ କଲେ ମଧ୍ୟ ତାହା ମୂର୍ତ୍ତିକୁ କ୍ଷୟ ଘଟାଇ ପାରିବ ନାହିଁ । ଏସବୁକୁ ଦୃଷ୍ଟିରେ ରଖି ରାମ ଲାଲାଙ୍କ ମୂର୍ତ୍ତି ଶ୍ୟାମ ଶିଳା ପଥରରେ ନିର୍ମାଣ କରାଯାଇଛି ।

Leave a Reply

Your email address will not be published. Required fields are marked *